ଉପଲଡ଼ା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୧।୮(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଦୈନନ୍ଦିନ ଯାତ୍ରା କରୁଥିବା ପଥଚାରୀ ତଥା ଯାନବାହନଗୁଡିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି-ଗୋଷାଣୀ ରାସ୍ତାରେ ବହୁ ଗ୍ରାମାଞ୍ଚଳ ରହିଛି। ଏଥିସହ ଉକ୍ତ ପଥଟି ପାରଳାଖେମୁଣ୍ଡିରୁ ଗୋଷାଣୀ କମ୍‌ ଦୂରାନ୍ତ ଏବଂ ଜାତୀୟ ରାଜପଥ ୩୨୬-ଏରୁ ରାଜ୍ୟ ରାଜପଥକୁ ସଂଯୋଗୀ କରୁଛି। ତେଣୁ ବହୁ ଲୋକ ଏହି ରାସ୍ତା ଦେଇ ଗୋଷାଣୀ ଛକରେ ବାହାରି ଗାରବନ୍ଧ ଆଦି ଗ୍ରାମ ଦେଇ ବ୍ରହ୍ମପୁରକୁ ଯାତାୟାତ କରିଥା’ନ୍ତି। ସେହିଭଳି ଉକ୍ତ ରାସ୍ତା ଅଞ୍ଚଳରେ ବହୁ ଜମିଜମା ରହୁଥିବାରୁ ଚାଷୀମାନଙ୍କର ଜୀବନରେଖା ଅଟେ। ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିବାରୁ ଗତ ପ୍ରାୟ ୩ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ ରାସ୍ତା ନିର୍ମାଣ ସରିଥିଲା। ମାତ୍ର ଦୁଇବର୍ଷ ହେଲା ନିର୍ମିତ ରାସ୍ତାଟି ବର୍ତ୍ତମାନ ଜରାଜୀର୍ଣ୍ଣ ହୋଇପଡିଛି। ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହେବା ସହ ପିଚୁ ଉଠିଯାଇ ଚିପ୍ସଗୁଡିକ ବିଛାଡି ହୋଇପଡିଛି। ଫଳରେ ଗାଡି ଚଳାଚଳରେ ବହୁ ବାଧା ଉପୁଜୁଥିବାର ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ରାସ୍ତା କାମଟି ଠିକାଦାର ଜଣକ ନିମ୍ନମାନର କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ଏଥିସହ ଏହି ରାସ୍ତାରେ ସେହି ଅଞ୍ଚଳରେ ଥିବା କେତେକ କ୍ରଶର, ପଥର ଖାଦାନର ଭାରିଯାନଗୁଡିକ ଦୈନିକ ଯାତାୟାତ କରୁଥିବାରୁ ଏପରି ରାସ୍ତା ଖରାପ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ଉକ୍ତ ରାସ୍ତା ପ୍ରତି ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡିଛି ବୋଲି
ସାଧାରଣରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri