ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍‌ପିଏଫ୍‌ ଯବାନଙ୍କ କରାଗଲା ଶେଷକୃତ୍ୟ

ପୁରୁଷୋତ୍ତମପୁର,୨୧।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା (୩୯)। ସନ୍ତୋଷ ଛତିଶଗଡର ବିଳାଶପୁରଠାରେ ସିଆର୍‌ପିଏଫ୍‌ ଯବାନ ଭାବରେ କାର୍ଯ୍ୟ କରୁଥିଲେ।

ସୂଚନାନୁଯାୟୀ, ଗତ ପାଞ୍ଚଦିନ ତଳେ ସନ୍ତୋଷ ଶୋଇଥିବା ଖଟରୁ ହଠାତ ତଳେ ପଡିଯାଇ ଅସୁସ୍ଥ ହୋଇପଡିଥିଲେ। ସେଠାରେ ଥିବା ତାଙ୍କର ସହକର୍ମୀମାନେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଆର୍‌ପିଏଫ୍‌ ପକ୍ଷରୁ ସ୍ବତନ୍ତ୍ର ବାହାନ ଯୋଗେ ଯବାନଙ୍କ ମରଶରୀରକୁ ବୁଧବାର ନିଜ ଗ୍ରାମ ଶିକୁଳାକୁ ଅଣାଯାଇଥିଲା। ଏହା ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗ୍ରାମ ଲୋକାରଣ୍ୟ ହେବା ସହ ଶୋକର ଛାୟା ଖେଳିଯାଇଥିଲା। ପରେ ଶୋଭାଯାତ୍ରାରେ ସନ୍ତୋଷଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସିଆର୍‌ପିଏଫ୍‌ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସତ୍କାର କରାଯାଇଥିଲା। ଏଥିରେ ପୁରୁଷୋତ୍ତମପୁର ଥାନା ପୋଲିସ କର୍ମଚାରୀମାନେ ଯୋଗଦେଇ ସନ୍ତୋଷଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଶୋଭାଯାତ୍ରାବେଳେ ସମଗ୍ର ଗ୍ରାମ ଓ ଶ୍ମଶାନସ୍ଥଳ ଭାରତମାତାର ଜୟଗାନରେ ଫାଟି ପଡିଥିଲା। ଏବେ ତାଙ୍କ ପରିବାରରେ ବିଧବା ପତ୍ନୀ ବନିତା ବେହେରା ଓ ପାଞ୍ଚବର୍ଷର ଶିଶୁ ପୁତ୍ରଙ୍କ ସମେତ ବାପା,ମା ଓ ଭାଇ ରହିଛନ୍ତି। ରୋଜଗାରିଆ ପୁଅଙ୍କୁ ହରାଇ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri