Categories: ଫୁରସତ

ଛୁଆକୁ ହରାଇ ଚିତ୍କାର କରୁଛି ସିଂହୀ, ଜଙ୍ଗଲ ସାରା ହାହାକାର ! ଭିଡିଓ ଦେଖିଲେ ଓଦା ହେବ ଆଖି…

ମା’ ନିଜ ସନ୍ତାନକୁ ସବୁଠାରୁ ଅଧିକ ଭଲପାଏ। ସେ ମଣିଷ ହେଉ ଅବା ପଶୁ, ନିଜ ପିଲାକୁ ଅସୁବିଧାରେ ଦେଖି ମା’ ଚିନ୍ତାରେ ପଡ଼ିଯାଏ। ସେମିତିରେ ଯଦି କେହି ମା’ ନିଜ ସନ୍ତାନକୁ ହରାଇଥାଏ, ସେ ଦୁଃଖରେ ଭାଙ୍ଗିପଡେ। ସୋସିଆଲ ମିଡିଆରେ ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ସମସ୍ତଙ୍କର ଲୁହ ଆସିଯିବ। ଭିଡିଓରେ ଏକ ସିଂହୀକୁ ଛୁଆକୁ ହରାଇବାର ଦୁଃଖରେ ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି।

ସାଧାରଣତଃ ସିଂହୀ ଶିକାରୀ ପ୍ରଜାତିର। ହେଲେ ସେ ନିଜର ସନ୍ତାନକୁ ହରାଇ ଏଭଳି କାନ୍ଦୁଛି ଯେ ଜଙ୍ଗଲ ସାରା ତା ସ୍ବର ଗୁଞ୍ଜରିତ ହେଉଛି। ଭିଡିଓକୁ ‘ଲାଇଫ୍‌ ଆଣ୍ଡ ନେଚର’ ନାମକ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଯେଭଳି ଦେଖାଯାଉଛି, ଏକ ସିଂହୀ ଜଙ୍ଗଲରେ ଦୌଡ଼ୁଛି। ତା ହାବଭାବରୁ ଲାଗୁଛି ଯେ କିଛି ଅଘଟଣ ଘଟିଛି। ଏମିତିରେ ସେ ଏକ ମୃତ ସିଂହ ଛୁଆ ନିକଟରେ ପହଞ୍ଚୁଛି। କେହି ଶିକାରୀ ତାକୁ ମାରିଦେଇଥିବା ସିଂହୀଟି ଜାଣୁଛି। ଏହାପରେ ସିଂହୀ ସେଠାରେ ପହଞ୍ଚି ପିଲାକୁ ଶୁଙ୍ଘୁଛି। ପରେ ଜୋରରେ ଚିତ୍କାର କରୁଛି। ସିଂହୀର ରଡ଼ି ଶୁଣି ସେଠାରେ ଥିବା ଅନ୍ୟ ପଶୁ ଡ଼ରି ଯାଉଛନ୍ତି। ଏବେ ଏହି ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ସମସ୍ତଙ୍କୁ କନ୍ଦାଇ ଦେଉଛି।

Share