ସମସ୍ୟା ଘେରରେ କୁଞ୍ଜବିହାରୀ ମନ୍ଦିର

କୁଜଙ୍ଗ,୪ା୪(ଡି.ଏନ୍‌.ଏ.): ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗରେ ପ୍ରସିଦ୍ଧ କୁଞ୍ଜବିହାରୀ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଏହାସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଠାକୁ ଦୈନିକ ବହୁ ସଂଖ୍ୟାରେ ଭକ୍ତ ଆସି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପରିସରରେ ଏକ ସୋଲାର ନଳକୂପ ବସାଯାଇଛି। ଯେଉଁ ଶ୍ରଦ୍ଧାଳୁମାନେ କୁଞ୍ଜବିହାରୀଙ୍କୁ ଦର୍ଶନ ପାଇଁ ଆସନ୍ତି ସେମାନେ ଏଠାରେ ଧୋଇ ହୁଅନ୍ତି ଏବଂ ପ୍ରସାଦ ସେବନ ପରେ ହାତ ସଫା କରିଥାନ୍ତି। ମାତ୍ର ସୋଲାର ଉପକରଣ ଖରାପ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଏଠାରେ ଜଳ ଯୋଗାଣ ବନ୍ଦ ରହିଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆନଯିବାରୁ ଉକ୍ତ ସ୍ଥାନରେ ଅନ୍ୟ ଏକ ନଳକୂପ ବସାଗଲା। ମାତ୍ର ଅଳ୍ପଦିନ ବ୍ୟବଧାନରେ ନଳକୂପର ପ୍ଲାଟଫର୍ମ ଭୁଶୁଡି ଯିବାରୁ ତାହା ଅଚଳ ହୋଇଯାଇଛି। ଫଳରେ ମନ୍ଦିର ପରିସରରେ ଜଳଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରତିବର୍ଷ ଏଠାରେ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିନିମନ୍ତେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱ ଖୋଲା ରହିବାର ଆବଶ୍ୟକ ରହିଛି। ମାତ୍ର କିଛି ଲୋକ ବେଆଇନଭାବେ ବଡ଼ଦାଣ୍ଡକୁ ଲାଗି ଘର ତିଆରି କରି ରାସ୍ତା ଜବରଦଖଲ କରି ରଖିଛନ୍ତି। ଫଳରେ ବଡ଼ଦାଣ୍ଡ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ଏ ସମ୍ପର୍କରେ ଏରସମା ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଦୀର୍ଘ ୧୦ ବର୍ଷ ତଳେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ପରିସରରେ ଏକ ଯାତ୍ରୀ ନିବାସ ନିର୍ମାଣ କରାଯାଇଛି। ଏଥିରେ ୨ଟି ଶୌଚାଳୟ ମଧ୍ୟ ରହିଛି। ମାତ୍ର ଛାତ ପଡ଼ିବାପରେ ଯାତ୍ରୀ ନିବାସର ପ୍ଲାଷ୍ଟର, ମେଜିଆ, ଝରକା, କବାଟ ଲଗାଯାଇ ନାହିଁ। ଠିକାଦାର ଅଧାରୁ କାମ ଛାଡି ଚାଲିଯାଇଥିବାରୁ ଦୀର୍ଘ ୧୦ ବର୍ଷହେଲା ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗତ ଡିସେମ୍ବର ୧୧ରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଏରସମା ବାଲିକୁଦା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗଡକୁଜଙ୍ଗ ଗସ୍ତରେ ଆସିଥିଲେ। ଏହି ସମୟରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ତୁରନ୍ତ ଏସବୁ ସମସ୍ୟାର ସମାଧାନପାଇଁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ପୀତାମ୍ବର ରାଉତ, ସଦସ୍ୟ ଭୋଳାନାଥ ସ୍ବାଇଁ, ଧୀରେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ମହାପାତ୍ର, ବିଜୟଚାନ୍ଦ ନାୟକ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ଏରସମା ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ବଡ଼ଦାଣ୍ଡ ଅଭିଯୋଗ ଉପରେ ସେ ଅଭିଯୋଗ ପାଇଛନ୍ତି। ଖୁବ୍‌ଶୀଘ୍ର କ୍ଷେତ୍ର ପରିଦର୍ଶନ କରି ଆଗାମୀ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦାସଙ୍କ ସହ ମୋବାଇଲ୍‌ ଯୋଗେ ଯୋଗାଯୋଗ କରାଯାଇଥିଲ। ମାତ୍ର ସୁଇଚ୍‌ ଅଫ୍‌ ଥିବାରୁ ଅଧିକ ସୂଚନା ମିଳିପାରି ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri