କଳିଙ୍ଗ ସାହିତ୍ୟ ମହୋତ୍ସବ ସ୍ବଦେଶୀ ଭାବନାର ପରିପ୍ରକାଶ

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ମହାମାରୀ ମାନବସମାଜକୁ ଆତ୍ମପରିଚିତିର ଏକ ମାଧ୍ୟମ ପ୍ରଦାନ କରିଛି। ଏପରି ସମୟରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସ୍ବଦେଶୀ ଭାବନା ପରିପ୍ରକାଶର ଏକ ଅନନ୍ୟ ଅବସର ପ୍ରଦାନ କରିଥିବାରୁ ଏହା ସମାଜକୁ ଉନ୍ନତ କରିବାରେ ସହାୟକ ହେବ। ଏପରି ମହୋତ୍ସବର ଆୟୋଜନ ଭାରତୀୟଙ୍କୁ ପାଶ୍ଚାତ୍ୟ ତଥା ବ୍ରିଟିଶ ମାନସିକତା ଚିନ୍ତାଧାରାକୁ ତ୍ୟାଗକରି ସ୍ବଦେଶୀ ସାରସ୍ବତ କୃତିକୁ ଅପଣାଇବାରେ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ୩ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌)ର ରବିବାର ଉଦ୍‌ଯାପନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ ଏହା କହିଛନ୍ତି। ଆସନ୍ତା ବର୍ଷଠାରୁ ନେପାଳର କାଠମାଣ୍ଡୁରେ ମହୋତ୍ସବର ଏକ ସଂସ୍କରଣ ଆୟୋଜନ କରାଯିବ ବୋଲି କେଏଲ୍‌ଏଫ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଛନ୍ତି।
ମାଗାଜିନର ପରିଚାଳନା ସମ୍ପାଦକ ସତୀଶ ପଦ୍ମନାଭନ୍‌ କହିଲେ, ଆଜିକାଲି ସୋସିଆଲ ମିଡିଆ ଏବଂ ଅନ୍ୟକିଛି ଡିଜିଟାଲ୍‌ ମିଡିଆରେ ବିନା ସମ୍ପାଦନାରେ ଅନେକ ଅନୁପଯୁକ୍ତ ବିଷୟବସ୍ତୁ ଆସୁଛି। ନେପାଳର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ରଞ୍ଜିତ ରାଏ କହିଲେ, ଭାରତ ଆତ୍ମନିର୍ଭର ହେବା ପାଇଁ ନିଜ ଘରୋଇ ଦକ୍ଷତା ଚିହ୍ନିବା ହେଉଛି ପ୍ରାରମ୍ଭିକ ସୋପାନ। ପାରାଅଲମ୍ପିକ୍‌ ମେଡାଲ ବିଜେତା ପ୍ରମୋଦ ଭଗତ କହିଛନ୍ତି, କ୍ରୀଡ଼ାରେ କର୍ପୋରେଟ୍‌ ପୁଞ୍ଜି ବିନିଯୋଗ କେବଳ ନିବେଶ ଓ ଲାଭ ଧାରଣା ଉପରେ ଆଧାରିତ ହେବା ଉଚିତ୍‌ ନୁହେଁ। ଅଲିମ୍ପିକ୍‌ ସ୍ତରର କ୍ରୀଡ଼ାବିତ୍‌ ପ୍ରସ୍ତୁତି ପାଇଁ ପ୍ରାୟ ଏକ ଦଶନ୍ଧିର ପ୍ରୟାସ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକ ଆୟାଜ ମେମୋନଙ୍କ ଦ୍ୱାରା ସମ୍ପାଦିତ ‘ଦ୍ୱିତୀୟ ଇନିଂସ’ ସମେତ ୧୦ଟି ପୁସ୍ତକକୁ ମିଶାଇ ମୋଟ ୩୦ ଉନ୍ମୋଚିତ ହୋଇଥିଲା। ‘ମିଷ୍ଟିକ ମାଇକ୍‌’ କାର୍ଯ୍ୟକ୍ରମରେ ୨୦ ଜଣ କଳାକାର ପ୍ରତିଭା ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri