ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ l ବିଡ଼ିଓ ବିଶ୍ୱଜିତ ରାୟ, ଏନଏସି ଇଓ ରୋନିତ କୁମାର, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି ଏନଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ନଗର ସଭାପତି ରାଜୁ ରେଡ଼ି, ,ପୂର୍ବତନ ଏମପି ପ୍ରତିନିଧି ସୁଦାମ ପଲାଇ, ମଦନ ପାଢ଼ୀ, ଯୁବ ନେତା ଜିତୁ ପଣ୍ଡା, ସୀମା ସାହୁ, ମନୋଜ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ l ଏନଏସି କର୍ମଚାରୀ ଏହାର ପରିଚାଳନା କରିଥିଲେ l