Posted inଖେଳ

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଉଦ୍‌ଘାଟିତ

ଅହମଦାବାଦ,୨୫।୨(ପି.ଟି.): ମୋଟେରା ଷ୍ଟାଡିୟମ୍‌ର ନୂଆ ନାମକରଣ ହୋଇଛି। ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ରୂପେ ପରିଚିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱର ଏହି ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍‌ଘାଟନ କରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଦିବାରାତ୍ର ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଏଠାରେ ପାଖାପାଖି କ୍ଷମତାର ଅଧା ଅର୍ଥାତ୍‌ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଟସ୍‌ ପଡିଥିଲା। ଏତେ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଟସ୍‌ ପଡିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ବେଶ୍‌ ଚକିତ ଓ ଉତ୍ସାହିତ ହୋଇଥିଲେ। ଏଠାରେ ଖେଳିବା ନିଶ୍ଚିତ ଭାବେ ରୋମାଞ୍ଚକ ହେବ। ସିଟ୍‌ଗୁଡିକର ରଙ୍ଗ ନେଇ ନୁହଁ, ଲାଇଟ୍‌ ନେଇ ବେଶ୍‌ ଚିନ୍ତିତ ଅଛି। ଏଭଳି ଲାଇଟ୍‌ରେ ବଲ୍‌ ଦେଖିବାରେ ସମସ୍ୟା ଉପୁଜିବ। ଦୁବାଇରେ ଏହିଭଳି ଷ୍ଟାଡିୟମ୍‌ରେ ଆମେ ଖେଳିଛୁ। ଆଇପିଏଲ୍‌ ଖେଳିବା ବେଳେ ଆମେ କେତୋଟି ସହଜ କ୍ୟାଚ୍‌ ହାତଛଡ଼ା କରିଥିଲୁ ବୋଲି ସେ କହିଛନ୍ତି। ଏଥିରେ ପାରମ୍ପରିକ ଭାବେ ଖୁଣ୍ଟରେ ଲାଇଟ୍‌ ନାହିଁ। ବରଂ ଷ୍ଟାଡିୟମ୍‌ର ଛାତର ପରିମାପରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ରିଙ୍ଗ୍‌ ଅଫ୍‌ ଫାୟାର ଭଳି ମନେହେଉଛି। ଏଥିରେ ଫିଲ୍ଡିଂ କରିବା ନିଶ୍ଚିତ ଭାବେ କଷ୍ଟକର। ଷ୍ଟାଡିୟମ୍‌ରେ ୧୧ଟି ପିଚ୍‌ ରହିଛି। ଲୋହିତ ଓ କୃଷ୍ଣ ମୃତ୍ତିକାରେ ଏହି ପିଚ୍‌ଗୁଡିକ ନିର୍ମାଣ କରାଯାଇଛି। ବିଶ୍ୱର ଏକମାତ୍ର ଷ୍ଟାଡିୟମ୍‌ ଭାବେ ଏଠାରେ ମୁଖ୍ୟ ଓ ପ୍ରାକ୍ଟିସ୍‌ ପିଚ୍‌ ପାଇଁ ସମାନ ସର୍ଫେସର ବ୍ୟବସ୍ଥା କରାଯାଇଛି। ଗ୍ରାଉଣ୍ଡର ଡ୍ରେନେଜ ସିଷ୍ଟମ୍‌ ମଧ୍ୟ ଉଚ୍ଚକୋଟୀର ହୋଇଛି। ବର୍ଷା ବନ୍ଦ ହେବାର ମାତ୍ର ୩୦ ମିନିଟ୍‌ ପରେ ପିଚ୍‌କୁ ସମ୍ପୂର୍ଣ୍ଣ ରୂପେ ଶୁଖାଯାଇପାରିବ। ଭାରତ ଏବେ ବିଶ୍ୱ କ୍ରିକେଟର ହବ୍‌ ବନିଯାଇଥିବା ବେଳେ ଏହି ଷ୍ଟାଡିୟମ୍‌ର ଗୁରୁତ୍ୱ ବଢିଯାଇଛି। ଏହା ଭାରତକୁ ଏବେ ନୂଆ ପରିଚୟ ଦେବ ବୋଲି ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି। ଏହି ଷ୍ଟାଡିୟମ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ବା ମାନସ ସନ୍ତାନ ଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋଟର୍‌ସ ଏନ୍‌କ୍ଲେଭର ଭୂମି ପୂଜନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷ୍ଟାଡିୟମ୍‌ରେ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସର ଭୂମି ପୂଜନ କରିଛନ୍ତି। ଏହାର ନାମ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋଟର୍‌ସ ଏନ୍‌କ୍ଲେଭ ରଖାଯାଇଛି। ଏହି କମ୍ପ୍ଲେକ୍ସରେ ଫୁଟ୍‌ବଲ, ହକି, ବାସ୍କେଟବଲ, କବାଡି, ବକ୍ସିଂ ଓ ଲନ୍‌ ଟେନିସ୍‌ ଖେଳିବାର ବ୍ୟବସ୍ଥା ରହିବ। ଏହି ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ସ ୨୧୫ ଏକର ପରିମିତ ଜମି ଉପରେ ପର୍ଯ୍ୟବସିତ ହେବ ଓ ୨୦ଟି ଷ୍ଟାଡିୟମ୍‌ ନିର୍ମାଣ କରାଯିବ। ଆଥ୍‌ଲେଟ ଓ କୋଚ୍‌ମାନଙ୍କ ପାଇଁ ସବୁପ୍ରକାର ଭିତ୍ତିଭୂମି ଓ ସୁବିଧାସୁଯୋଗର ବ୍ୟବସ୍ଥା କରାଯିବ। ସେହିପରି ନରଣପୁରରେ ଏକାଧିକ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଆଉ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି ପାଇଁ ଏହି ସ୍ପୋଟର୍‌ସ କମ୍ପ୍ଲେକ୍ସ ଅହମଦାବାଦ ସହରକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରଦାନ କରିବ। କ୍ରିକେଟ ଷ୍ଟାଡିୟମ୍‌, ସର୍ଦ୍ଦାର ବଲ୍ଲଭଭାଇ ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ନରଣପୁରରେ ନିର୍ମାଣ ହେବାକୁ ଥିବା ସ୍ପୋଟର୍‌ସ କମ୍ପ୍ଲେକ୍ସକୁ ନେଇ ସବୁପ୍ରକାର ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ହୋଇପାରିବ। ଏହି ୩ଟି କମ୍ପ୍ଲେକ୍ସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ ଓ ଏପରି କି ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି ଶାହା କହିଛନ୍ତି। ଅହମଦାବାଦ ସ୍ପୋଟର୍‌ସ ସିଟି ଅଫ୍‌ ଇଣ୍ଡିଆ ଭାବେ ପରିଚିତ ହେବ। ଏହି ୩ଟି କମ୍ପ୍ଲେକ୍ସରେ ଭାରତ ମାତ୍ର ୬ ମାସ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସକ୍ଷମ ହୋଇପାରିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ସର୍ଦ୍ଦାର ବଲ୍ଲଭଭାଇ ସ୍ପୋଟର୍‌ସ କମ୍ପ୍ଲେକ୍ସର ଏକ ଅଂଶବିଶେଷ ମାତ୍ର ବୋଲି କୁହାଯାଇଛି।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡର ଆର୍କିଟେକ୍ଟ ଫାର୍ମ ‘ପୋପୁଲସ’ଏହି କ୍ରିକେଟ ଷ୍ଟାଡିୟମ୍‌ର ଆର୍କିଟେକ୍ଟ ରହିଛି। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ଆଉ ଏକ ଷ୍ଟାଡିୟମ୍‌ ମଧ୍ୟ ନିର୍ମାଣ କରାଯିବ। ୧୨ ଓ ୧୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଦୁଇଟି ଇନ୍‌ଡୋର ଷ୍ଟାଡିୟମ୍‌ ମଧ୍ୟ ନିର୍ମାଣ କରାଯିବ। ଫୁଟ୍‌ବଲ ସମେତ ଟ୍ରାକ୍‌ ଆଣ୍ଡ ଫିଲ୍ଡ ପାଇଁ ୫୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ର ମଧ୍ୟ ନିର୍ମାଣ ହେବ ବୋଲି ଶାହା କହିଛନ୍ତି।
କ୍ରୀଡ଼ାରେ ଭାରତ ଆତ୍ମନିର୍ଭର ହେବ
ଖୁବ୍‌ଶୀଘ୍ର କ୍ରୀଡ଼ାରେ ଭାରତ ଆତ୍ମନିର୍ଭର ହେବ। ପ୍ରଧାନମନ୍ତ୍ରୀ ଏଥିପାଇଁ ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ବାନରେ କ୍ରୀଡ଼ା ଏକ ଅଂଶ ହେବ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବକଙ୍କୁ ଉପଯୁକ୍ତ ଢାଞ୍ଚା ତଥା ପ୍ଲାଟ୍‌ଫର୍ମ ଯୋଗାଇ ଦିଆଯିବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri