Posted inUncategorized

ଅଳପ ଧନ ବିକଳ ମନ

ଧନ ପ୍ରତି କାହା ମନରେ ଲୋଭ କି ଲାଳସା ନାହିଁ କହିଲେ। ଆଜିକାଲି ତ ଧନ ଅର୍ଜନ କରିବାକୁ ଯିଏ ଯେଉଁ ବାଟକୁ ପାରୁଛି ଆପଣେଇ ନେଉଛି। ବାଟ ଅବାଟ ଯାହା ହେଉ ପଛେ ଧନ ଠୁଳେଇବାର ଅଛି ଆଉ ଧନ ବଳରେ ମାନ, ପ୍ରତିଷ୍ଠା ଆଦି ଅର୍ଜନ କରିବାର ଅଛି। କହିଲା ଭଳିଆ ପାରିବୃତ୍ତି କଥା। ଯିଏ ପାରିଲା ସିଏ ପାରଙ୍ଗମ ଆଉ ଯିଏ ନ ପାରିଲା ଅପାରଗ ଖାତାରେ ଗଣାହେଲା। ଏଇ ଆଧାରରେ ଆଜିକାଲି ଧନୀ ବ୍ୟକ୍ତିଙ୍କ ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ୱରେ ବା ଆମ ଦେଶରେ ଦିନକୁ କାହାର ଆୟ କେତେ ଓ କିଏ ସବୁଠାରୁ ଧନୀ ତା’ର ହିସାବ ବି ହେଉଛି। ଏଥିପାଇଁ ପ୍ରତିଯୋଗିତା ବି ହେଉଛି। ବଡ଼ ବଡ଼ ଶିଳ୍ପପତି ଆଉ ପୁଞ୍ଜିପତିମାନେ ଏହି ଦୌଡ଼ରେ ସାମିଲ ହେଉଛନ୍ତି। ନିଜର ଶ୍ରେଷ୍ଠତା ସାଧାରଣରେ ପ୍ରଦର୍ଶନ କରୁଛନ୍ତି। ହେଲେ ବିଚରା ଅଳପ ଧନବାଲା ଖାଲି ଯାହା ହାଇଁପାଇଁ ହେଉଛନ୍ତି। ଆଜିର ସମୟରେ ଏଭଳି ଅଳପ ଧନ ବାଲାଙ୍କ ସଂଖ୍ୟା ଢେର ଅଧିକ। ଯେତେ ଯେଉଁଠୁ ରୋଜଗାର କଲେ ମଧ୍ୟ ପରିବାର ଚଳାଇ ହେଉନି। ମାପଚୁପ ଭିତରେ ଜୀବନଟା ଧକେଇ ଧକେଇ ଗଡୁଛି। ସୀମିତ ରୋଜଗାର ଭିତରେ ପିଲାଙ୍କ ପଢ଼ା ଖର୍ଚ୍ଚ, ତେଲଲୁଣ ଖର୍ଚ୍ଚ, ଲୁଗାପଟା, ଔଷଧ ଆଉ ବନ୍ଧୁବାନ୍ଧବ ଆଦିଙ୍କ ପାଇଁ ଖର୍ଚ୍ଚ ତୁଲାଇବା କ’ଣ ସହଜ କଥା। ଆଜିକାଲି ଆମ ସମାଜରେ ଅଳପ ଧନ ଥିବା ଲୋକଙ୍କର ଇଏ ହେଉଛି ବିକଳ ଚିତ୍ର। ଚାଷ କରୁଥିବା, ଛୋଟକାଟିଆ ଚାକିରି କି ବ୍ୟବସାୟ କରୁଥିବା ଲୋକଙ୍କର କଷଣ କହିଲେ ନ ସରେ। ଗାଁ ଗହଳି କଥା ଛାଡ଼ିଦେଲେ ଯେଉଁମାନେ ପୁଣି ବାହାରେ ଘରଭଡ଼ା ନେଇ ରହୁଛନ୍ତି ସେମାନଙ୍କ ଜୀବନ ତ ଆହୁରି ଯନ୍ତ୍ରଣାଦାୟକ। ବଡ଼ ଶର୍ଟ କଟ୍‌ ଭିତରେ ଚଳିବାକୁ ପଡୁଛି। ଘରର ବଡ଼ମାନେ ସିନା ମନକୁ ବୁଝେଇ ଦେଇ ରହୁଛନ୍ତି ହେଲେ ପିଲାଏ କ’ଣ ବୁଝୁଛନ୍ତି। ଆଜି ଏଇଟା ଦରକାର କାଲି ସେଇଟା ଦରକାର, ନ ଦେଲେ ଚଳିବନି। ଧାର ଉଧାର କରିବା ଯାହା ସାର ହେଉଛି। ବଜାରରେ ଭଲ ଜିନିଷଟିଏ ଦେଖିଲେ ଇଚ୍ଛା ହେଉଛି ଘରକୁ ନେଇଯିବାକୁ। ଆଶା ହେଉଛି ମନଲାଖି ମାଛ କି ମାଂସ ଟିକେ ଖାଇବାକୁ। ଯାନିଯାତ୍ରା ଟିକେ ବୁଲିଯିବାକୁ। ପୂନେଇଁ ପରବରେ ମନପସନ୍ଦର ଖାଦ୍ୟପଦାର୍ଥ ତିଆରି କରିବାକୁ। ହେଲେ ହାତରେ ଧନ ଥିଲେ ସିନା ହେବ। ମନମାରି ରହିବାକୁ ହେଉଛି। ସେଥିପାଇଁ ବୋଧେ କେବେ କିଏ ଏମାନଙ୍କ ଉଦ୍ଦେଶ୍ୟରେ ହୁଏତ କହିଥିଲେ ‘ଅଳପ ଧନ ବିକଳ ମନ’। ଅଳପ ଧନ ଥିବା ଲୋକେ ଯେ, ଅଧିକ ଧନକୁ ଆଶା ନ କରନ୍ତି ତାହା ନୁହେଁ ହେଲେ କର୍ମ ଦୋଷରୁ ହେଉ ଅବା ଭାଗ୍ୟଦୋଷରୁ ଏ ସୁଯୋଗ ହୁଏତ ଏମାନଙ୍କୁ ମିଳିପାରେନି। ଅତଏବ ଦୁଃଖକଷ୍ଟ ଓ ହା’ହତାଶ ଭିତରେ ଜୀବନ କାଟିବାଟା ଥୟ।
ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ଅଳପ ଧନ ଥିବା ଲୋକଙ୍କ ଉଦ୍ଦେଶ୍ୟରେ କୁହାଯାଇଥିବା ଉପରୋକ୍ତ କଥାଟି ପୂରାପୂରି ଯଥାର୍ଥ। ତେବେ ବିଡ଼ମ୍ବନାର ବିଷୟ ହେଉଛି ଉଭା ଓ ପୋତା ଉଭୟ ଧନରେ ଭରପୂର ଅଥଚ ଅଳପ ଧନ ବୋଲି ସର୍ବଦା ଦର୍ଶାଉଥିବା ଓ ପୁଣି ବାରଆଡ଼େ କହି ବୁଲୁଥିବା ଲୋକଙ୍କ କଥା ଦେଖୁନାହାନ୍ତି। ଅସୁମାରି ଲାଭ ଓ ଲୋଭ ଭିତରେ ବି ପୁଣି କିଛି ଧନ ପ୍ରାପ୍ତିର ଆଶା ସଦାବେଳେ ଏମାନଙ୍କୁ ବ୍ୟାକୁଳ କରାଉଛି। ଭଗବାନ୍‌ ଏମାନଙ୍କୁ ଯେତେ ଦେଇଥିଲେ ବି ଏମାନଙ୍କ ମନ ବୁଝୁନି ଯେ ପୁଣି ଧନ ପାଇଁ ଆକୁଳ ଓ ବିକଳ। ଦୁନିଆର ସବୁକିଛି ପ୍ରାପ୍ତି ଭିତରେ ବି ଆହୁରି କିଛି ଅପ୍ରାପ୍ତି ଏମାନଙ୍କ ପାଇଁ ରହିଯାଇଥାଏ। ଯାହାକୁ ନେଇ ଏମାନେ ଛଟପଟ ଓ ଡହଳବିକଳ। ଏମାନଙ୍କ ପାଟିରେ ସଦାସର୍ବଦା ନାହିଁ ନାହିଁର ସ୍ବର। ସେଥିପାଇଁ ତ କୋଠାଘର, ଜମିବାଡ଼ି ଓ ଦୁଇଚକିଆ ଚାରିଚକିଆ ଥିବା ଲୋକ ରାଶନକାର୍ଡ ଖଣ୍ଡେ ହାତେଇ ନେବାକୁ କିମ୍ବା ଆବାସ ଯୋଜନାରେ ଘର ଖଣ୍ଡେ ମାରିନେବାକୁ ଆପଣାର ବୁଦ୍ଧିବିଦ୍ୟା ଲଗାଇ ଦେଇଥା’ନ୍ତି। ଗରିବଙ୍କ ହକ୍‌ ଉପରେ ଭାଗ ବସେଇବାକୁ ଆଗେଇ ଆସିଥା’ନ୍ତି। ଯେତେ ହେଲେ ବି ଏମାନଙ୍କୁ ନିଅଣ୍ଟ। ଏମାନଙ୍କ ନିତିଦିନିଆ ଚଳଣି ଦେଖିଲେ ଦୁଃଖ ଲାଗେ। ବଡ଼ ନିକୁଛିଆ ପ୍ରକୃତିର ଏମାନେ। ଖାଇବା ପିଇବାଠାରୁ ଆରମ୍ଭ କରି, କାମକାର୍ଯ୍ୟ ଓ ଉତ୍ସବ ଅନୁଷ୍ଠାନ ପାଳନରେ ଏମାନେ ଭାରି ମାପଚୁପ ହୋଇ ଚଳିଥା’ନ୍ତି। ବିବାହ, ବ୍ରତ ଉପଲକ୍ଷେ ଭୋଜିଭାତରେ ଏମାନେ ଆମନ୍ତ୍ରିତ ହୋଇ କୁଆଡ଼େ ଗଲେ ଉପହାର ଆକାରରେ ଯାହା କିଛି ଦିଅନ୍ତି ସେହି ଅନୁପାତରେ ଖାଦ୍ୟପେୟ ବି ଗ୍ରହଣ କରିବା ନେଇ ବେଶ୍‌ ସଚେତନ ଥା’ନ୍ତି। ବଜାରରୁ ପନିପରିବା, ଲୁଗାପଟା କିମ୍ବା ଅନ୍ୟାନ୍ୟ ଦ୍ରବ୍ୟାଦି କିଣାକିଣିରେ ଏମାନେ ସର୍ବଦା ମୂଲଚାଲ କରିଥା’ନ୍ତି। ପୂଜାପର୍ବ କି ଆନୁଷ୍ଠାନିକ କର୍ମ ଲାଗି ପ୍ରଦତ୍ତ ଚାନ୍ଦାଚପଟରେ ଏମାନେ କାର୍ପଣ୍ୟ ଭାବ ଦେଖାଇଥାନ୍ତି। ସୁଯୋଗ ବଶତଃ ମାଗଣା ଯୋଜନା କି ମାଗଣା ଭୋଜନ ଏମାନଙ୍କୁ ମିଳିଗଲା ତ ଏମାନଙ୍କର କଚେପୁଅ ବାର। କୁହାଯାଏ ଯାହାର ଯେତେ ଧନ, ତା’ର ସେତେ ଲୋଭ। ଧନ ପ୍ରାପ୍ତି ଲାଗି ଏମାନେ ଭାଇକୁ ଭଗାରି, ମିତ୍ରକୁ ଶତ୍ରୁ, ଆପଣାକୁ ପର, ଧଳାକୁ କଳା ଓ ସତକୁ ମିଛ କରିବାକୁ ଜମାରୁ କୁଣ୍ଠାବୋଧ କରନ୍ତିନି। ଆବଶ୍ୟକତାଠାରୁ ଅଧିକ ଆଶା କରିବା ଭଲ ନୁହେଁ କି ଲୋଭର ବଶବର୍ତ୍ତୀ ହେବା ଗ୍ରହଣୀୟ ନୁହେଁ। ଲୋଭ ମଣିଷକୁ ଅବାଟକୁ ନେଇଯାଏ। ଅବାଟରେ ଗଲେ ଏହାର କୁପରିଣାମ ବି ଭୋଗିବାକୁ ପଡ଼ିବ। ବଡ଼ଲୋକ ହେବା ନିଶାରେ ମଣିଷ ଆଜି କ’ଣ ନାହିଁ କ’ଣ କରିବସୁଛି। ଧନ ପାଇଁ ଏତେ ବିକଳ ଆଉ ବ୍ୟାକୁଳ କାହିଁକି ? ବରଂ ଯେତିକି ଅଛି ସେତକକୁ ନେଇ ଖୁସିରେ ରହିବା ବୁଦ୍ଧିମାନର କାର୍ଯ୍ୟ। ଅଳପ ଧନ ଥିବା ଲୋକେ ବିକଳ ହେବା ସ୍ବାଭାବିକ କଥା। ହେଲେ ଧନ ଥିବା ଲୋକେ ଆହୁରି ଅଧିକ ଧନ ଆଶା କରିବା ଓ ଏଥିଲାଗି ବିକଳ ହେବା ନିହାତି ପରିତାପର ବିଷୟ।

  • ଯଦୁମଣି ପାଣିଗ୍ରାହୀ
    ଶଙ୍ଖତ୍ଡା, ତିହିଡ଼ି, ଭଦ୍ରକ
    ମୋ-୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri