Posted inଖେଳ

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଉଦ୍‌ଘାଟିତ

ଅହମଦାବାଦ,୨୫।୨(ପି.ଟି.): ମୋଟେରା ଷ୍ଟାଡିୟମ୍‌ର ନୂଆ ନାମକରଣ ହୋଇଛି। ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ରୂପେ ପରିଚିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱର ଏହି ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍‌ଘାଟନ କରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଦିବାରାତ୍ର ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଏଠାରେ ପାଖାପାଖି କ୍ଷମତାର ଅଧା ଅର୍ଥାତ୍‌ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଟସ୍‌ ପଡିଥିଲା। ଏତେ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଟସ୍‌ ପଡିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ବେଶ୍‌ ଚକିତ ଓ ଉତ୍ସାହିତ ହୋଇଥିଲେ। ଏଠାରେ ଖେଳିବା ନିଶ୍ଚିତ ଭାବେ ରୋମାଞ୍ଚକ ହେବ। ସିଟ୍‌ଗୁଡିକର ରଙ୍ଗ ନେଇ ନୁହଁ, ଲାଇଟ୍‌ ନେଇ ବେଶ୍‌ ଚିନ୍ତିତ ଅଛି। ଏଭଳି ଲାଇଟ୍‌ରେ ବଲ୍‌ ଦେଖିବାରେ ସମସ୍ୟା ଉପୁଜିବ। ଦୁବାଇରେ ଏହିଭଳି ଷ୍ଟାଡିୟମ୍‌ରେ ଆମେ ଖେଳିଛୁ। ଆଇପିଏଲ୍‌ ଖେଳିବା ବେଳେ ଆମେ କେତୋଟି ସହଜ କ୍ୟାଚ୍‌ ହାତଛଡ଼ା କରିଥିଲୁ ବୋଲି ସେ କହିଛନ୍ତି। ଏଥିରେ ପାରମ୍ପରିକ ଭାବେ ଖୁଣ୍ଟରେ ଲାଇଟ୍‌ ନାହିଁ। ବରଂ ଷ୍ଟାଡିୟମ୍‌ର ଛାତର ପରିମାପରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ରିଙ୍ଗ୍‌ ଅଫ୍‌ ଫାୟାର ଭଳି ମନେହେଉଛି। ଏଥିରେ ଫିଲ୍ଡିଂ କରିବା ନିଶ୍ଚିତ ଭାବେ କଷ୍ଟକର। ଷ୍ଟାଡିୟମ୍‌ରେ ୧୧ଟି ପିଚ୍‌ ରହିଛି। ଲୋହିତ ଓ କୃଷ୍ଣ ମୃତ୍ତିକାରେ ଏହି ପିଚ୍‌ଗୁଡିକ ନିର୍ମାଣ କରାଯାଇଛି। ବିଶ୍ୱର ଏକମାତ୍ର ଷ୍ଟାଡିୟମ୍‌ ଭାବେ ଏଠାରେ ମୁଖ୍ୟ ଓ ପ୍ରାକ୍ଟିସ୍‌ ପିଚ୍‌ ପାଇଁ ସମାନ ସର୍ଫେସର ବ୍ୟବସ୍ଥା କରାଯାଇଛି। ଗ୍ରାଉଣ୍ଡର ଡ୍ରେନେଜ ସିଷ୍ଟମ୍‌ ମଧ୍ୟ ଉଚ୍ଚକୋଟୀର ହୋଇଛି। ବର୍ଷା ବନ୍ଦ ହେବାର ମାତ୍ର ୩୦ ମିନିଟ୍‌ ପରେ ପିଚ୍‌କୁ ସମ୍ପୂର୍ଣ୍ଣ ରୂପେ ଶୁଖାଯାଇପାରିବ। ଭାରତ ଏବେ ବିଶ୍ୱ କ୍ରିକେଟର ହବ୍‌ ବନିଯାଇଥିବା ବେଳେ ଏହି ଷ୍ଟାଡିୟମ୍‌ର ଗୁରୁତ୍ୱ ବଢିଯାଇଛି। ଏହା ଭାରତକୁ ଏବେ ନୂଆ ପରିଚୟ ଦେବ ବୋଲି ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି। ଏହି ଷ୍ଟାଡିୟମ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ବା ମାନସ ସନ୍ତାନ ଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋଟର୍‌ସ ଏନ୍‌କ୍ଲେଭର ଭୂମି ପୂଜନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷ୍ଟାଡିୟମ୍‌ରେ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସର ଭୂମି ପୂଜନ କରିଛନ୍ତି। ଏହାର ନାମ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋଟର୍‌ସ ଏନ୍‌କ୍ଲେଭ ରଖାଯାଇଛି। ଏହି କମ୍ପ୍ଲେକ୍ସରେ ଫୁଟ୍‌ବଲ, ହକି, ବାସ୍କେଟବଲ, କବାଡି, ବକ୍ସିଂ ଓ ଲନ୍‌ ଟେନିସ୍‌ ଖେଳିବାର ବ୍ୟବସ୍ଥା ରହିବ। ଏହି ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ସ ୨୧୫ ଏକର ପରିମିତ ଜମି ଉପରେ ପର୍ଯ୍ୟବସିତ ହେବ ଓ ୨୦ଟି ଷ୍ଟାଡିୟମ୍‌ ନିର୍ମାଣ କରାଯିବ। ଆଥ୍‌ଲେଟ ଓ କୋଚ୍‌ମାନଙ୍କ ପାଇଁ ସବୁପ୍ରକାର ଭିତ୍ତିଭୂମି ଓ ସୁବିଧାସୁଯୋଗର ବ୍ୟବସ୍ଥା କରାଯିବ। ସେହିପରି ନରଣପୁରରେ ଏକାଧିକ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଆଉ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି ପାଇଁ ଏହି ସ୍ପୋଟର୍‌ସ କମ୍ପ୍ଲେକ୍ସ ଅହମଦାବାଦ ସହରକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରଦାନ କରିବ। କ୍ରିକେଟ ଷ୍ଟାଡିୟମ୍‌, ସର୍ଦ୍ଦାର ବଲ୍ଲଭଭାଇ ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ନରଣପୁରରେ ନିର୍ମାଣ ହେବାକୁ ଥିବା ସ୍ପୋଟର୍‌ସ କମ୍ପ୍ଲେକ୍ସକୁ ନେଇ ସବୁପ୍ରକାର ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ହୋଇପାରିବ। ଏହି ୩ଟି କମ୍ପ୍ଲେକ୍ସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ ଓ ଏପରି କି ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି ଶାହା କହିଛନ୍ତି। ଅହମଦାବାଦ ସ୍ପୋଟର୍‌ସ ସିଟି ଅଫ୍‌ ଇଣ୍ଡିଆ ଭାବେ ପରିଚିତ ହେବ। ଏହି ୩ଟି କମ୍ପ୍ଲେକ୍ସରେ ଭାରତ ମାତ୍ର ୬ ମାସ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସକ୍ଷମ ହୋଇପାରିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ସର୍ଦ୍ଦାର ବଲ୍ଲଭଭାଇ ସ୍ପୋଟର୍‌ସ କମ୍ପ୍ଲେକ୍ସର ଏକ ଅଂଶବିଶେଷ ମାତ୍ର ବୋଲି କୁହାଯାଇଛି।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡର ଆର୍କିଟେକ୍ଟ ଫାର୍ମ ‘ପୋପୁଲସ’ଏହି କ୍ରିକେଟ ଷ୍ଟାଡିୟମ୍‌ର ଆର୍କିଟେକ୍ଟ ରହିଛି। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ଆଉ ଏକ ଷ୍ଟାଡିୟମ୍‌ ମଧ୍ୟ ନିର୍ମାଣ କରାଯିବ। ୧୨ ଓ ୧୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଦୁଇଟି ଇନ୍‌ଡୋର ଷ୍ଟାଡିୟମ୍‌ ମଧ୍ୟ ନିର୍ମାଣ କରାଯିବ। ଫୁଟ୍‌ବଲ ସମେତ ଟ୍ରାକ୍‌ ଆଣ୍ଡ ଫିଲ୍ଡ ପାଇଁ ୫୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ର ମଧ୍ୟ ନିର୍ମାଣ ହେବ ବୋଲି ଶାହା କହିଛନ୍ତି।
କ୍ରୀଡ଼ାରେ ଭାରତ ଆତ୍ମନିର୍ଭର ହେବ
ଖୁବ୍‌ଶୀଘ୍ର କ୍ରୀଡ଼ାରେ ଭାରତ ଆତ୍ମନିର୍ଭର ହେବ। ପ୍ରଧାନମନ୍ତ୍ରୀ ଏଥିପାଇଁ ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ବାନରେ କ୍ରୀଡ଼ା ଏକ ଅଂଶ ହେବ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବକଙ୍କୁ ଉପଯୁକ୍ତ ଢାଞ୍ଚା ତଥା ପ୍ଲାଟ୍‌ଫର୍ମ ଯୋଗାଇ ଦିଆଯିବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri