ମହାସମାବେଶରେ ପରୀକ୍ଷା ବର୍ଜନ ଚେତାବନୀ ଦେଲେ ଅଧ୍ୟାପକ

ଭୁବନେଶ୍ୱର, ୨୮।୨(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପରୀକ୍ଷା ପରିଚାଳନାକୁ ନେଇ ଏବେ ବି ଆଶଙ୍କା ରହିଛି। କାରଣ ଆନ୍ଦୋଳନ ଚଳାଇଥିବା ୬୬୨ବର୍ଗର ଅଧ୍ୟାପକମାନେ ପରୀକ୍ଷା ପରିଚାଳନା ବର୍ଜନ କରିବାକୁ ଚେତାଇ ଦେଇଛନ୍ତି। ସୋମବାର ମଧ୍ୟ ତୃତୀୟ ମହାସମାବେଶ କରି ସେମାନଙ୍କ ଦାବିକୁ ଦୋହରାଇବା ସହ ସରକାରଙ୍କୁ ସମାନ ଚେତାବନୀ ଶୁଣାଇଛନ୍ତି। ଏପରିସ୍ଥିତିରେ ମଙ୍ଗଳବାର ସରକାରଙ୍କ ସହ ଅଧ୍ୟାପକଙ୍କ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ସମାନ ଗ୍ରେଡ-ପେ’କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍‌ ପରିସରଭୁକ୍ତ କରିବା ଭଳି ୪ଦଫା ଦାବି ନେଇ ନିଖିଳ ଓଡ଼ିଶା ୬୬୨(ଯୁକ୍ତ୨ ଓ ଯୁକ୍ତ୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଗତ ୧୩ ତାରିଖରୁ ଅହୋରାତ୍ର ଆନ୍ଦୋଳନ କରୁଛି। ଏହା ମଧ୍ୟରେ ଦୁଇ ଦୁଇଟି ମହାସମାବେଶ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଦାବି ହାସଲ ପାଇଁ ସୋମବାର ପୁଣିଥରେ ମହାସମାବେଶ କରି ଗର୍ଜିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ। ସରକାର ଆଲୋଚନାକୁ ନ ଡାକିଲେ ପରୀକ୍ଷା ବର୍ଜନ କରାଯିବ ବୋଲି ସଂଘ ଚେତାଇ ଦେଇଛି।
ଅନ୍ୟପକ୍ଷରେ ଯୁକ୍ତ୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସଂଘକୁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଦାବି ହାସଲ ପାଇଁ ଆନ୍ଦୋଳନ କରିବା ଭିନ୍ନ କଥା, କିନ୍ତୁ ପିଲାଙ୍କ ସ୍ବାର୍ଥ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ସଂଘର ତୃତୀୟ ମହାସମାବେଶ ପରେ ସଂଘକୁ ସରକାରଙ୍କ ସହ ଆଲୋଚନା ପାଇଁ ଡକାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସରକାରଙ୍କ ସହ ୬୬୨ କଲେଜ ସଂଘର ଆଲୋଚନା ହେବ। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି ଗୋଲକ ନାୟକ କହିଛନ୍ତି। ଏହି ସମାବେଶରେ ଆପ୍‌ ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ୍ତ ନାୟକ, ଶିକ୍ଷାବିତ୍‌ କମଳାକାନ୍ତ ମହାପାତ୍ର, ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ସରକାରୀ କଲେଜ ଅଧ୍ୟାପକ ସଂଘର ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri