ରୋଜଗାରିଆ ପୁଅ ଅଜଣା ରୋଗରେ ପୀଡ଼ିତ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ସ୍ବାମୀ ଆରପାରିକୁ ଚାଲିଯିବା ପରେ ଘରର ଏକ ମାତ୍ର ପୁଅର ରୋଜଗାରରେ ଚଳୁଥିଲା ପରିବାର । ହେଲେ ସେହି ରୋଜଗାରିଆ ପୁଅ ଆଜି ଅଜଣା ରୋଗରେ ପୀଡ଼ିତ ହୋଇ ଛଟପଟ ହେଉଛନ୍ତି। ରୋଜଗାର ବିନା ଅଭାବ ଅନାଟନ ଭିତରେ ପରିବାରର ୪ ପ୍ରାଣୀ କୁଟୁମ୍ବ ଚଳୁଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଗୁଡୁପାଙ୍ଗି ଗ୍ରାମରେ ।
ଗୁଡୁପାଙ୍ଗି ଗ୍ରାମର ହଜାରୀ ନାୟକଙ୍କ ପରିବାର କହିଲେ ସ୍ତ୍ରୀ, ପୁଅ ବୋହୂ ଓ ୩ ବର୍ଷର ନାତି । ପୁଅ ଗୋଦାବରୀ(୩୦)କୁ ବାହାଘର କରିବାର ୧ ବର୍ଷ ପରେ ହଜାରୀ ଆରପାରିକୁ ଚାଲି ଯାଇଥିଲେ। ବାପାଙ୍କ ମୃତ୍ୟୁ ପରେ ଗୋଦାବରୀ କେରଳରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ । ପରିବାର ହସଖୁସିରେ ଚଳିବା ସହ ଗୋଦାବରୀ ଗୋଟିଏ ପୁଅର ବାପା ହୋଇଥିଲେ । ଏହି ଖୁସି ବେଶୀଦିନ ରହିଲା ନାହିଁ ା । କେରଳରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୋଦାବରୀ ଅସୁସ୍ଥ ଅନୁଭବ କଲେ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ଶୁଖିବାକୁ ଲାଗିଲା । କାମ ନ କରି ପାରି ଘରକୁ ଫେରି ଆସିଥିଲେ ଗୋଦାବରୀ। ଏପରି ରୋଗର ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ସେବନ କଲେ। ହେଲେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନ ହେବାରୁ ପରେ ଭୁବନେଶ୍ୱର , କଟକ ଆଦି ବଡ଼ ମେଡିକାଲକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । କିନ୍ତୁ ଡାକ୍ତରମାନେ ରୋଗକୁ ଚିହ୍ନଟ କରି ପାରିଲେ ନାହିଁ । ଜମିବାଡ଼ି ବିକ୍ରୀ କରି ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ହେଲେ ରୋଗ ଚିହ୍ନଟ ହୋଇ ପାରିଲାନି । ଶେଷରେ ନିରାଶ ହୋଇ ଭଗବାନଙ୍କ ଭରସାରେ ଘରେ ପଡି ରହିଛନ୍ତି ଗୋଦାବରୀ । ଶେଜରୁ ଉଠିବାକୁ ଅକ୍ଷମ ଗୋଦାବରୀଙ୍କୁ ଟେକି କି ନେବା ଆଣିବା କରିବାକୁ ପଡୁଛି। ଘର ଚଳିବା ପାଇଁ ପାଖରେ ଟଙ୍କାଟିଏ ନାହିଁ। ସରକାରୀ ସହାୟତା କହିଲେ କେବଳ ଗୋଦାବରୀଙ୍କ ଭିନ୍ନକ୍ଷମ ଭତ୍ତା ବାବଦରେ ୭୦୦ ଟଙ୍କା ମିଳୁଛି ା ସେହି ଟଙ୍କାରେ ଚାଉଳ, ରାଶନ ସାମଗ୍ରୀ, ବିଦ୍ୟୁତ୍‌ ବିଲ୍‌ ପୈଠ ସହିତ ୩ ବର୍ଷ ପୁଅ, ବୁଢୀ ମାଆ ଓ ସ୍ତ୍ରୀର ସମସ୍ତ ଖର୍ଚ୍ଚ ତୁଲାଇବାକୁ ପଡୁଛି । ଏଭଳି ପରିସ୍ଥିତିରେ ପରିବାର ଚଳାଇବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି ଗୋଦାବରୀଙ୍କ ସ୍ତ୍ରୀ ବୀଣାପାଣି । ଆମ ପରିବାର ପାଇଁ ସରକାରଙ୍କ ଖାଦ୍ୟ ଯୋଜନାରେ ଅନ୍ତୋଦୟ କାର୍ଡଟିଏ କରିଦେଲେ ଆମେ ମୁଠାଏ ଖାଇବାକୁ ପାଆନ୍ତୁ ବୋଲି କହିଛନ୍ତି ଗୋଦାବରୀଙ୍କ ମାଆ ଇନ୍ଦୁ ନାୟକ । ଏପରି ପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀସ୍ତରରେ ଗୋଦାବରୀଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri