ହାଲୁକା ଧାତୁ ଲିଥିୟମ୍‌

ଧାତୁଗୁଡ଼ିକ ମଧ୍ୟରେ ଲିଥିୟମ୍‌ ହେଉଛି ସବୁଠାରୁ ହାଲୁକା। ଆଧୁନିକ ଡିଜିଟାଲ ଯୁଗରେ ଏହାର ଆବଶ୍ୟକତା ଅଧିକ ହେଉଥିବାରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ନିକଟରେ ଭାରତରେ ଜମ୍ମୁ-କଶ୍ମୀର ଅଞ୍ଚଳରେ ୫.୯ ନିୟୁତ ଟନ୍‌ ଲିଥିୟମ୍‌ ମହଜୁଦ ଥିବାର ଜଣାପଡ଼ିବା ପରେ ଦେଶରେ ବିଦ୍ୟୁତ୍‌ଚାଳିତ ଯାନ ବ୍ୟବହାର ବୃଦ୍ଧି ପାଇବାର ଆଶା ସଞ୍ଚାର ହୋଇଛି। ପୃଥିବୀରେ ଏହା ହେଉଛି ଅନ୍ୟତମ ବୃହତ୍‌ ଲିଥିୟମ୍‌ ଭଣ୍ଡାର।
ସୁଇଡେନ୍‌ ରସାୟନ ବିଜ୍ଞାନୀ ଜୋହାନ୍‌ ଅଗଷ୍ଟ ଆର୍ଫଓ୍ବେଡସନ୍‌ ୧୮୧୭ ମସିହାରେ ପେଟାଲାଇଟ୍‌ ଖଣିପିଣ୍ଡକୁ ବିଶ୍ଳେଷଣ କରୁଥିବା ସମୟରେ ଲିଥିୟମ୍‌ ଆବିଷ୍କାର କରିଥିଲେ। ଗ୍ରୀକ୍‌ ଶବ୍ଦ ‘ଲିଥୋସ୍‌’ରୁ ଲିଥିୟମ୍‌ ଶବ୍ଦ ଆସିଛି। ଲିଥୋସ୍‌ର ଅର୍ଥ ହେଉଛି ପଥୁରିଆ। ଇଂରେଜ ବୈଜ୍ଞାନିକ ହମ୍ଫ୍ରି ଡେଭି ବୈଦ୍ୟୁତିକ ବିଶ୍ଳେଷଣ ଦ୍ୱାରା ଲିଥିୟମ୍‌ କ୍ଲୋରାଇଡରୁ ପ୍ରଥମେ ଅଳ୍ପ ପରିମାଣର ଶୁଦ୍ଧ ହିଲିୟମ୍‌ ଉତ୍ପାଦନ କରିଥିଲେ।
ଲିଥିୟମ୍‌ର ପରମାଣୁ କ୍ରମାଙ୍କ ହେଉଛି ୩ ଏବଂ ଏହାର ପରମାଣିକ ଓଜନ ହେଉଛି ୬.୯୪୧। ଏହାର ଗଣନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ ହେଉଛି ୧୮୦.୫ ଡିଗ୍ରୀ ଓ ୧୩୪୨ ଡିଗ୍ରୀ ସେଲ୍‌ସିୟସ୍‌। ଏହା ହେଉଛି ଏକ କ୍ଷାର ଧାତୁ ଏବଂ ରୁପା ଭଳି ଦ୍ୟୁତିମୟ। ସମସ୍ତ ଧାତୁ ମଧ୍ୟରେ ଏହାର ସାନ୍ଧ୍ରତା ହେଉଛି କମ୍‌। ଏହା ଜଳ ସହିତ ତୀବ୍ର ପ୍ରତିକ୍ରିୟା କରେ।
ଲିଥିୟମ୍‌ ସାଧାରଣତଃ ଆଗ୍ନେୟ ଶିଳାରେ ଥାଏ। ଏହାର ମୁଖ୍ୟ ଖଣିପିଣ୍ଡଗୁଡ଼ିକ ହେଉଛି ସ୍ପୋଡୁମେନେ, ଲେପିଡୋଲାଇଟ୍‌ ଏବଂ ପେଟାଲାଇଟ୍‌। ଏହା ଚିଲି, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଚାଇନା, ରୁଷିଆ, କାନାଡ଼ା, ବ୍ରାଜିଲ, ବଲିଭିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଅଛି। ପୃଥିବୀରେ ମୋଟ ଗଚ୍ଛିତ ଲିଥିୟମ୍‌ର ପରିମାଣ ହେଉଛି ୧୧ ନିୟୁତ ମେଟ୍ରିକ୍‌ ଟନ୍‌। ଚିଲିରେ ସର୍ବାଧିକ ତିନି ନିୟୁତ ମେଟ୍ରିକ ଟନ୍‌ ଲିଥିୟମ୍‌ ଗଚ୍ଛିତ ଅଛି। ତିନୋଟି ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏବଂ ବ୍ରାଜିଲ ଓ ବଲିଭିଆରେ ପୃଥିବୀର ମୋଟ ଲିଥିୟମ୍‌ର ୮୦ ପ୍ରତିଶତ ଅଛି।
ଲିଥିୟମ୍‌ର ବହୁବିଧ ଉପଯୋଗ ଅଛି। ବିଶେଷ ପ୍ରକାର କାଚ ଓ ସେରାମିକ୍‌ ପ୍ରସ୍ତୁତିରେ ଏହା ବ୍ୟବହାର କରାଯାଏ। ଏହିସବୁ ପଦାର୍ଥର ଗଳନାଙ୍କ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ। ଏଥିଯୋଗୁ ହାଲୁକା ଓ ମଜଭୁତ କାଚ ଏବଂ ଅଧିକ ତାପ-ରୋଧି ସେରାମିକ୍‌ ଉତ୍ପାଦିତ ହୋଇପାରିଥାଏ। ବିଭିନ୍ନ ପ୍ରକାର ମିଶ୍ରଧାତୁରେ ରହି ଏହା ବ୍ୟବହାର ହୋଇଥାଏ। ଉଦାହରଣସ୍ବରୂପ, ଲିଥିୟମ-ସୀସା ମିଶ୍ର ଧାତୁ ଗାଡ଼ିମୋଟରର ବିୟରିଂ ପାଇଁ ଏବଂ ଲିଥିୟମ୍‌-ଆଲୁମିନିୟମ ମିଶ୍ର ଧାତୁ ଉଡ଼ାଜାହାଜ ନିର୍ମାଣରେ ବ୍ୟବହୃତ ହୁଏ। ଚିକିତ୍ସା କ୍ଷେତ୍ରରେ ମାନସିକ ରୋଗ ପାଇଁ ଲିଥିୟମ୍‌ କାର୍ବୋନେଟ୍‌ ବ୍ୟବହୃତ ହେଉଛି। ସେହିପରି ଲିଥିୟମ୍‌ ବାଇକାର୍ବୋନେଟ୍‌ ଓ ଲିଥିୟମ୍‌ ସାଲିସାଇଲେଟ୍‌ ଗଣ୍ଠିବାତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ପାଣିପାଗ ନିର୍ଣ୍ଣୟରେ ଏବଂ ବେଲୁନ୍‌ରେ ଉଦ୍‌ଜାନର ଉତ୍ସ ଭାବେ ଲିଥିୟମ୍‌ ହାଇଡ୍ରାଇଡ୍‌ ବ୍ୟବହାର କରାଯାଏ। ଲିଥିୟମ୍‌ର ସର୍ବାଧିକ ବ୍ୟବହାର ବ୍ୟାଟେରି ନିର୍ମାଣରେ ହୁଏ। ମୋବାଇଲ୍‌ ଫୋନ୍‌, ଲାପ୍‌ଟପ, ପେସ୍‌ମେକର ଆଦିରେ ଲିଥିୟମ୍‌-ଆୟନ ବ୍ୟାଟେରି ବ୍ୟବହୃତ ହେଉଛି। ଏହା ବ୍ୟତୀତ ବିଦ୍ୟୁତ୍‌ଚାଳିତ ଗାଡ଼ିରେ ଏହି ବ୍ୟାଟେରି ବ୍ୟବହୃତ ହୁଏ। ଅନ୍ୟ ବ୍ୟାଟେରି ଅପେକ୍ଷା ଏହା କମ୍‌ ଓଜନ, ଉଚ୍ଚ ଶକ୍ତି ସାନ୍ଧ୍ରତା ଏବଂ ନିମ୍ନ ସ୍ବୟଂ ଡିସ୍‌ଚାର୍ଜ ହାର ହେତୁ ଏହାର ଆଦର ହେଉଛି ବେଶି।
ପେଟ୍ରୋଲିୟମଚାଳିତ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ଜାଗତିକ ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏଥିପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କରିବା ନିମିତ୍ତ ଅନ୍ତର୍ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯାଇଛି ଏବଂ ପ୍ରତ୍ୟେକ ଦେଶ ନିର୍ଦ୍ଦିଷ୍ଟ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍‌ ହ୍ରାସ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଚିନ୍ତାର କାରଣ ହୋଇଛି। ଗତ କିଛି ବର୍ଷ ତଳେ ବିଦ୍ୟୁତ୍‌ଚାଳିତ ଗାଡ଼ିର ବିକାଶ କିଛି ଆଶା ସଞ୍ଚାର କରିଛି। ଏହି ଗାଡ଼ି ବ୍ୟାଟେରିରୁ ବିଦ୍ୟୁତ୍‌ ଶକ୍ତି ନେଇ ଚାଲିଥାଏ। ଏହି ବ୍ୟାଟେରି ଲିଥିୟମ୍‌ରୁ ନିର୍ମିତ ହୋଇଥିବାରୁ ଲିଥିୟମ୍‌ର ଚାହିଦା ବୃଦ୍ଧି ପାଇଛି।
ଭାରତରେ ଲିଥିୟମ ଉପଲବ୍ଧ ନ ଥିବାରୁ ଆମେ ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ। ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଲିଥିୟମ୍‌ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନୀ କରୁଛି। ଏଥିପାଇଁ ବିଦ୍ୟୁତ୍‌ ଗାଡ଼ି ନିର୍ମାଣରେ ଆମେ ମଧ୍ୟ ପଛରେ ପଡ଼ିଯାଇଛେ। ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଖଣିରୁ ଲିଥିୟମ୍‌ ଉତ୍ପାଦନ କରିବା ପାଇଁ ପ୍ରାୟ ଦଶ ବର୍ଷ ଲାଗିଯାଇପାରେ। ଭାରତ ନିଜର ଆବଶ୍ୟକତା ପୂରଣ ସହିତ ଏହାକୁ ରପ୍ତାନି ମଧ୍ୟ କରିପାରିବ। ବର୍ତ୍ତମାନ ସମଗ୍ର ପୃଥିବୀରେ ଲିଥିୟମ୍‌-ଆୟନ ବ୍ୟାଟେରି ନିର୍ମାଣରେ ଚାଇନା ଆଧିପତ୍ୟ ବିସ୍ତାର କରିଛି। ପୃଥିବୀର ଲିଥିୟମ୍‌-ଆୟନ ବ୍ୟାଟେରିର ମୋଟ ଉତ୍ପାଦନର ତିନି-ଚତୁର୍ଥାଂଶ ଚାଇନାରେ ହେଉଛି। ପୃଥିବୀର ମୋଟ ଲିଥିୟମ୍‌ର ପ୍ରାୟ ଦଶ ପ୍ରତିଶତ ଚାଇନାରେ ରହିଛି। ପୁନଶ୍ଚ ଲିଥିୟମ୍‌ ଖଣିଜରୁ ଲିଥିୟମ୍‌ ଧାତୁ ନିଷ୍କାସନ ହେଉଛି ଏକ ଜଟିଳ ପ୍ରକ୍ରିୟା। ଏଥିପାଇଁ ପ୍ରଥମେ ଖଣିପିଣ୍ଡକୁ ଗୁଣ୍ଡ କରାଯାଏ ଏବଂ ଏହାପରେ ବିଭିନ୍ନ ପଦ୍ଧତି, ଯଥା ଫେଣ ପ୍ଳବନ, ଚୁମ୍ବକୀୟ ପୃଥକୀକରଣ ଓ ମାଧ୍ୟାକର୍ଷଣ ପୃଥକୀକରଣ ଦ୍ୱାରା ଖଣିଜରୁ ଅପଦ୍ରବଗୁଡ଼ିକୁ ବାହାର କରିଦିଆଯାଏ। ଏହାପରେ ପ୍ରାପ୍ତ ହେଉଥିବା ଲିଥିୟମ୍‌ କ୍ଲୋରାଇଡ୍‌ର ବୈଦ୍ୟୁତିକ ବିଶ୍ଳେଷଣ ପ୍ରକ୍ରିୟାରେ ଲିଥିୟମ୍‌ ଧାତୁ ଉତ୍ପାଦନ କରାଯାଏ। ଚାଇନା ପାଖରେ ପୃଥିବୀର ମୋଟ ଲିଥିୟମ୍‌ ପ୍ରକ୍ରିୟାକରଣ ଓ ବିଶୋଧନ କ୍ଷମତାର ୬୦ ପ୍ରତିଶତ ଅଛି। ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଭାରତରେ ସଦ୍ୟ ଆବିଷ୍କୃତ ଲିଥିୟମ୍‌ ଖଣି ହେଉଛି ଦେଶ ପାଇଁ ବରଦାନ ସଦୃଶ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri