ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି। ଉକ୍ତ ଡ୍ୟାମ୍‌ ଉପରେ ବହୁ ଗ୍ରାମର ଚାଷୀ ନିର୍ଭର କରୁଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏହି ଡ୍ୟାମ୍‌ର ରିଜର୍ଭର, ଟନେଲ, ସର୍‌ପ୍ଲସ ଟନେଲ, ମୁଖ୍ୟ କେନାଲ ତତ୍‌ସହିତ ଝୁମ୍ପୁରା ବ୍ଲକ ଓ ସଦର ବ୍ଲକର ଗୋଡୁଆ ଟୋପା, ରେଙ୍ଗାଳବେଡା, ଧନୁର୍ଜୟପୁର, କୁରଡିହି, ସିଲିସୁଆଁ, କାଳିସୁଇ, କଣ୍ଡାରାପଶି ଆଦି ଗ୍ରାମଗୁଡିକର ଚାଷଜମିରେ ଶାଖା କେନାଲ ଭାବେ ବିଛାଇ ହୋଇରହିଛି।
ସମୟକ୍ରମେ ରିଜର୍ଭର ପୋତିହେଲା, ଟନେଲରେ ଲିକ, ଧ୍ୱସ୍ତ ଅବସ୍ଥାରେ କେନାଲ ଯୋଗୁ ଚାଷଜମିକୁ ପାଣି ମାଡିଲା ନାହିଁ। ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ୨୦୧୮ରେ ଜଗଦଳା ଡ୍ୟାମର ରିଜର୍ଭର ପଙ୍କୋଦ୍ଧାର, ଟନେଲ ମରାମତି, ମୁଖ୍ୟ କେନାଲ ମରାମତି ଆଦି ପାଇଁ ଜିଲା ଖଣିଜ ପାଣ୍ଠିରୁ (ଡିଏମ୍‌ଏଫ୍‌) ୩ କୋଟି ୩୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟବରାଦ କରାଯାଇ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଟେଣ୍ଡର ଦିଆଗଲା। ସେହିପରି ବିଛାଇ ହୋଇପଡିଥିବା କେନାଲଗୁଡିକର ମରାମତି, କେନାଲ ସ୍ବାଇଫଲ ମରାମତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଆଉ ଏକ ଟେଣ୍ଡର ଦିଆଗଲା। ଜିଲା ଖଣିଜ ପାଣ୍ଠିରୁ ଦ୍ୱିତୀୟ ଟେଣ୍ଡର ପାଇଁ ୩ କୋଟି ୩୩ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟବରାଦ ହୋଇଥିଲା। ଡ୍ୟାମ୍‌ର ଉନ୍ନତୀକରଣ ପାଇଁ ସମୁଦାୟ ୭ କୋଟି ପାଖାପାଖି ଟଙ୍କା ବ୍ୟୟବରାଦ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଟେଣ୍ଡର ଏଷ୍ଟିିମେଟ୍‌ ଅନୁସାରେ ଡ୍ୟାମ୍‌ ରିଜର୍ଭର ପଙ୍କୋଦ୍ଧାର ହୋଇନାହିଁ କି ଟନେଲ ମରାମତି ହୋଇନାହିଁ। କେବଳ ମୁଖ୍ୟ କେନାଲର କିଛି ଅଂଶ ଯେନତେନ ମରାମତି କରାଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗ କେବଳ ମିଟିଂ ଡକାଇ କାମ ଚଳାଇ ନେଉଛି ବୋଲି ଚାଷୀ ସୁନାରାମ ମାଝୀ, ଜାପାନ ମାଝୀ, ଆଦେଶ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କେନାଲ ପାଇଁ ଥିବା ସୂଚନା ଫଳକ ଏବଂ ଡ୍ୟାମ୍‌ ପାଖରେ ଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତା.୫।୧।୨୦୧୮ ଲେଖାଥିବା ବେଳେ, କାର୍ଯ୍ୟଶେଷ ତା.୪।୧୨।୨୦୧୮ ଲେଖାଯାଇଛି। ଉଭୟ ସୂଚନାଫଳକରେ ସମାନ ଲେଖାଯାଇଛି। କିନ୍ତୁ ଏଯାଏ କାମ ଅଧାରେ ଅଟକିଥିବା ଚାଷୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଡି. ପ୍ରଧାନଙ୍କୁ ପଚାରିବାରୁ ସେ କାମ ହେବ କହିଛନ୍ତି। କେନ୍ଦୁଝରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ଦାସ କହିଛନ୍ତି, ରିଜର୍ଭରରେ ପାଣି ପଶିଯିବାରୁ କାମ ହୋଇପାରିନାହିଁ, କାମ ହେବ। ତେବେ ସୂଚନାଫଳକ ସମ୍ବନ୍ଧରେ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri