Posted inUncategorized

ଅଳପ ଧନ ବିକଳ ମନ

ଧନ ପ୍ରତି କାହା ମନରେ ଲୋଭ କି ଲାଳସା ନାହିଁ କହିଲେ। ଆଜିକାଲି ତ ଧନ ଅର୍ଜନ କରିବାକୁ ଯିଏ ଯେଉଁ ବାଟକୁ ପାରୁଛି ଆପଣେଇ ନେଉଛି। ବାଟ ଅବାଟ ଯାହା ହେଉ ପଛେ ଧନ ଠୁଳେଇବାର ଅଛି ଆଉ ଧନ ବଳରେ ମାନ, ପ୍ରତିଷ୍ଠା ଆଦି ଅର୍ଜନ କରିବାର ଅଛି। କହିଲା ଭଳିଆ ପାରିବୃତ୍ତି କଥା। ଯିଏ ପାରିଲା ସିଏ ପାରଙ୍ଗମ ଆଉ ଯିଏ ନ ପାରିଲା ଅପାରଗ ଖାତାରେ ଗଣାହେଲା। ଏଇ ଆଧାରରେ ଆଜିକାଲି ଧନୀ ବ୍ୟକ୍ତିଙ୍କ ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ୱରେ ବା ଆମ ଦେଶରେ ଦିନକୁ କାହାର ଆୟ କେତେ ଓ କିଏ ସବୁଠାରୁ ଧନୀ ତା’ର ହିସାବ ବି ହେଉଛି। ଏଥିପାଇଁ ପ୍ରତିଯୋଗିତା ବି ହେଉଛି। ବଡ଼ ବଡ଼ ଶିଳ୍ପପତି ଆଉ ପୁଞ୍ଜିପତିମାନେ ଏହି ଦୌଡ଼ରେ ସାମିଲ ହେଉଛନ୍ତି। ନିଜର ଶ୍ରେଷ୍ଠତା ସାଧାରଣରେ ପ୍ରଦର୍ଶନ କରୁଛନ୍ତି। ହେଲେ ବିଚରା ଅଳପ ଧନବାଲା ଖାଲି ଯାହା ହାଇଁପାଇଁ ହେଉଛନ୍ତି। ଆଜିର ସମୟରେ ଏଭଳି ଅଳପ ଧନ ବାଲାଙ୍କ ସଂଖ୍ୟା ଢେର ଅଧିକ। ଯେତେ ଯେଉଁଠୁ ରୋଜଗାର କଲେ ମଧ୍ୟ ପରିବାର ଚଳାଇ ହେଉନି। ମାପଚୁପ ଭିତରେ ଜୀବନଟା ଧକେଇ ଧକେଇ ଗଡୁଛି। ସୀମିତ ରୋଜଗାର ଭିତରେ ପିଲାଙ୍କ ପଢ଼ା ଖର୍ଚ୍ଚ, ତେଲଲୁଣ ଖର୍ଚ୍ଚ, ଲୁଗାପଟା, ଔଷଧ ଆଉ ବନ୍ଧୁବାନ୍ଧବ ଆଦିଙ୍କ ପାଇଁ ଖର୍ଚ୍ଚ ତୁଲାଇବା କ’ଣ ସହଜ କଥା। ଆଜିକାଲି ଆମ ସମାଜରେ ଅଳପ ଧନ ଥିବା ଲୋକଙ୍କର ଇଏ ହେଉଛି ବିକଳ ଚିତ୍ର। ଚାଷ କରୁଥିବା, ଛୋଟକାଟିଆ ଚାକିରି କି ବ୍ୟବସାୟ କରୁଥିବା ଲୋକଙ୍କର କଷଣ କହିଲେ ନ ସରେ। ଗାଁ ଗହଳି କଥା ଛାଡ଼ିଦେଲେ ଯେଉଁମାନେ ପୁଣି ବାହାରେ ଘରଭଡ଼ା ନେଇ ରହୁଛନ୍ତି ସେମାନଙ୍କ ଜୀବନ ତ ଆହୁରି ଯନ୍ତ୍ରଣାଦାୟକ। ବଡ଼ ଶର୍ଟ କଟ୍‌ ଭିତରେ ଚଳିବାକୁ ପଡୁଛି। ଘରର ବଡ଼ମାନେ ସିନା ମନକୁ ବୁଝେଇ ଦେଇ ରହୁଛନ୍ତି ହେଲେ ପିଲାଏ କ’ଣ ବୁଝୁଛନ୍ତି। ଆଜି ଏଇଟା ଦରକାର କାଲି ସେଇଟା ଦରକାର, ନ ଦେଲେ ଚଳିବନି। ଧାର ଉଧାର କରିବା ଯାହା ସାର ହେଉଛି। ବଜାରରେ ଭଲ ଜିନିଷଟିଏ ଦେଖିଲେ ଇଚ୍ଛା ହେଉଛି ଘରକୁ ନେଇଯିବାକୁ। ଆଶା ହେଉଛି ମନଲାଖି ମାଛ କି ମାଂସ ଟିକେ ଖାଇବାକୁ। ଯାନିଯାତ୍ରା ଟିକେ ବୁଲିଯିବାକୁ। ପୂନେଇଁ ପରବରେ ମନପସନ୍ଦର ଖାଦ୍ୟପଦାର୍ଥ ତିଆରି କରିବାକୁ। ହେଲେ ହାତରେ ଧନ ଥିଲେ ସିନା ହେବ। ମନମାରି ରହିବାକୁ ହେଉଛି। ସେଥିପାଇଁ ବୋଧେ କେବେ କିଏ ଏମାନଙ୍କ ଉଦ୍ଦେଶ୍ୟରେ ହୁଏତ କହିଥିଲେ ‘ଅଳପ ଧନ ବିକଳ ମନ’। ଅଳପ ଧନ ଥିବା ଲୋକେ ଯେ, ଅଧିକ ଧନକୁ ଆଶା ନ କରନ୍ତି ତାହା ନୁହେଁ ହେଲେ କର୍ମ ଦୋଷରୁ ହେଉ ଅବା ଭାଗ୍ୟଦୋଷରୁ ଏ ସୁଯୋଗ ହୁଏତ ଏମାନଙ୍କୁ ମିଳିପାରେନି। ଅତଏବ ଦୁଃଖକଷ୍ଟ ଓ ହା’ହତାଶ ଭିତରେ ଜୀବନ କାଟିବାଟା ଥୟ।
ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ଅଳପ ଧନ ଥିବା ଲୋକଙ୍କ ଉଦ୍ଦେଶ୍ୟରେ କୁହାଯାଇଥିବା ଉପରୋକ୍ତ କଥାଟି ପୂରାପୂରି ଯଥାର୍ଥ। ତେବେ ବିଡ଼ମ୍ବନାର ବିଷୟ ହେଉଛି ଉଭା ଓ ପୋତା ଉଭୟ ଧନରେ ଭରପୂର ଅଥଚ ଅଳପ ଧନ ବୋଲି ସର୍ବଦା ଦର୍ଶାଉଥିବା ଓ ପୁଣି ବାରଆଡ଼େ କହି ବୁଲୁଥିବା ଲୋକଙ୍କ କଥା ଦେଖୁନାହାନ୍ତି। ଅସୁମାରି ଲାଭ ଓ ଲୋଭ ଭିତରେ ବି ପୁଣି କିଛି ଧନ ପ୍ରାପ୍ତିର ଆଶା ସଦାବେଳେ ଏମାନଙ୍କୁ ବ୍ୟାକୁଳ କରାଉଛି। ଭଗବାନ୍‌ ଏମାନଙ୍କୁ ଯେତେ ଦେଇଥିଲେ ବି ଏମାନଙ୍କ ମନ ବୁଝୁନି ଯେ ପୁଣି ଧନ ପାଇଁ ଆକୁଳ ଓ ବିକଳ। ଦୁନିଆର ସବୁକିଛି ପ୍ରାପ୍ତି ଭିତରେ ବି ଆହୁରି କିଛି ଅପ୍ରାପ୍ତି ଏମାନଙ୍କ ପାଇଁ ରହିଯାଇଥାଏ। ଯାହାକୁ ନେଇ ଏମାନେ ଛଟପଟ ଓ ଡହଳବିକଳ। ଏମାନଙ୍କ ପାଟିରେ ସଦାସର୍ବଦା ନାହିଁ ନାହିଁର ସ୍ବର। ସେଥିପାଇଁ ତ କୋଠାଘର, ଜମିବାଡ଼ି ଓ ଦୁଇଚକିଆ ଚାରିଚକିଆ ଥିବା ଲୋକ ରାଶନକାର୍ଡ ଖଣ୍ଡେ ହାତେଇ ନେବାକୁ କିମ୍ବା ଆବାସ ଯୋଜନାରେ ଘର ଖଣ୍ଡେ ମାରିନେବାକୁ ଆପଣାର ବୁଦ୍ଧିବିଦ୍ୟା ଲଗାଇ ଦେଇଥା’ନ୍ତି। ଗରିବଙ୍କ ହକ୍‌ ଉପରେ ଭାଗ ବସେଇବାକୁ ଆଗେଇ ଆସିଥା’ନ୍ତି। ଯେତେ ହେଲେ ବି ଏମାନଙ୍କୁ ନିଅଣ୍ଟ। ଏମାନଙ୍କ ନିତିଦିନିଆ ଚଳଣି ଦେଖିଲେ ଦୁଃଖ ଲାଗେ। ବଡ଼ ନିକୁଛିଆ ପ୍ରକୃତିର ଏମାନେ। ଖାଇବା ପିଇବାଠାରୁ ଆରମ୍ଭ କରି, କାମକାର୍ଯ୍ୟ ଓ ଉତ୍ସବ ଅନୁଷ୍ଠାନ ପାଳନରେ ଏମାନେ ଭାରି ମାପଚୁପ ହୋଇ ଚଳିଥା’ନ୍ତି। ବିବାହ, ବ୍ରତ ଉପଲକ୍ଷେ ଭୋଜିଭାତରେ ଏମାନେ ଆମନ୍ତ୍ରିତ ହୋଇ କୁଆଡ଼େ ଗଲେ ଉପହାର ଆକାରରେ ଯାହା କିଛି ଦିଅନ୍ତି ସେହି ଅନୁପାତରେ ଖାଦ୍ୟପେୟ ବି ଗ୍ରହଣ କରିବା ନେଇ ବେଶ୍‌ ସଚେତନ ଥା’ନ୍ତି। ବଜାରରୁ ପନିପରିବା, ଲୁଗାପଟା କିମ୍ବା ଅନ୍ୟାନ୍ୟ ଦ୍ରବ୍ୟାଦି କିଣାକିଣିରେ ଏମାନେ ସର୍ବଦା ମୂଲଚାଲ କରିଥା’ନ୍ତି। ପୂଜାପର୍ବ କି ଆନୁଷ୍ଠାନିକ କର୍ମ ଲାଗି ପ୍ରଦତ୍ତ ଚାନ୍ଦାଚପଟରେ ଏମାନେ କାର୍ପଣ୍ୟ ଭାବ ଦେଖାଇଥାନ୍ତି। ସୁଯୋଗ ବଶତଃ ମାଗଣା ଯୋଜନା କି ମାଗଣା ଭୋଜନ ଏମାନଙ୍କୁ ମିଳିଗଲା ତ ଏମାନଙ୍କର କଚେପୁଅ ବାର। କୁହାଯାଏ ଯାହାର ଯେତେ ଧନ, ତା’ର ସେତେ ଲୋଭ। ଧନ ପ୍ରାପ୍ତି ଲାଗି ଏମାନେ ଭାଇକୁ ଭଗାରି, ମିତ୍ରକୁ ଶତ୍ରୁ, ଆପଣାକୁ ପର, ଧଳାକୁ କଳା ଓ ସତକୁ ମିଛ କରିବାକୁ ଜମାରୁ କୁଣ୍ଠାବୋଧ କରନ୍ତିନି। ଆବଶ୍ୟକତାଠାରୁ ଅଧିକ ଆଶା କରିବା ଭଲ ନୁହେଁ କି ଲୋଭର ବଶବର୍ତ୍ତୀ ହେବା ଗ୍ରହଣୀୟ ନୁହେଁ। ଲୋଭ ମଣିଷକୁ ଅବାଟକୁ ନେଇଯାଏ। ଅବାଟରେ ଗଲେ ଏହାର କୁପରିଣାମ ବି ଭୋଗିବାକୁ ପଡ଼ିବ। ବଡ଼ଲୋକ ହେବା ନିଶାରେ ମଣିଷ ଆଜି କ’ଣ ନାହିଁ କ’ଣ କରିବସୁଛି। ଧନ ପାଇଁ ଏତେ ବିକଳ ଆଉ ବ୍ୟାକୁଳ କାହିଁକି ? ବରଂ ଯେତିକି ଅଛି ସେତକକୁ ନେଇ ଖୁସିରେ ରହିବା ବୁଦ୍ଧିମାନର କାର୍ଯ୍ୟ। ଅଳପ ଧନ ଥିବା ଲୋକେ ବିକଳ ହେବା ସ୍ବାଭାବିକ କଥା। ହେଲେ ଧନ ଥିବା ଲୋକେ ଆହୁରି ଅଧିକ ଧନ ଆଶା କରିବା ଓ ଏଥିଲାଗି ବିକଳ ହେବା ନିହାତି ପରିତାପର ବିଷୟ।

  • ଯଦୁମଣି ପାଣିଗ୍ରାହୀ
    ଶଙ୍ଖତ୍ଡା, ତିହିଡ଼ି, ଭଦ୍ରକ
    ମୋ-୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri