Categories: ବାଣିଜ୍ୟ

ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ

ନୂଆଦିଲ୍ଲୀ: ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ ଦେଖାଯାଇଛି। ଦେଶ ମଧ୍ୟରେ କରୋନା ମାମଲା ବଢିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୨୦ ମାସ ମଧ୍ୟରେ ଟଙ୍କା ମୂଲ୍ୟରେ ଏହା ସର୍ବାଧିକ ହ୍ରାସ। ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୭୪.୪୭ ଟଙ୍କା ସ୍ତରରେ ରହିଛି। ଗତ ବର୍ଷ ନଭେମ୍ବର ପରଠାରୁ ଟଙ୍କାର ଏହା ସର୍ବନିମ୍ନ ସ୍ତର। ୨୦୧୯ ଅଗଷ୍ଟ ୫ରେ ଟଙ୍କା ମୂଲ୍ୟରେ ଏଭଳି ବଡ ଧରଣର ହ୍ରାସ ଦେଖାଯାଇଥିଲା। କୋଭିଡ୍‌ ମାମଲା ବଢିବା ଏବଂ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ଅପରିବର୍ତ୍ତିତ ରଖିବା ଭଳି ଘଟଣା ଟଙ୍କା ମୂଲ୍ୟକୁ ପ୍ରଭାବିତ କରିଥିବା ବଜାର ବିଶେଷଜ୍ଞ କହିଛନ୍ତି।

Share