ଲମ୍ବି ଲମ୍ବି ଯାଉଛି କଳା କାରନାମାର ତାଲିକା: ଉଇଲିୟମଙ୍କ ବିରୋଧରେ ଆଉ ୨ ଠକେଇ ମାମଲା ରୁଜୁ

ଦେବଗଡ,୧୦।୫(ଶଶାଙ୍କ ଶେଖର ଝାଙ୍କର): ନିଜକୁ ନେତା, ମନ୍ତ୍ରୀ ଓ ନିଜକୁ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଉଇଲିୟମ ହେନେଜଙ୍କ ବିରୋଧରେ ଦେବଗଡ ଥାନା ପୋଲିସ ଆଉ ଏକ ଠକେଇ ମାମଲା ଋଜୁ କରିଥିଲା । ଦେବଗଡ ଥାନା ଗଜୁରିବଣୀ ଗ୍ରାମର ଲିବିଲ ବାର୍ଲାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଉଇଲିୟମ ବିରୋଧରେ କେସ ନଂ- ୨୦୫ ଦଫା-୩୧୯(୨), ୩୧୮(୪) ଓ ୩୫୧(୩)ରେ ଏକ ମାମଲା ରୁଜୁ କରିଥିଲା । ତେବେ ଉଇଲିୟମର କଳା କାରନାମାର ତାଲିକା ଏତିକିରେ ସୀମିତ ହୋଇ ରହିନାହିଁ । କନ୍ଧମାଳ ଜିଲା ବାଲିଗୁଡା ଥାନା ପୋଲିସ ଏବଂ କୋରାପୁର ଜିଲା ଲକ୍ଷ୍ମୀପୁର ଥାନା ପୋଲିସ ମଧ୍ୟ ଉଇଲିୟମ ବିରୋଧରେ ୨ଟି ପୃଥକ ପୃଥକ ଠକେଇ ମାମଲା ରୁଜୁ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଉଇଲିୟମ ନିଜକୁ ଏଚଏଡି ଟ୍ରଷ୍ଟର ଚେୟାରମ୍ୟାନ ସମେତ ବିଭିନ୍ନ ସଂସ୍ଥାର ବଡ ବଡ ପଦବୀରେ ଥିବା ଦର୍ଶାଇ କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା ଗ୍ରାମର ଲବନ୍ତ ଦିଗାଲ ଓ ଅନ୍ୟଜଣେ ବ୍ୟକ୍ତିଠାରୁ ୨୦୨୪ ମସିହା ଅଗଷ୍ଟ ମାସ ୨୦ ତାରିଖରେ ବ୍ୟାଙ୍କ ଏକାଉଂଟ ଜରିଆରେ ୧୧ ଲକ୍ଷ ୧୦ ଜହାର ଟଙ୍କା ଠକି ନେଇଥିଲା । ଏନେଇ ଲବନ୍ତ ଦିଗାଲ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ୧୪୪/୨୫ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିପରି କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ପୋଲିସ ଗତକାଲି ଉଇଲିୟମଙ୍କ ବିରୋଧରେ ୬୪/୨୫ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଲକ୍ଷ୍ମୀପୁର ଥାନା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଇଲିୟମ ନିଜକୁ ଭରବଙ୍କନଶ୍ୱରର ଏପିଏଚଏସ ନାମକ ଏକ ସଂସ୍ଥାର ଜେନେରାକ ସେକ୍ରେଟାରୀ ପରିଚୟ ଦେବା ସହ ନାରାୟଣ ପାଟଣା ଥାନାଳ ତେନ୍ତୁଳିପଦର ଗ୍ରାମ ପଂଚାୟତର ରାଜୀଭ ଗାନ୍ଧୀ ସେବା କେନ୍ଦ୍ରରେ ଏକ ବୈଠକ ଆୟୋଜନ କରିଥିଲେ। ଏହି ବୈଠକକୁ ଉଇଲିୟମର ସହଯୋଗୀ ତଥା ଏପିଏଚଏସ ସଂସ୍ଥାର ତଥାକଥିତ ରାଜ୍ୟ ସମ୍ପାଦକ ରଞ୍ଜିତ ଦିଗାଲ ଓ ରାଜ୍ୟ ସଂଯୋଜକ ଯୋଶେଫ ଦିଗାଲ ଓ ଏକାଉଂଟାଂଟ ଉମାକାନ୍ତ ପାତ୍ର, କାର୍ଯ୍ୟାଳୟ ସହଯୋଗୀ ପ୍ରଦୀପ ଦିଗାଲ ଓ ବିନୋଦ ଦିଗାଲ ପରିଚାଳନା କରିଥିବା ବେଳେ ଗୃହ ନିର୍ମାଣ ନିମନ୍ତେ ଗରିବ ଲୋକଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଇଥିଲେ। କେବଳ ଏତିକି ନୁହେଁ, ଅନୁଷ୍ଟାନ ପକ୍ଷରୁ ତେନ୍ତୁଳି ପଦର ଗ୍ରାମରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ଖୋଲିବାକୁ ପ୍ରତିଶୃତି ଦେବାସହ ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ବ୍ଲକରେ ହାଉସିଂ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାଞ୍ଚଳର ଚମ୍ପି ଗ୍ରାମର ଶଙ୍କର ପ୍ରସାଦ ସାହୁଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ନଗଦ ୧୦ ଲକ୍ଷ ଟଙ୍କା ନେଇଥିଲେ।

ଉଇଲିୟମ କାକରିଗୁମା ସ୍ଥିତ ଡାକବଙ୍ଗଳା ଠାରେ ତଥା କଥିତ ରାଜ୍ୟ ସମ୍ପାଦକ ରଞ୍ଜିତ ଦିଗଲଙ୍କ ପରିଚାଳନାରେ ଏକ ବୌଠକ ଆୟୋଜନ କରି ଶଙ୍କରଙ୍କ ଠାରୁ ଏହି ଟଙ୍କା ନେଇଥିଲେ। ସେହିପରି ପାର୍ଟନର ରେଜିିଷ୍ଟ୍ରେସନ ବାବଦକୁ ଉଇଲିୟମ ଶଙ୍କରଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିଲେ। ଏହାବାଦ୍‌ ଉଇଲିୟମ ଭୂବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡାକି ଉକ୍ତ ସଂସ୍ଥାରେ ଚାକିରି କରାଇ ଦେବା, ସୁନାବେଡାରେ ଏକ କୋଟି ଟଙ୍କା ମୂଲ୍ୟର ମାଟି କାମ କରାଇଦେବା ନାମରେ ଏକାଉଂଟ ଜରିଆରେ ବିଭିନ୍ନ ପର୍ଯୟ୍ୟାୟରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିଲେ। ମାତ୍ର କୌଣସି କାମ ନ ହେବାରୁ ଅଭିଯୋଗକାରୀ ଶଙ୍କର ତାଙ୍କୁ ପଛାରି ବାରୁ ସେ ତାଙ୍କର ବହୁ ଆଇ.ଏ.ଏସ ଓ ଆଇପିଏସ ଚିହ୍ନା ଅଛନ୍ତି କହି ଜେଲ ପଠାଇବାର ଧମକ ଦେଉଥିଲେ । ତେବେ ଶଙ୍କର ଟଙ୍କା ଫେରସ୍ତ ପାଇଁ ଜିଦ ଧରିବାରୁ ଉଇଲିୟମ ତାଙ୍କୁ ୯ଲକ୍ଷ ୫୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ମାତ୍ର ଉକ୍ତ ଚେକଟି ବ୍ୟାଙ୍କରେ ଜମା କରିବାରୁ ତାଙ୍କ ଏକାଉଂଟରେ ଟଙ୍କା ନ ଥିବା ଜଣାପଡିଥିଲା । ଫଳରେ ଶଙ୍କର ଗତକାଲି ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଲକ୍ଷ୍ମୀପୁର ଥାନା ପୋଲିସ ଉଇଲିୟମ ଓ ତାଙ୍କ ସହଯୋଗୀ ରଞ୍ଜିତ ଦିଗଲ ବିରୋଧରେ ଉପରୋକ୍ତ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି । ଏ ଘଟଣା ପ୍ରଘଟ ହେବାପରେ ଏହା ସମଗ୍ର ଦେବଗଡ ଜିଲାରେ ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri