ଛୁଟିରେ ରହି ଆତ୍ମହତ୍ୟା କଲେ ବିଚାରପତି !

କଟକ ଅଫିସ, ୨।୯: କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ସିଡିଏ ସେକ୍ଟର-୯ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହି ଥିବା ବେଳେ ତଦନ୍ତ ଜାରି ରହିଛି। ଗତ ୨ ଦିନ ହେବ ବିଚାରପତି ଛୁଟିରେ ଥିଲେ। ଶୁକ୍ରବାର ତାଙ୍କର କାର୍ଯ୍ୟରେ ଯୋଗଦେବାର ଥିଲା ପରେ ସେ ପୁଣି ଛୁଟି ନେଇଥିଲେ।