ଭୁବନେଶ୍ୱରରେ IRC ଭିଲେଜର ନାମକରଣ ପଛର କାହାଣୀ କ’ଣ ? ୪ ଦଶନ୍ଧି ପରେ ପୁଣି…

ଭୁବନେଶ୍ୱର,୫।୧୧: ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ପରିଚିତ ଆଇଆରସି (IRC) ଭିଲେଜର ନାମକରଣ ପଛରେ ୪୦ ବର୍ଷ ପୂର୍ବରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମର ଇତିହାସ ରହିଛି।

୧୯୮୨ ମସିହାରେ, ବର୍ତ୍ତମାନର ଆଇଆରସି ଭିଲେଜ ଅଞ୍ଚଳଟି ନୟାପଲ୍ଲୀ ମୌଜା ଅଧୀନରେ ଏକ ଘଞ୍ଚ ଜଙ୍ଗଲ ଥିଲା। ସେହି ସମୟରେ ଏଠାରେ କିଛି ସରକାରୀ କ୍ୱାର୍ଟର୍ସ ନୂଆ କରି ନିର୍ମାଣ କରାଯାଇଥିଲା।

୧୯୮୨ ମସିହାରେ ଇଣ୍ଡିଆନ୍ ରୋଡସ୍ କଂଗ୍ରେସର (Indian Roads Congress – IRC) ୪୩ତମ ଅଧିବେଶନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାର ଇଞ୍ଜିନିୟର ଏବଂ ଅଧିକାରୀ ଯୋଗ ଦେଇଥିଲେ।

ସେତେବେଳେ ଏତେ ସଂଖ୍ୟକ ଅତିଥିଙ୍କ ରହଣି ପାଇଁ ସହରରେ ପର୍ଯ୍ୟାପ୍ତ ହୋଟେଲ୍ କିମ୍ବା ଅତିଥି ଭବନ ନଥିଲା। ତେଣୁ, ସରକାର ନୟାପଲ୍ଲୀ ଓ ଜୟଦେବ ବିହାର ମଧ୍ୟରେ ଥିବା ଏହି ନବନିର୍ମିତ ସରକାରୀ କ୍ୱାର୍ଟର୍ସରେ ପ୍ରତିନିଧିମାନଙ୍କ ରହିବାର ବ୍ୟବସ୍ଥା କରିଥିଲେ।

ପ୍ରାୟ ଏକ ସପ୍ତାହ ଧରି ୨୫୦ଟି କ୍ୱାର୍ଟର୍ସରେ IRC ର ଆଗନ୍ତୁକ ଇଞ୍ଜିନିୟରମାନେ ରହିଥିଲେ। ଏକାଠି ଏତେ ସଂଖ୍ୟକ IRC ପ୍ରତିନିଧି ରହୁଥିବାରୁ ଏହି ଅଞ୍ଚଳଟି IRC ଅତିଥିମାନଙ୍କର ଏକ ‘ଗ୍ରାମ’ (Village) ଭଳି ଲାଗିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ, ସେଠାରେ ରହୁଥିବା ଲୋକମାନେ ସେହି ସ୍ମୃତିକୁ ମନେ ରଖି ଏହି ଅଞ୍ଚଳକୁ ‘ଆଇଆରସି ଭିଲେଜ’ ବୋଲି ଡାକିବା ଆରମ୍ଭ କଲେ।

ସମୟକ୍ରମେ ଏହି ନାମଟି ସ୍ଥାୟୀ ହୋଇଗଲା ଏବଂ ଜଙ୍ଗଲ ଥିବା ଏହି ଅଞ୍ଚଳଟି ଏବେ ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଆବାସିକ ତଥା ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇଛି, ଯେଉଁଠାରେ ସ୍କୁଲ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିଛି।

ଏହି ଐତିହାସିକ ନାମକରଣ ସହିତ ଜଡ଼ିତ ଭାରତୀୟ ରୋଡସ୍ କଂଗ୍ରେସ (ଆଇଆରସି) ଆସନ୍ତା ନଭେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି। ଜନତା ମଇଦାନରେ ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ଯନ୍ତ୍ରୀ ଓ ବିଶେଷଜ୍ଞମାନେ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ସଜାଯାଉଛି। ଖାଲଖମା ଥିବା ରାସ୍ତାଗୁଡ଼ିକୁ ମରାମତି କରାଯାଇ ଚକାଚକ୍ କରାଯିବା ସହ ସମଗ୍ର ରାଜଧାନୀରେ ସଫେଇ ଏବଂ ସାଜସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri