ଉଜୁଡ଼ିବାକୁ ବସିଛି କୋରାବନ୍ଦୀ ଶାଳ ଜଙ୍ଗଲ

କୋରେଇ,୫।୩(ଚନ୍ଦ୍ରକାନ୍ତ ପତି):ରାଜ୍ୟରେ ନୁତନ ଜଙ୍ଗଲ ସୃଷ୍ଟି ତଥା ବନୀକରଣ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବାସ୍ତବରେ ଏହି ଯୋଜନା କର୍ମଚାରୀ ଓ ଠିକାଦାର ପୋଷଣ ନୀତିରେ ପରିଣତ ହୋଇଛି । ବିଭିନ୍ନ ଜାଗାରେ ବନୀକରଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ପ୍ରଚୁର ଅର୍ଥ ହରିଲୁଟ ହେଉଛି । ବନବିଭାଗ ଅଧିକାରୀମାନେ ନିଜର ମୂଳ ଦାୟିତ୍ୱ ଭୁଲି ଠିକାଦାରୀ ରାଜନୀତିରେ ଲିପ୍ତ ରହୁଛନ୍ତି ।
ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ଅଧୀନ ପଛିକୋଟ ଡିମାର୍କେଟେ ପ୍ରୋଟେକ୍ଟ ଫରେଷ୍ଟ(ଡିପିଏଫ୍‌) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଏକମାତ୍ର ଶାଳ ଜଙ୍ଗଲ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଯାଜପୁର ରୋଡ଼ ବନବିଭାଗ ଏହାକୁ ସୁରକ୍ଷା ଦେବା ବଦଳରେ କାଠ ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ପରି ମନେ ହେଉଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ,ଅଶନ,ମହୁଲ, ଚାର ଆଦି ପ୍ରାକୃତିକ ବୃକ୍ଷ ବିଲୁପ୍ତ ହେବାକୁ ବସିଛି । ଏହି ଜଙ୍ଗଲର ସୁରକ୍ଷା ପାଇଁ ରଗ ଛକରେ ଏକ ନୂତନ ବିଟ୍‌ ହାଉସ ନିର୍ମାଣ କରାଯାଇଥିଲା । ଜଣେ ଫରେଷ୍ଟର ସେଠାରେ ସ୍ଥାୟୀ ହୋଇ ରହିବା ସହିତ କେତେଜଣ କର୍ମଚାରୀ ମଧ୍ୟ ସେଠାରେ ରୀତିମତ ନିୟୋଜିତ ରହିବା କଥା । ହେଲେ ପ୍ରାୟ ଦେଢ଼ ବର୍ଷ ହେବ ସେଠାରେ ତାଲା ଝୁଲୁଛି । କେତେବେଳେ କେମିତି ସରକାରୀ ଅଧିକାରୀମାନେ ଆସୁଛନ୍ତି ପୁଣି ତାଲା ବନ୍ଦ କରି ଚାଲିଯାଉଛନ୍ତି । ଯେଉଁ ଉଦ୍ଦେଶ୍ୟରେ ବନବିଭାଗ ପକ୍ଷରୁ ଏହି ବିଟ୍‌ ହାଉସ ନିର୍ମାଣ ହୋଇଥିଲା ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ବନଖଣ୍ଡ ଅଧିକାରୀଙ୍କୁ ପ୍ରଶ୍ନ କଲେ କର୍ମଚାରୀ ଅଭାବ କହି ଏଡାଇ ଯାଉଛନ୍ତି । ଯାଜପୁର ରୋଡ଼ ବନବିଭାଗର ଅଧିକାଂଶ କର୍ମଚାରୀ ଏବେ ଦାନଗଦି ବ୍ଲକ ତେଲିବାହାଳି ଅଞ୍ଚଳରେ ନିର୍ମାଣ ଚାଲୁଥିବା ପାର୍କରେ ନିଜର କାର୍ଯ୍ୟ ସୀମିତ ରଖିଛନ୍ତି । ଏଭଳି ସ୍ଥିତିରେ କୋରବନ୍ଦୀ ଶାଳ ଜଙ୍ଗଲଟି ରକ୍ଷଣାବେକ୍ଷଣ ଅଭାବରୁ ସଫା ହେବାକୁ ବସିଲାଣି । ବର୍ତ୍ତମାନ ଧାନ ଉଷାଇବା ପାଇଁ ବହୁ ଲୋକ ଶାଳ ଗଛ କାଟି ନେଉଛନ୍ତି । ଜାଳେଣି କାଠ ପାଇଁ ମଧ୍ୟ ବ୍ୟବସାୟୀମାନେ ଶାଳ ଗଛ କାଟି ବିକ୍ରି କରୁଛନ୍ତି । ପୂର୍ବରୁ ଗ୍ରାମବାସୀମାନଙ୍କ ଦ୍ୱାରା ସଂରକ୍ଷିତ ଥିବା ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଗତ କିଛି ବର୍ଷ ତଳେ ଯାଜପୁର ରୋଡ଼ ବନବିଭାଗ ହାତରେ ନ୍ୟସ୍ତ କରାଯାଇଥିଲା । ସେବେଠୁ ଜଙ୍ଗଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ୍ୟଜନ୍ତୁମାନେ ମଧ୍ୟ ଜଙ୍ଗଲରେ ନିଜକୁ ଅସୁରକ୍ଷିତ ମଣି ଜନବସତି ମୁହାଁ ହେଉଥିବା ସହ ବିଭିନ୍ନ ସମୟରେ ଭାଲୁମାନେ ରାସ୍ତା ପାରି ହେଉଥିବା ସମୟରେ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରୁଛନ୍ତି । ଜଙ୍ଗଲ ମଧ୍ୟରେ ପଶୁପକ୍ଷୀମାନଙ୍କ ପାଇଁ ପିଇବା ପାଣିର କୌଣସି ସୁବିଧା କରାଯାଇନାହିଁ । ଗତବର୍ଷ କିଛି ଦିନ ତଳେ ଏକ ହରିଣ ଛୁଆ ରାସ୍ତା କଡ଼ରେ ଥିବା ଏକ ପଥର ଛଇକୁ ପାଣି ପିଇବା ପାଇଁ ଯାଇ ବୁଲା କୁକୁରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲା। ସେହିପରି ୨୦୨୦ରେ ଜାତୀୟ ରାଜପଥ ପାରି ହେଉଥିବା ସମୟରେ ଟ୍ରକ ଧକ୍କାରେ ୨ ଟି ମା ଓ ଛୁଆ ଭାଲୁର ମୃତ୍ୟୁ ହୋଇଥିଲା । ସେହିପରି କିଛି ଦିନ ତଳେ ରେଙ୍ଗାଲୀ ଷ୍ଟକୟାର୍ଡ ନିକଟରେ ଏକ ଛୁଆ ଭାଲୁର ମୃତ୍ୟୁ ଘଟିଥିଲା । ଏହି ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀ ଯଥା ଭାଲୁ, ଠେକୁଆ, ହରିଣ, କୁଟାରୀ,ବାରହା ଆଦି ବନ୍ୟପ୍ରାଣୀ ଉକ୍ତ ଜଙ୍ଗଲରେ ନିଜକୁ ଅସୁରକ୍ଷିତ ମଣି ଗ୍ରାମାଞ୍ଚଳ ମୁହାଁ ହେଉଥିବା ପରିଲକ୍ଷିତ ହେଉଛି । କେତେବେଳେ ଭାଲୁ ଆକ୍ରମଣରେ ଲୋକେ ମୃତ୍ୟୁ ହେଉଛି ତ ଆଉ କେତେବେଳେ ଭାଲୁ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ କର୍ମଚାରୀ ଅଭାବରୁ ଏପରି ହେଉଥିବା ବେଳେ ଆଗକୁ ଏଥିପ୍ରତି ଆମେ ଯତ୍ନବାନ ହେବୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri