ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା ସହିତ ଦେଶରେ ସର୍ବାଧିକ ୪୧.୬ ବିଲିୟନ ଡ଼ଲାରର ବାଣିଜି୍ୟକ କାରବାର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ଏହାର ଏକ ରିପୋର୍ଟରେ କହିଛି ଯେ, ଚଳିତବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଦେଶର ବାଣିଜି୍ୟକ ରପ୍ତାନି ୫.୪୧% ବୃଦ୍ଧି ହୋଇ ୨୩୦.୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଚାଇନାର ରପ୍ତାନି ୮.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ଜାନୁଆରୀରୁ ଜୁନ ମଧ୍ୟରେ ଆମଦାନୀ ୫୦.୧ ବିଲିୟନ ଡ଼ଲାରରେ ପହଞ୍ଚିଛି।
ରିପୋର୍ଟର ବିଶ୍ଳେଷଣରୁ ଜଣାପଡିଛି ଯେ, ଭାରତ ୨୩୯ଟି ଦେଶକୁ ଉତ୍ପାଦ ରପ୍ତାନି କରୁଛି ଏବଂ ସେଥିମଧ୍ୟରୁ ୧୨୬ଟି ଦେଶ ରପ୍ତାନିରେ ସକରାତ୍ମକ ଅଭିବୃଦ୍ଧି ଦେଖାଇଛନ୍ତି। ଏହି ଦେଶଗୁଡ଼ିକର ରପ୍ତାନୀ ହାର ଭାରତର ମୋଟ ରପ୍ତାନୀର ୭୫.୩% ଅଟେ। ରପ୍ତାନିରେ ଅଭିବୃଦ୍ଧି ଥିବା ପ୍ରମୁଖ ଦେଶଗୁଡିକ ମଧ୍ୟରେ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ନେଦରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ଚାଇନା ରହିଛି। ଅନ୍ୟପଟେ ଭାରତରୁ ୯୮ଟି ଦେଶକୁ ରପ୍ତାନିରେ ହ୍ରାସ ଘଟିଛ। ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ବେଲଜିୟମ, ନେପାଳ ଏବଂ ହଂକଂ ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ଆମେରିକା ହେଉଛି ଭାରତର ସର୍ବୋଚ୍ଚ ରପ୍ତାନି ଭାଗିଦାରୀ। ୨୦୨୩ ଜାନୁଆରୀରୁ ଜୁନ୍‌ରେ ଆମେରିକାକୁ ରପ୍ତାନି ୩୭.୭ ବିଲିୟନ ଡ଼ଲାର ଥିଲା, ଯାହା ଚଳିତ ବର୍ଷର ସମାନ ଅବଧିରେ ୧୦.୫ ପ୍ରତିଶତ ବୃଦ୍ଧି ପାଇ ୪୧.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଚାଇନା ଭାରତର ସର୍ବବୃହତ ଆମଦାନୀ ଯୋଗାଣକାରୀ ଭାବରେ ରହିଆସିଛି। ଚାଇନାରୁ ଆମଦାନୀ ୪୬.୨ ବିଲିୟନ ଡ଼ଲାରରୁ ୫୦.୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚାଇନା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗୀଦାରୀ ହୋଇ ରହିଥିଲା। ମାତ୍ର ଜାନୁୟାରୀରୁ ଜୁନ ୨୦୨୪ ମଧ୍ୟରେ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ରହିଛି। ଏହାପଛକୁ ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଭାବରେ ଚାଇନା ରହିଛି। ଏହିକ୍ରମରେ େମୋଟ ବାଣିଜ୍ୟ ୭.୭% ବୃଦ୍ଧି ହୋଇ ୫୪.୪ ବିଲିୟନ ଡ଼ଲାରରୁ ୫୮.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଲୁହାପଥର, ଫାର୍ମାସ୍ୟୁଟିକାଲ୍ସ, ମୂଲ
ବାନ ପଥର, ବାସମତି ଚାଉଳ, ରାସାୟନିକ ପଦାର୍ଥ ଏବଂ ସ୍ମାର୍ଟଫୋନ ଭଳି କ୍ଷେତ୍ର ଦ୍ୱାରା ରପ୍ତାନୀର ଅଭିବୃଦ୍ଧି ବୃଦ୍ଧି ହୋଇଥିବାବେଳେ ସେବା କ୍ଷେତ୍ରରେ ରପ୍ତାନି ୬.୯% ବୃଦ୍ଧି ହୋଇ ୧୭୮.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ଅନ୍ୟପଟେ ଆମଦାନୀ ୫.୭୯% ବୃଦ୍ଧି ହୋଇ ୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri