ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ନବରଙ୍ଗପୁର,୨୧।୪(ବି.ପ୍ର.): ନବରଙ୍ଗପୁରରେ ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ। ଏଠାରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି l ଏପରିକି ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଶ୍ରମିକ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି।
ସରକାର ପ୍ରଚଣ୍ଡ ଖରାକୁ ନେଇ ଶ୍ରମିକଙ୍କ କାମ କରିବାର ଏକ ସମୟ ସାରଣୀ (ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଶାରୀରିକ କାର୍ଯ୍ୟ ନ କରିବା ପାଇଁ) ପ୍ରସ୍ତୁତ କରି ଜିଲାର ଶ୍ରମ ବିଭାଗକୁ ଦେଇଥିଲେ। କିନ୍ତୁ ତାହାର ତଦାରଖ ଠିକ୍‌ରେ ହୋଇ ପାରୁ ନାହିଁ। ନବରଙ୍ଗପୁର ନୂଆବନ୍ଧ ସାହିରୁ କଲେଜ ରାସ୍ତା ନିର୍ମାଣ କାମ ପୂର୍ତ୍ତ ବିଭାଗ କରୁଛି। ଉକ୍ତ କାମରେ ଦିନ ୧୨ଟା ୩୦ରେ ଶ୍ରମିକମାନେ ନିର୍ମାଣାଧୀନ ବ୍ରିଜ କାମରେ ନିୟୋଜିତ ହୋଇ ରଡ ବାନ୍ଧୁଥିବା ଦେଖିବାକୁ ମିଳିଛି। ସେହିଭଳି ଡ୍ରେନ ଓ ଘର ନିର୍ମାଣ କାର୍ଯ୍ୟରେ ଶ୍ରମିକ ନିୟୋଜିତ ହୋଇ ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ଏକ ଘଣ୍ଟାର ବିଶ୍ରାମ ପରେ ପୁଣି ଅପରାହ୍ନ ୩ ଟାରୁ ସା ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକମାନେ ମତ ରଖିଛନ୍ତି, ଯାହାକୁ ନେଇ ଜିଲା ଶ୍ରମ ବିଭାଗର ତଦାରଖ ଉପରେ ଅଙ୍ଗୁଳି ଉଠୁଛି। ଏନେଇ ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରାଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟାୟ ପରିଚାଳନା ପାଇଁ ଜିଲା ପ୍ରଶାସନ, ତହସିଲଦାର ଓ ବିଡିଓଙ୍କ ଦାୟିତ୍ୱ ରହିଛି। ଶ୍ରମ ବିଭାଗ ତାଗିଦା କରିବା ସହ ଏକ ରିପୋର୍ଟ ପ୍ରଶାସନଙ୍କୁ ପ୍ରଦାନ କରିବେ। ଏହା ଉପରେ ତହସିଲଦାରମାନେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି। ଗୁରୁବାର ଏକ ବୈଠକ କରାଯାଇଛି। ଏକ ଟିମ୍‌ ଗଠନ ହେବ। ଉକ୍ତ ଟିମ୍‌ କ୍ଷେତ୍ର ପରିଦର୍ଶନ କରିବେ। ସରକାରୀ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ଠିକାଦାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ନିର୍ବାହୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସିଧାସଳଖ ସମ୍ପର୍କ ରହୁଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଓ ସରକାରୀ ନିର୍ଦ୍ଦେଶାନୁଯାୟୀ ସମସ୍ତ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ତଥାପି ସରକାରଙ୍କ ନିର୍ଦ୍ଧାରିତ ସମୟକୁ ଖିଲାପ କରି ଗ୍ରୀଷ୍ମ ପ୍ରବାହ ସମୟରେ ଯଦି ସରକାରୀ ଓ ବେସରକାରୀ କାର୍ଯ୍ୟ ହେଉଥିବ ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri