କେନ୍ଦ୍ରରେ ପହଞ୍ଚିନି ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କିତ କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ଏଭଳି କିଛି ସଂକଳ୍ପ କେନ୍ଦ୍ର ପାଖରେ ପହଞ୍ଚି ନାହିଁ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଗୁରୁବାର ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି। ରିଜିଜୁଙ୍କ ଏଭଳି ଉତ୍ତର ପରେ ରାଜନୈତିକ ମହଲରେ ହଟଚମଟ ଆରମ୍ଭ ହୋଇଯାଇଛି। ହେଲେ କେନ୍ଦ୍ର ସରକାର ମିଛ କଥା କହୁଛନ୍ତି ବୋଲି ବିଜେଡି ପାଲଟା ଦୋଷ ଲଦିଛି। ଅପରପକ୍ଷରେ ରାଜନୈତିକ ଲାଭ ଉଠାଇବା ଛଡ଼ା ବିଜେଡିକୁ କିଛି ଜଣାନାହିଁ ବୋଲି ଭାଜପା କହିଥିବାବେଳେ କଂଗ୍ରେସ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରି ବର୍ଷିଛି।
ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ରିଜିଜୁ କହିଛନ୍ତି, ରେକର୍ଡ ଅନୁସାରେ ଓଡ଼ିଶାରୁ ବିଧାନ ପରିଷଦ ଗଠନ ନେଇ କୌଣସି ସଂକଳ୍ପ କେନ୍ଦ୍ର ପାଖରେ ନାହିଁ। ତଥାପି ଏହି ସଂକଳ୍ପ ପାରିତ କରାଯିବା ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ଠାରୁ ସୂଚନା ସଂଗ୍ରହ କରାଯାଉଥିବା ସେ କହିଛନ୍ତି। ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ପାରିତ କରାଇଥିବା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଏବେ ୬ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ବିହାର, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଉତ୍ତରପ୍ରଦେଶରେ ରାଜ୍ୟ ବିଧାନ ପରିଷଦ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ଆସିବା ପରେ ରାଜ୍ୟ ସରକାରଙ୍କ ବିଧାନ ପରିଷଦ ଗଠନ ସମ୍ପର୍କିତ ପଦକ୍ଷେପ ଉପରେ ଏବେ ଦ୍ୱନ୍ଦ୍ୱ ଉଠିବା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ମିଳିବା ପରେ ଶାସକ ବିଜେଡିକୁ ଭାଜପା ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବିଧାନସଭାରେ ସଂକଳ୍ପ ପାରିତ ହେବାପରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ରହିଛି, ତାହା ଏବେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଯାଇଛି। ଏହା କେବଳ ସଂକଳ୍ପ ନାଁରେ ରାଜନୈତିକ ଲାଭ ଉଠାଇବାର ପ୍ରୟାସ ବୋଲି ପୂଜାରୀ କହିଛନ୍ତି।
କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ବିଜେଡି କେବଳ ଗଣମାଧ୍ୟମକୁ ଦେଖାଇ ରାଜନୀତି କରିବା ଲାଗି ବିଧାନ ପରିଷଦ ଗଠନ କଥା ଉଠାଉଛି। ହେଲେ ଏହାକୁ ଗଠନ କରାଇବା ଲାଗି ଯେଉଁ ପଦ୍ଧତିରେ ଦାବି ଜଣାଇବା କଥା ବିଜେଡି ଜଣାଉନାହିଁ। ପ୍ରତି ୬ ମାସରେ ଥରେ ରାଜନୀତି କରିବା ଲାଗି ବିଜେଡି ଏଭଳି ବାହାନାବାଜି କରୁଛି। କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାରେ ବିଧାନ ପରିଷଦ ଗଠନ ଦାବି ହେଉଛି ବୋଲି ଜାଣିଛନ୍ତି। କେନ୍ଦ୍ର ଚାହିଁଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ଡକାଇ ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବା କଥା। ହେଲେ ଭାଜପା ଓ ବିଜେଡି ମଧ୍ୟରେ ସମ୍ପୂର୍ଣ୍ଣ ବୁଝାମଣା ରହିଛି। ଏହାଦ୍ୱାରା ଓଡ଼ିଶାବାସୀଙ୍କ କ୍ଷତି ହେଉଛି ବୋଲି ଉଲାକା କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ ଜାନୁୟାରୀ ୭ରେ ରାଜ୍ୟ ସରକାର ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଉକ୍ତ କମିଟି ବିଧାନ ପରିଷଦ ଥିବା ବିଭିନ୍ନ ରାଜ୍ୟ ଗସ୍ତକରି ରିପୋର୍ଟ ପ୍ରଦାନ ମଧ୍ୟ କରିଥିଲା। ଏହାପରେ କ୍ୟାବିନେଟ୍‌ ବୈଠକରେ ବିଧାନ ପରିଷଦ ଗଠନ ଲାଗି ସଂକଳ୍ପକୁ ଅନୁମୋଦନ ମିଳିଥିଲା। ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଓଡ଼ିଶା ବିଧାନସଭା ଦ୍ୱାରା ସଂକଳ୍ପ ପାରିତ ଓ ଭାରତୀୟ ସମ୍ବିଧାନର ଧାରା ୧୬୯ର ଉପଧାରା(୧) ଅନୁସାରେ ସଂସଦର ଅନୁମୋଦନ ପାଇଁ କ୍ୟାବିନେଟ୍‌ରେ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା। ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଧାନ ପରିଷଦ ସଂକଳ୍ପ ସପକ୍ଷରେ ମୋଟ ୧୦୪ ଖଣ୍ଡ ଭୋଟ ପଡ଼ି ଏହାକୁ ପାରିତ କରାଯାଇଥିଲା। ହେଲେ ଏହି ସଂକଳ୍ପ ପାରିତ ହେବାର ସାଢେ ୩ ବର୍ଷ ପରେ ମଧ୍ୟ କେଉଁ କାରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇ ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କି ଏହି ସଂକଳ୍ପ କେନ୍ଦ୍ର ନିକଟକୁ ନ ପଠାଇ ସଂସଦରେ ବିଜେଡି ସଦସ୍ୟମାନେ କିପରି ଏହାକୁ ଅନୁମୋଦନ ଦେବା ଲାଗି ବାରମ୍ବାର ଦାବି ଉଠାଉଥିଲେ ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରୁଛି।
ଏନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ଥରେ ନୁହେଁ ୫ଥର କେନ୍ଦ୍ର ସରକାରଙ୍କ ନିକଟକୁ ସଂକଳ୍ପ ପଠାଯାଇଛି। ମିଥ୍ୟା ଛଡ଼ା ସେମାନେ କେବେହେଲେ ସତ୍ୟ କୁହନ୍ତି ନାହିଁ। ସବୁ କଥାରେ ସେମାନଙ୍କ ମିଛ। ସେମାନେ କେଉଁଠି କ’ଣ କହୁଛନ୍ତି ତା’ର କିଛି ଠିକ୍‌ ଠିକଣା ନାହିଁ। ସେମାନଙ୍କର ସବୁ ଶ୍ରୀରାମଙ୍କ ନାଁରେ ଚାଲିଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ କାର୍ଯ୍ୟକାରୀ ହେଲେ ସେଥିରେ ୪୯ ସଦସ୍ୟ ରହିବେ। ଏଠାରେ ସଂକଳ୍ପ ଗୃହୀତ ହେବାପରେ ଏହା କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri