କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ…

ଭୁବନେଶ୍ୱର,୨୮।୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଦେହାନ୍ତରେ କେବଳ ଓଲିଉଡ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଏତିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି।

ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର। ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ । ଏହାପରେ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ହେବ। ନିଜ ଜନ୍ମ ମାଟିକୁ ଭୁଲି ପାରୁ ନ ଥିଲେ ଉତ୍ତମ ମହାନ୍ତି। ନିଜ ଶେଷ ସମୟରେ ବି ବାରିପଦାବାସୀଙ୍କ କାନ୍ଧରେ ଯିବେ ବୋଲି ସେ କହିଥିବା ପରିବାର ଲୋକ କହିଛନ୍ତି।

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା।

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ର୍ନିମିତ ଏକ ବଲିଉଡ ହିନ୍ଦୀ ଡ୍ରାମା ଥ୍ରୀଲର୍‌ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ‘ଝିଅଟି ସୀତା ପରି’,‘ଦଣ୍ଡାବାଳୁଙ୍ଗା’, ‘ସୁନା ଚଢ଼େଇ’ ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ରେ ‘ଫିଟ୍‌ଫାଟ ବାଇସ୍କୋପ ପୁରସ୍କାର’, ୨୦୧୨ରେ ‘ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର’, ୨୦୦୬ରେ ‘ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର’ ଏବଂ ୧୯୯୯ରେ ତାଙ୍କୁ ମିଳିଥିଲା‘ଜୟଦେବ ପୁରସ୍କାର’। ଏଥିସହିତ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri