Posted inUncategorized

୫ ଘଣ୍ଟାରେ ୧୬ କିମି ପହଁରିଲେ ଆଇପିଏସ୍‌ ଅଫିସର

ମୁମ୍ବାଇ: ବୁଡ଼ିଯିବା ପ୍ରତିରୋଧ ସଚେତନତା ଶିବିରରେ ଭାଗ ନେଇ ଭାରତୀୟ ଆଇପିଏସ୍‌ ଅଫିସର କ୍ରିଷ୍ଣା ପ୍ରକାଶ ସ୍ବମ୍‌ ଗେଟ୍‌ ୱେ ଇଣ୍ଡିଆଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ପହଁରି ଇତିହାସ ରଚିଛନ୍ତି। ସେ ୧୬.୨୦ କିମି ଜଳପଥକୁ ୫ ଘଣ୍ଟା ୨୬ ମିନିଟ୍‌ ସମୟରେ ଅତିକ୍ରମ କରି ବିଶ୍ୱରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଇପିଏସ୍‌ ଅଫିସର କ୍ରିଷ୍ଣା କହିଛନ୍ତି, ଏହା ତାଙ୍କ ପାଇଁ ଭୟଙ୍କର କାର୍ଯ୍ୟ ଥିଲା। ଯେଉଁଥିରେ ତାଙ୍କୁ ସମୁଦ୍ର ଲହରିର ବିପରୀତ ଦିଗରେ ପହଁରିବାକୁ ପଡିଥିଲା। ତାଙ୍କୁ ଏଥିରେ କଷ୍ଟ ହେଉଥିଲା, କିନ୍ତୁ ସେ ଏଥିରେ ସଫଳ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟ ଅନ୍ୟ ଭାରତୀୟଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ଫଳରେ ସେମାନେ ଅଲିମ୍ପିକ୍‌ରେ ବହୁତ ଭଲ ପ୍ରଦର୍ଶନ କରିପାରିବେ। ଆଇପିଏସ୍‌ ଅଫିସର କ୍ରିଷ୍ଣା ମାର୍ଚ୍ଚ ୨୬ ତାରିଖ ସକାଳ ୭ଟା ୪୫ ମିନିଟ୍‌ ସମୟରେ ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରୁ ପହଁରିବା ଆରମ୍ଭ କରିଥିଲେ। ସେ ଏଲିଫାଣ୍ଟା ଗୁମ୍ଫା ନିକଟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଏକ ଟ୍ରଫି ଏବଂ ବଡ଼ ଫୁଲମାଳ ଦିଆଯାଇ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri