ଡହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ

ବାଲେଶ୍ୱର ଅଫିସ,୨୬।୫: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଳ ସମୟରେ କରାଯାଉଛି। ଯେଉଁଠି ଶ୍ରମିକମାନେ ମାନୁନାହାନ୍ତି କିମ୍ବା ଠିକାଦାରମାନେ ନିୟମ ଉଲ୍ଲଂଘନ କରୁଛନ୍ତି ଜିଲା ଶ୍ରମ ବିଭାଗର କର୍ମଚାରୀମାନେ ତାଗିଦ୍‌ କରିବା ସହ ସଚେତନତା ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ କିମ୍ବା ଠିକାଦାରଙ୍କୁ ଆର୍ଥିକ ଦଣ୍ଡ ଦେବା ସହ ସେମାନଙ୍କୁ ଅନୁମତି ମୂଳକ ପତ୍ର (ଲାଇସେନ୍ସ) କେତେକାଂଶରେ ରଦ୍ଦ କରୁଛନ୍ତି। ବାଲେଶ୍ୱର ସହରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଠିକାଦାରଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ପାତରଅନ୍ତର ନୀତି ଆପଣାଇଥିବା ଦେଖିବାକୁ ମିଳିଛି।
ପୂର୍ବାହ୍ନ ସାଢେ ୧୧ଟା ପରେ ଆଇଟିଆଇ ଛକରୁ ତାମୁଳିଆ ବ୍ରିଜ୍‌ ପର୍ଯ୍ୟନ୍ତ ଓଟି ରୋଡ୍‌ର ସମ୍ପ୍ରସାରଣ ନିମନ୍ତେ ହେଉଥିବା ଡ୍ରେନେଜ୍‌ କାର୍ଯ୍ୟ ଜାରି ରହିଥିଲା। ଏହି ସମୟରେ ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ପହଞ୍ଚତ୍ କାର୍ଯ୍ୟରତ ଶ୍ରମିକଙ୍କୁ କାମ ବନ୍ଦ ପାଇଁ କହିବା ସହ ଠିକାଦାରଙ୍କୁ ଆଇନ୍‌ ସମ୍ପର୍କିତ ଅଧିନିୟମକୁ ଜଣାଇ ତାଗିଦ୍‌ କରିଥିଲେ। ଅନ୍ୟପକ୍ଷରେ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ପରିସରରେ ନିର୍ମାଣାଧୀନ ନୂତନ କୋଠାରେ ଶ୍ରମିକମାନେ ପ୍ରାୟ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଡହ ଡହ ଖରାରେ ଲୁହା ରଡ୍‌ ଉପରେ ଚଢ଼ି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏ ବିଷୟରେ ସ୍ଥାନୀୟ ଲୋକେ ଫୋନ୍‌ କରି ଜିଲା ଶ୍ରମ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ସେଠାକୁ ଆସି ନ ଥିଲେ। ଏନେଇ ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରୀଷ୍ମପ୍ରବାହରୁ ଶ୍ରମିକଙ୍କ ଧନଜୀବନ ରକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇଛି। ଜିଲାପାଳଙ୍କ ଅଫିସ୍‌ ପରିସରରେ ନିର୍ମାଣାଧୀନ କୋଠା କାର୍ଯ୍ୟ ମଧ୍ୟାହ୍ନରେ ହେଉଥିବା ଜାଣିବାକୁ ପାଇଲି। ଏହାକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri