ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଆଶ୍ଚର୍ଯ୍ୟକର ତଥ୍ୟ

କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ। ଉତ୍କଳୀୟ କାରୀଗରମାନଙ୍କ ଶକ୍ତି, ସାହସ ଓ କାର୍ଯ୍ୟଦକ୍ଷତା ବିଶାଳକାୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ ଭାସ୍କର୍ଯ୍ୟରୁ ସ୍ପଷ୍ଟ ପ୍ରତିଭାତ। ଏପରିକି ସେ ଯୁଗର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ଥିବା ହୃଦ୍‌ବୋଧ ହୁଏ। କୋଣାର୍କ ସୂର୍ଯ୍ୟମନ୍ଦିରର ବିଶାଳତା, ବଡ଼ବଡ଼ ପଥର ଖଣ୍ଡର ବ୍ୟବହାର, ଗଠନ ପ୍ରଣାଳୀରେ ଶିଳ୍ପ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ସମାହାର, ସୂକ୍ଷ୍ମ ଭାସ୍କର୍ଯ୍ୟ କଳାର ଛିଟା କୋଣାର୍କ ସୂର୍ଯ୍ୟମନ୍ଦିରର ଗଠନ ପ୍ରଣାଳୀର ବୈଶିଷ୍ଟ୍ୟକୁ ପ୍ରତିପାଦିତ କରେ।

୨୪ ଚକ ୮ଅର

କୋଣାର୍କ ମନ୍ଦିରର ପାର୍ଶ୍ୱରେ ୨୪ଟି ଚକ ଖୋଦିତ ହୋଇଛି। ଏହି ଚକଗୁଡ଼ିକ ଏଭଳି ସ୍ଥାପନ କରାଯାଇଛି, ଯାହାକି ସୂର୍ଯ୍ୟଙ୍କ ଚଳନ ଅନୁସାରେ ଏହା ସ୍ଥାପନା କରାଯାଇଛି। ପ୍ରତ୍ୟେକ ଚକରେ ୮ଟି ମୋଟା ଅର ବା ସ୍ପୋକ୍‌ ରହିଛି। ଏହା ୨୪ ଘଣ୍ଟାକୁ ସମାନ ୩ଘଣ୍ଟା ଲେଖାଏ ବିଭକ୍ତ କରୁଛି। ସେହିପରି ଚକ ମଧ୍ୟରେ ସରୁ ସରୁ ୮ଟି ଅର ବା ସ୍ପୋକ ରହିଛି। ତାହା ସମାନଭାବେ ପ୍ରତ୍ୟେକ ଦେଢ଼ ଘଣ୍ଟା ବା ୯୦ ମିନିଟରେ ବିଭକ୍ତ କରୁଛି।

Image

ସ୍ବତନ୍ତ୍ର ପୀଠ ଉପରେ ନିର୍ମିତ ହୋଇଛି ମନ୍ଦିର

ବଡ଼ ବଡ଼ ପଥର ବହୁ ଦୂରରୁ ନଦୀମାର୍ଗରେ ଭେଳା ମାଧ୍ୟମରେ ଆଣିବା ଏବଂ ବିଭିନ୍ନ ଶିଳ୍ପୀ ଗ୍ରାମରେ ରଖି କାରୁକାର୍ଯ୍ୟ ଖୋଦେଇ ପରେ ସେଠାରୁ ଅକ୍ଷୁଣ୍ଣ ଭାବରେ ବୋହି ଆଣି ମନ୍ଦିର ନିର୍ମାଣରେ ବ୍ୟବହାର କରିବା କଥା ଚିନ୍ତାକରି ଆଜିର ଏଇ ବିଜ୍ଞାନ ଯୁଗରେ ବହୁ ବଡ଼ ବଡ଼ ଇଞ୍ଜିନିୟର, ସ୍ଥପତି ତଥା ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମନ୍ଦିରଟି ରଥ ଆକାରରେ ଏକ ସ୍ବତନ୍ତ୍ର ପୀଠ ଉପରେ ନିର୍ମିତ। ପୀଠର ଉଚ୍ଚତା ୧୬ଫୁଟ୍‌ ୬ଇଞ୍ଚ। ପୀଠ ଉପରେ ମନ୍ଦିରର ଚତୁଃପାର୍ଶ୍ୱରେ ୮ରୁ ୧୨ଫୁଟ୍‌ ପର୍ଯ୍ୟନ୍ତ ବିସ୍ତୃତ ବାରଣ୍ଡା ରହିଛି। ପୀଠ ଦେହରେ ଚକ ଓ ଅଶ୍ୱଗୁଡ଼ିକର ଅବସ୍ଥିତି ତଥା ବିଭିନ୍ନ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି, ଲତା ଓ ପୁଷ୍ପଗୁଡ଼ିକର ଚିତ୍ର ଅତ୍ୟନ୍ତ ଚିତ୍ତାକର୍ଷକ। ମନ୍ଦିରଟି ଏକ ଉଡ୍ଡୀୟମାନ ସୂର୍ଯ୍ୟରଥ ସଦୃଶ ଦୃଶ୍ୟମାନ, ଯେଉଁଥିରେ ୭ ଅଶ୍ୱ ଓ ୧୨ ଯୋଡ଼ା ଚକ ରହିଛି। ୭ ଅଶ୍ୱ ସାତବାର ଓ ସାତ ରଙ୍ଗ ଏବଂ ବାର ଯୋଡ଼ା ଚକ ୧୨ମାସ ଓ ୨୪ପକ୍ଷର ପ୍ରତିନିଧିତ୍ କରୁଥିବା ବିଶ୍ୱାସ କରାଯାଉଛି। ପ୍ରତିଟି ଚକକୁ ଅର, ପଇ ଓ ବିଟରେ ବିଭାଜନ କରାଯାଇଛି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମନ୍ଦିର ଗାତ୍ରରେ ପଡୁଥିବା ସୂର୍ଯ୍ୟ କିରଣ ଦ୍ୱାରା ସୃଷ୍ଟ ଆଲୋକ ଓ ଛାୟାର କ୍ରୀଡ଼ା ମାଧ୍ୟମରେ ସମୟ ଗଣନା ଜ୍ୟୋତିଷ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରୁଛି।

ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ଅପୂର୍ବ ସମନ୍ବୟ

ମନ୍ଦିରରେ ବଡ଼ ବଡ଼ ଲୁହା କଡ଼ିର ବ୍ୟବହାର, ବଜ୍ରପାତ ପ୍ରଭାବରୁ ସୁରକ୍ଷିତ ରଖିବାପାଇଁ ତମ୍ବା ପାତିଆର ବ୍ୟବହାର, ରେଖ ଦେଉଳ ଓ ପୀଢ ଦେଉଳ ନିର୍ମାଣରେ ଭାରକେନ୍ଦ୍ରରେ ସମନ୍ବୟ ରକ୍ଷା କରିବା, ପର୍ବତାକାର ବିଶାଳକାୟ ଆମଳକ ଶିଳା ଓ କଳସକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରିବାରେ ଅତ୍ୟନ୍ତ ଉଚ୍ଚକୋଟୀର ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଥିବା ଅନୁମିତ ହୁଏ। ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ଅପୂର୍ବ ସମନ୍ବୟରେ ନାଟ ମନ୍ଦିର, ଜଗମୋହନ ଓ ମୂଳ ମନ୍ଦିରର ନିର୍ମାଣ କରାଯାଇଛି। ଉଦିତ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତସୂର୍ଯ୍ୟଙ୍କ ରଶ୍ମି ମନ୍ଦିର ଗାତ୍ରକୁ ସ୍ପର୍ଶ କରିବା ଏବଂ ମନ୍ଦିର ଭିତରକୁ ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରୁ ଅବାଧ ବାୟୂ ଚଳାଚଳ କରିବା ସେ ସମୟର ସ୍ଥପତିମାନଙ୍କ ବିଜ୍ଞାନ ତଥା ବୈଷୟିକ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରେ।

Image

୧୫୦ ମାଇଲ ଦୂରରୁ ଆସିଥିଲା ବଡ଼ ପଥର

କୋଣାର୍କ କିମ୍ବା ଏହାର ଆଖପାଖରେ ନିକଟରେ କୌଣସି ପର୍ବତ ନାହିଁ। ମନ୍ଦିର ଗାତ୍ରରେ ବ୍ୟବହୃତ ସାଣ ପଥର(ଖଣ୍ଡୋଲାଇଟ୍‌) ଖୋର୍ଦ୍ଧାର ବରୁଣେଇ ପାହାଡ଼ ଏବଂ କଳା ମୁଗୁନିପଥର ନୀଳଗିରିରୁ ଅଣାଯାଇଥିବା ଅନୁମାନ କରାଯାଏ। ଏତେ ଦୂରରୁ ବିଶାଳକାୟ ପଥର ଖଣ୍ଡଗୁଡ଼ିକୁ ନଦୀମାର୍ଗରେ କିଭଳି ଭାବରେ ଅଣାଯାଇଛି, ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ। ଅନୂ୍ୟନ ୧୫୦ ମାଇଲ୍‌ ଦୂରରୁ ଭାରି ପଥର ପରିବହନ ନିମନ୍ତେ ଭେଳା ନିର୍ମାଣର କୌଶଳ ସାଧାରଣ କାମ ନୁହେଁ। ବଡ଼ ଦେଉଳ ଉପରେ ଥିବା ଗଜସିଂହ ମୂର୍ତ୍ତିର ଓଜନ ପ୍ରାୟ ୧୨୬୦ ମହଣ ବା ୪୫ଟନ୍‌। ଏହି କାରୁକାର୍ଯ୍ୟ ଖଚିତ ପଥରଖଣ୍ଡକୁ ଭୂମିରୁ ୧୭୦ ଫୁଟ୍‌ ଉଚ୍ଚତାରେ ସ୍ଥାପନ କରାଯାଇଥିଲା। ପ୍ରତ୍ନତତ୍ତ୍ୱ ବିଶେଷଜ୍ଞଙ୍କ ଅନୁଶୀଳନ ଅନୁସାରେ କଳସ ପଥରର ଉଚ୍ଚତା ୨୫ ଫୁଟ୍‌ ଓ ଓଜନ ପ୍ରାୟ ୨ହଜାର ଟନ୍‌ ଥିଲା। ଏହି ପର୍ବତାକାର ଶିଳାଖଣ୍ଡକୁ ଭୂମିରୁ ୨ଶହ ଫୁଟ୍‌ ଉଚ୍ଚତାରେ ବଡ଼ଦେଉଳ ଉପରେ ସ୍ଥାପନ କରାଯାଇଥିଲା।

Image

ସମ୍ପ୍ରତି ସୂର୍ଯ୍ୟମନ୍ଦିର ବେଢ଼ା ପରିସରରେ ରଖାଯାଇଥିବା ଲୁହା କଡ଼ିର ଆକାର ଓ ଗଠନ ଶୈଳୀ ଦେଖି ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି କଡ଼ିଗୁଡିକ ମଧ୍ୟରୁ ସବୁଠାରୁ ବଡ଼ କଡିଟିର ଲମ୍ବ ୩୫ଫୁଟ୍‌ ୯ଇଞ୍ଚ , ଉଚ୍ଚତା ୧୦ଇଞ୍ଚ ଓ ମୋଟେଇ ୮ଇଞ୍ଚ। ଫର୍ଗୁସନ ଓ ରାଜେନ୍ଦ୍ର ଲାଲ୍‌ଙ୍କ ଭାଷାରେ ଏହି ଲୌହ କଡ଼ିଗୁଡ଼ିକର ଗଠନ ପରିପାଟୀ ଓଡ଼ିଆମାନଙ୍କ ବୈଜ୍ଞାନିକ ସୂକ୍ଷ୍ମ ଦୃଷ୍ଟିର ପରିଚୟ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri