ବଦଳିଲା ‘ଦ କଶ୍ମୀର ଫାଇଲଜ୍‌’ ରେଟିଂ

ମୁମ୍ବାଇ,୧୫।୩: ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲଜ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇଥିବା ଫିଲ୍ମକୁ ପ୍ରଶଂସକ ଏବଂ କ୍ରିଟିକ୍‌ଙ୍କଠାରୁ ଭଲ ରିଭ୍ୟୁ ମିଳିଛି। ପୂର୍ବରୁ ଏହି ଫିଲ୍ମକୁ ପ୍ରଥମେ ଆଇଏମ୍‌ଡିବିରେ ୧୦ରୁ ୯.୯ ରେଟିଂ ମିଳିଥିଲା। କିନ୍ତୁ ଏହି ରେଟିଂ ସିଷ୍ଟମ କଶ୍ମୀର ଫାଇଲଜର ରେଟିଂକୁ ୮.୩ ଦର୍ଶାଇଛି।

“ଏହି ଫିଲ୍ମ ଲାଗି ଅସାଧାରଣ ଭୋଟ୍‌ କାର୍ଯ୍ୟକଳାପ ଚିହ୍ନଟ କରିଛି ଆମ ରେଟିଂ ମେକାନିଜିମ୍‌। ଆମ ରେଟିଂ ସିଷ୍ଟମର ବିଶ୍ୱସନୀୟତା ରକ୍ଷା କରିବା ପାଇଁ ଏକ ବିକଳ୍ପ ଗଣନା ବ୍ୟବସ୍ଥା ବ୍ୟବହାର କରାଯାଇଛି” ବୋଲି ଆଇଏମ୍‌ଡିବି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଭୋଟ ମିଳିଛି। ୯୪ ପ୍ରତିଶତ ମତଦାତା ଫିଲ୍ମକୁ ୧୦ରୁ ୧୦ ଦେଇଥିବା ବେଳେ ୪ ପ୍ରତିଶତ ଅଂଶଗ୍ରହଣକାରୀ ୧ ରେଟିଂ ଦେଇଛନ୍ତି। ଫିଲ୍ମଟି ସୋମବାର ସୁଦ୍ଧା ୪୨ କୋଟିରୁ ଊର୍ଦ୍ଧ୍ୱ ଆୟ କରିଛି।

Share