କ୍ରୁଜ୍‌ ଲାଇନରର ଶୁଭାରମ୍ଭ କଲା ଆଇଆର୍‌ସିଟିସି

ନୂଆଦିଲ୍ଲୀ,୧୯।୯ – ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଶନିବାର ଦେଶର ପ୍ରଥମ ସ୍ବଦେଶୀ ପର୍ଯ୍ୟଟକ ଜଳଜାହାଜ ‘ଲକଜରୀ କ୍ରୁଜ ଲାଇନର’ର ଶୁଭାରମ୍ଭ କରାଯାଇଛି। ଏହି କ୍ରୁଜ୍‌ ସେବା ସ୍ଥାନୀୟ ଗୋଆ, ଡ୍ୟୁ, କୋଚ୍ଚି, ଲାକ୍ଷାଦ୍ୱୀପ ଓ ଶ୍ରୀଲଙ୍କା ସମେତ ଭାରତର ପ୍ରମୁଖ ଜଳରାଶି ଏବଂ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଆଦି ପରିଦର୍ଶନ କରାଇବ ବୋଲି ଜଣାପଡିଛି। ଉକ୍ତ କ୍ରୁଜରେ ରେଷ୍ଟୁରାଣ୍ଟ, ବାର, ସୁଇମିଂପୁଲ, ଓପନ ସିନେମା ଓ ଥିଏଟର ଭଳି ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏହା ଛଡା ପିଲାଙ୍କ ଲାଗି କିଡସ୍‌ ଏରିଆ ଓ ଅନେକ ମନୋରଞ୍ଜନ ସମ୍ପର୍ଣ୍ଣ ଆକ୍ଟିଭିଟିଜ ମଧ୍ୟ ଏଥିରେ ସାମିଲ କରାଯାଇଛି। ସେହିଭଳି ଆଇଆରସିଟିସି କ୍ରୋଡେଲିଆ କ୍ରୁସିସ ନାମକ ସଂସ୍ଥା ସହ ମିଶି କାର୍ଯ୍ୟ କରିବ ଏବଂ ଏହାକୁ ଏମଏସ ଓ୍ବାଟର ଓ୍ବେଏ ମାର୍କେଟିଙ୍ଗ କରିବ ବୋଲି ଜଣାପଡିଛି। ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଛି। ଏହି ପରିପ୍ରେୀରେ କ୍ରୁଜରେ କୋଭିଡ-୧୯ କଟକଣାକୁ କଡାକଡି ପାଳନ କରାଯାଉଛି। ଏହାର ବେସ୍‌ ଷ୍ଟେସନ ବର୍ତ୍ତମାନ ସମୟରେ ମୁମ୍ବାଇ ରହିଛି। ୨୦୨୨ରେ ଏହାକୁ ଚେନ୍ନାଇକୁ ସ୍ଥାନାନ୍ତରଣ କରିଦିଆଯିବ ବୋଲି ସୂଚନା ମିଳିଛି। ବେସ୍‌ ଷ୍ଟେସନ ସିଫ୍ଟ ହେବା ପରେ ପର୍ଯ୍ୟଟକ ଶ୍ରୀଲଙ୍କାର କଲମ୍ବୋ, ଗାଲେ, ତ୍ରିଙ୍କୋମାଲୀ ଓ ଜାଫନା ମଧ୍ୟ ପର୍ଯ୍ୟଟନରେ ଯାଇପାରିବେ। ଆଗକୁ ପାର୍ବଣ ଓ ନୂଆ ବର୍ଷ ଆସୁଛି ଏହାକୁ ନଜରରେ ରଖି ଏହାର ଚାହିଦ ବଢିବ ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

ବଦଳିଲା ଜମି-ଘର କିଣିବା ନିୟମ, ଏହି କାଗଜ ନ ଥିଲେ କରିପାରିବେନି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଉତ୍ତର ପ୍ରଦେଶରେ ରହୁଛନ୍ତି ଏବଂ ଜମି କିଣିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଉତ୍ତର ପ୍ରଦେଶର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକ ବିଷୟରେ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI: ସୁଧ ହାରରେ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri