ପୋଖରୀ ସଫା କଲେ ମହିଳା କାଉନ୍‌ସିଲର

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୁଣି ‘ମୋ ପୋଖରୀ ମୋ ଦାୟିତ୍ୱ କାର୍ଯ୍ୟକ୍ରମ’ ସୋମବାର ଆରମ୍ଭ ହୋଇଛି। ଏନ୍‌ଏସି ୯ନଂ. ୱାର୍ଡରେ ଏହାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନ୍‌ସିଲର ପ୍ରୀତିଛନ୍ଦା ସାମଲ ମଧ୍ୟ ସାମିଲ ହୋଇଥିଲେ। କରୋନା ଯୋଗୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା ବେଳେ ଏଣିକି ପ୍ରତି ସୋମବାର ପୋଖରୀ ସଫେଇ କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଉକ୍ତ ପୋଖରୀର ଉନ୍ନତିକରଣ କରାଯାଇ ଏକ ମଡେଲ ପୋଖରୀ କରାଯିବ ବୋଲି କାଉନ୍‌ସିଲର କହିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଷବାବୁ, ପୂର୍ବତନ କାଉନ୍‌ସିଲର ପ୍ରଦୋଷ ବେହେରା ଓ ବି ରାଜୁବାବୁ, ବବଲୁ ନାୟେକ, ସରୋଜ ସାମଲ ପ୍ରମୁଖ ଏଥିରେ ସାମିଲ ଥିଲେ।