ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଆଶ୍ଚର୍ଯ୍ୟକର ତଥ୍ୟ

କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ। ଉତ୍କଳୀୟ କାରୀଗରମାନଙ୍କ ଶକ୍ତି, ସାହସ ଓ କାର୍ଯ୍ୟଦକ୍ଷତା ବିଶାଳକାୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ ଭାସ୍କର୍ଯ୍ୟରୁ ସ୍ପଷ୍ଟ ପ୍ରତିଭାତ। ଏପରିକି ସେ ଯୁଗର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ଥିବା ହୃଦ୍‌ବୋଧ ହୁଏ। କୋଣାର୍କ ସୂର୍ଯ୍ୟମନ୍ଦିରର ବିଶାଳତା, ବଡ଼ବଡ଼ ପଥର ଖଣ୍ଡର ବ୍ୟବହାର, ଗଠନ ପ୍ରଣାଳୀରେ ଶିଳ୍ପ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ସମାହାର, ସୂକ୍ଷ୍ମ ଭାସ୍କର୍ଯ୍ୟ କଳାର ଛିଟା କୋଣାର୍କ ସୂର୍ଯ୍ୟମନ୍ଦିରର ଗଠନ ପ୍ରଣାଳୀର ବୈଶିଷ୍ଟ୍ୟକୁ ପ୍ରତିପାଦିତ କରେ।

୨୪ ଚକ ୮ଅର

କୋଣାର୍କ ମନ୍ଦିରର ପାର୍ଶ୍ୱରେ ୨୪ଟି ଚକ ଖୋଦିତ ହୋଇଛି। ଏହି ଚକଗୁଡ଼ିକ ଏଭଳି ସ୍ଥାପନ କରାଯାଇଛି, ଯାହାକି ସୂର୍ଯ୍ୟଙ୍କ ଚଳନ ଅନୁସାରେ ଏହା ସ୍ଥାପନା କରାଯାଇଛି। ପ୍ରତ୍ୟେକ ଚକରେ ୮ଟି ମୋଟା ଅର ବା ସ୍ପୋକ୍‌ ରହିଛି। ଏହା ୨୪ ଘଣ୍ଟାକୁ ସମାନ ୩ଘଣ୍ଟା ଲେଖାଏ ବିଭକ୍ତ କରୁଛି। ସେହିପରି ଚକ ମଧ୍ୟରେ ସରୁ ସରୁ ୮ଟି ଅର ବା ସ୍ପୋକ ରହିଛି। ତାହା ସମାନଭାବେ ପ୍ରତ୍ୟେକ ଦେଢ଼ ଘଣ୍ଟା ବା ୯୦ ମିନିଟରେ ବିଭକ୍ତ କରୁଛି।

Image

ସ୍ବତନ୍ତ୍ର ପୀଠ ଉପରେ ନିର୍ମିତ ହୋଇଛି ମନ୍ଦିର

ବଡ଼ ବଡ଼ ପଥର ବହୁ ଦୂରରୁ ନଦୀମାର୍ଗରେ ଭେଳା ମାଧ୍ୟମରେ ଆଣିବା ଏବଂ ବିଭିନ୍ନ ଶିଳ୍ପୀ ଗ୍ରାମରେ ରଖି କାରୁକାର୍ଯ୍ୟ ଖୋଦେଇ ପରେ ସେଠାରୁ ଅକ୍ଷୁଣ୍ଣ ଭାବରେ ବୋହି ଆଣି ମନ୍ଦିର ନିର୍ମାଣରେ ବ୍ୟବହାର କରିବା କଥା ଚିନ୍ତାକରି ଆଜିର ଏଇ ବିଜ୍ଞାନ ଯୁଗରେ ବହୁ ବଡ଼ ବଡ଼ ଇଞ୍ଜିନିୟର, ସ୍ଥପତି ତଥା ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମନ୍ଦିରଟି ରଥ ଆକାରରେ ଏକ ସ୍ବତନ୍ତ୍ର ପୀଠ ଉପରେ ନିର୍ମିତ। ପୀଠର ଉଚ୍ଚତା ୧୬ଫୁଟ୍‌ ୬ଇଞ୍ଚ। ପୀଠ ଉପରେ ମନ୍ଦିରର ଚତୁଃପାର୍ଶ୍ୱରେ ୮ରୁ ୧୨ଫୁଟ୍‌ ପର୍ଯ୍ୟନ୍ତ ବିସ୍ତୃତ ବାରଣ୍ଡା ରହିଛି। ପୀଠ ଦେହରେ ଚକ ଓ ଅଶ୍ୱଗୁଡ଼ିକର ଅବସ୍ଥିତି ତଥା ବିଭିନ୍ନ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି, ଲତା ଓ ପୁଷ୍ପଗୁଡ଼ିକର ଚିତ୍ର ଅତ୍ୟନ୍ତ ଚିତ୍ତାକର୍ଷକ। ମନ୍ଦିରଟି ଏକ ଉଡ୍ଡୀୟମାନ ସୂର୍ଯ୍ୟରଥ ସଦୃଶ ଦୃଶ୍ୟମାନ, ଯେଉଁଥିରେ ୭ ଅଶ୍ୱ ଓ ୧୨ ଯୋଡ଼ା ଚକ ରହିଛି। ୭ ଅଶ୍ୱ ସାତବାର ଓ ସାତ ରଙ୍ଗ ଏବଂ ବାର ଯୋଡ଼ା ଚକ ୧୨ମାସ ଓ ୨୪ପକ୍ଷର ପ୍ରତିନିଧିତ୍ କରୁଥିବା ବିଶ୍ୱାସ କରାଯାଉଛି। ପ୍ରତିଟି ଚକକୁ ଅର, ପଇ ଓ ବିଟରେ ବିଭାଜନ କରାଯାଇଛି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମନ୍ଦିର ଗାତ୍ରରେ ପଡୁଥିବା ସୂର୍ଯ୍ୟ କିରଣ ଦ୍ୱାରା ସୃଷ୍ଟ ଆଲୋକ ଓ ଛାୟାର କ୍ରୀଡ଼ା ମାଧ୍ୟମରେ ସମୟ ଗଣନା ଜ୍ୟୋତିଷ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରୁଛି।

ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ଅପୂର୍ବ ସମନ୍ବୟ

ମନ୍ଦିରରେ ବଡ଼ ବଡ଼ ଲୁହା କଡ଼ିର ବ୍ୟବହାର, ବଜ୍ରପାତ ପ୍ରଭାବରୁ ସୁରକ୍ଷିତ ରଖିବାପାଇଁ ତମ୍ବା ପାତିଆର ବ୍ୟବହାର, ରେଖ ଦେଉଳ ଓ ପୀଢ ଦେଉଳ ନିର୍ମାଣରେ ଭାରକେନ୍ଦ୍ରରେ ସମନ୍ବୟ ରକ୍ଷା କରିବା, ପର୍ବତାକାର ବିଶାଳକାୟ ଆମଳକ ଶିଳା ଓ କଳସକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରିବାରେ ଅତ୍ୟନ୍ତ ଉଚ୍ଚକୋଟୀର ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଥିବା ଅନୁମିତ ହୁଏ। ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ଅପୂର୍ବ ସମନ୍ବୟରେ ନାଟ ମନ୍ଦିର, ଜଗମୋହନ ଓ ମୂଳ ମନ୍ଦିରର ନିର୍ମାଣ କରାଯାଇଛି। ଉଦିତ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତସୂର୍ଯ୍ୟଙ୍କ ରଶ୍ମି ମନ୍ଦିର ଗାତ୍ରକୁ ସ୍ପର୍ଶ କରିବା ଏବଂ ମନ୍ଦିର ଭିତରକୁ ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରୁ ଅବାଧ ବାୟୂ ଚଳାଚଳ କରିବା ସେ ସମୟର ସ୍ଥପତିମାନଙ୍କ ବିଜ୍ଞାନ ତଥା ବୈଷୟିକ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରେ।

Image

୧୫୦ ମାଇଲ ଦୂରରୁ ଆସିଥିଲା ବଡ଼ ପଥର

କୋଣାର୍କ କିମ୍ବା ଏହାର ଆଖପାଖରେ ନିକଟରେ କୌଣସି ପର୍ବତ ନାହିଁ। ମନ୍ଦିର ଗାତ୍ରରେ ବ୍ୟବହୃତ ସାଣ ପଥର(ଖଣ୍ଡୋଲାଇଟ୍‌) ଖୋର୍ଦ୍ଧାର ବରୁଣେଇ ପାହାଡ଼ ଏବଂ କଳା ମୁଗୁନିପଥର ନୀଳଗିରିରୁ ଅଣାଯାଇଥିବା ଅନୁମାନ କରାଯାଏ। ଏତେ ଦୂରରୁ ବିଶାଳକାୟ ପଥର ଖଣ୍ଡଗୁଡ଼ିକୁ ନଦୀମାର୍ଗରେ କିଭଳି ଭାବରେ ଅଣାଯାଇଛି, ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ। ଅନୂ୍ୟନ ୧୫୦ ମାଇଲ୍‌ ଦୂରରୁ ଭାରି ପଥର ପରିବହନ ନିମନ୍ତେ ଭେଳା ନିର୍ମାଣର କୌଶଳ ସାଧାରଣ କାମ ନୁହେଁ। ବଡ଼ ଦେଉଳ ଉପରେ ଥିବା ଗଜସିଂହ ମୂର୍ତ୍ତିର ଓଜନ ପ୍ରାୟ ୧୨୬୦ ମହଣ ବା ୪୫ଟନ୍‌। ଏହି କାରୁକାର୍ଯ୍ୟ ଖଚିତ ପଥରଖଣ୍ଡକୁ ଭୂମିରୁ ୧୭୦ ଫୁଟ୍‌ ଉଚ୍ଚତାରେ ସ୍ଥାପନ କରାଯାଇଥିଲା। ପ୍ରତ୍ନତତ୍ତ୍ୱ ବିଶେଷଜ୍ଞଙ୍କ ଅନୁଶୀଳନ ଅନୁସାରେ କଳସ ପଥରର ଉଚ୍ଚତା ୨୫ ଫୁଟ୍‌ ଓ ଓଜନ ପ୍ରାୟ ୨ହଜାର ଟନ୍‌ ଥିଲା। ଏହି ପର୍ବତାକାର ଶିଳାଖଣ୍ଡକୁ ଭୂମିରୁ ୨ଶହ ଫୁଟ୍‌ ଉଚ୍ଚତାରେ ବଡ଼ଦେଉଳ ଉପରେ ସ୍ଥାପନ କରାଯାଇଥିଲା।

Image

ସମ୍ପ୍ରତି ସୂର୍ଯ୍ୟମନ୍ଦିର ବେଢ଼ା ପରିସରରେ ରଖାଯାଇଥିବା ଲୁହା କଡ଼ିର ଆକାର ଓ ଗଠନ ଶୈଳୀ ଦେଖି ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି କଡ଼ିଗୁଡିକ ମଧ୍ୟରୁ ସବୁଠାରୁ ବଡ଼ କଡିଟିର ଲମ୍ବ ୩୫ଫୁଟ୍‌ ୯ଇଞ୍ଚ , ଉଚ୍ଚତା ୧୦ଇଞ୍ଚ ଓ ମୋଟେଇ ୮ଇଞ୍ଚ। ଫର୍ଗୁସନ ଓ ରାଜେନ୍ଦ୍ର ଲାଲ୍‌ଙ୍କ ଭାଷାରେ ଏହି ଲୌହ କଡ଼ିଗୁଡ଼ିକର ଗଠନ ପରିପାଟୀ ଓଡ଼ିଆମାନଙ୍କ ବୈଜ୍ଞାନିକ ସୂକ୍ଷ୍ମ ଦୃଷ୍ଟିର ପରିଚୟ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri