Posted inଫୁରସତ

ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସିଂହକୁ ଜଙ୍ଗଲର ରାଜା କୁହନ୍ତି। ଏହି ହିସାବରେ ସିଂହୀକୁ ଜଙ୍ଗଲର ରାଣୀ କୁହନ୍ତି। କୁହାଯାଏ, ସିଂହଠାରୁ ବେଶି ରାଗି ସିଂହୀ ଅଟେ। ଯେତେବେଳେ ସିଂହୀ ଖାଦ୍ୟ ଶିକାରରେ ବାହାରେ ସେତେବେଳେ ଏହା ଆଗରେ ଯିଏ ପଡ଼େ ସିଏ ରକ୍ଷା ପାଏ ନାହିଁ। କିନ୍ତୁ ଆପଣ କେବେ ଦେଖିଛନ୍ତି କି, କୌଣସି ଏକ ଛୋଟ ଜୀବ ସାମ୍ନାରେ ସିଂହୀ ବିଲେଇ ପରି ଡରିଯାଇ ପଳାଇଯିବାର। ଯଦି ନା ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ନେଉଳକୁ ଦେଖି ସିଂହୀଟି ଡରି ଯାଇ ପଛଘୁଞ୍ଚା ଦେଉଛି।

 

@zanzibar_expertguides_organise ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ସିଂହୀ ଏବଂ ନେଉଳର ଲଢ଼େଇ ଦେଖିବାକୁ ମିଳିଛି। ଏହି ଦୁଇ ଜୀବଙ୍କ ମଧ୍ୟରେ ତୁଳନା ମଧ୍ୟ କରି ହେବ ନାହିଁ। କାରଣ ଗୋଟିଏ ଜୀବ ବହୁତ ବଡ଼ ହୋଇଥିବା ବେଳେ ଆଉ ଗୋଟିଏ ପୂରା ଛୋଟ।

ଭିଡିଓରେ ଦେଖିବେ ନେଉଳ ଏକ ବିଲ ମଧ୍ୟରୁ ବାହାରି ସିଂହୀ ଉପରେ ଆକ୍ରମଣ କରୁଛି। ସିଂହୀ ନେଉଳକୁ ଆକ୍ରମଣ କରିବାକୁ ଦୁଇ ପାଦ ଆଗକୁ ଆସିଥିଲେ ମଧ୍ୟ ନେଉଳ ସିଂହକୁ ଗୋଡ଼ାଇ ଆକ୍ରମଣ କରୁଛି। ଏହା ପରେ ସିଂହୀଟି ପଳାଉଥିବା ଦେଖିବାକୁ ମିଳିଛି। ଏଠାରେ ଆଉ ଗୋଟିଏ ସିଂହୀ ଠିଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହି ସିଂହୀ ମଧ୍ୟ ନେଉଳ ସହ ଲଢ଼େଇ କରିବାକୁ ସାହସ ଜୁଟାଇ ପାରୁନାହିଁ।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ ଏହା ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଇଏ ତ ସାପକୁ ମାରିଦିଏ। ଆଉ ଜଣେ କହିଛନ୍ତି, ନେଉଳ ନିଜ ଛୁଆକୁ ବଞ୍ଚାଉଛି। ଜଣେ କହିଛନ୍ତି, ସିଂହୀ ନେଉଳକୁ ଡରୁନାହିଁ। ସେ ଭାବୁଛି ନେଉଳକୁ କିପରି ସାମ୍ନା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri