Posted inଜାତୀୟ

ବିହାର ନିର୍ବାଚନ ପରେ ଲାଲୁ ପରିବାରରେ ମହାଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ ଭିତିରି କାହାଣୀ

ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ କିଡ୍‌ନୀ ଦାନ କରିଥିବା ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡ଼ିବା ସହ ପରିବାର ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି।

ସୂତ୍ର ଅନୁଯାୟୀ, ନିର୍ବାଚନ ଫଳାଫଳର ପରଦିନ ଆରଜେଡିର ସମୀକ୍ଷା ବୈଠକ ସମୟରେ ତେଜସ୍ୱୀ ଯାଦବ ଓ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ରୋହିଣୀ ଆଚାର୍ଯ୍ୟ ଆରଜେଡି ଏମପି ସଞ୍ଜୟ ଯାଦବଙ୍କ ବିରୋଧରେ କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ କିଛି କରିବାକୁ ତେଜସ୍ୱୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ତେଜସ୍ୱୀ ଯାଦବ ଉତ୍ତେଜିତ ହୋଇ ରୋହିଣୀଙ୍କୁ କହିଥିଲେ, “ଆମେ ତୁମରି ଯୋଗୁଁ ନିର୍ବାଚନ ହାରିଲୁ। ତୁମେ ଆମ ପାଇଁ ଅଭିଶାପ ବୋଲି କହିଥିଲେ।” ଏହି ଯୁକ୍ତିତର୍କ ଚରମ ସୀମାରେ ପହଞ୍ଚିବାରୁ ତେଜସ୍ୱୀ ତାଙ୍କ ବଡ଼ ଭଉଣୀଙ୍କୁ ଚପଲ ଫିଙ୍ଗି ଅଶାଳୀନ ଭାଷାରେ ଗାଳି ଦେଇଥିଲେ ବୋଲି ସୂଚନା ମିଳିଛି।

ଏହି ଘଟଣାର ପରଦିନ ଶନିବାର ରୋହିଣୀ ଆଚାର୍ଯ୍ୟ ରାଜନୀତି ଓ ପରିବାର ଉଭୟ ଛାଡ଼ିବାକୁ ଘୋଷଣା କରିଥିଲେ। ସେ ଆରଜେଡି ଏମପି ସଞ୍ଜୟ ଯାଦବ ଏବଂ ତେଜସ୍ୱୀଙ୍କ ବନ୍ଧୁ ରମିଜ ନେମତ ଖାନ୍‌ଙ୍କୁ ତାଙ୍କୁ ଦଳରୁ ବାହାର କରିବାରେ ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ତେଜସ୍ୱୀଙ୍କ ଅନୁରୋଧରେ ସିଙ୍ଗାପୁରରୁ ଫେରି ରୋହିଣୀ ସାରଣ ଆସନରୁ ଲଢ଼ି ପରାଜିତ ହୋଇଥିଲେ। ତେବେ ରାଘୋପୁରରେ ପ୍ରଚାର କରିବାକୁ ଇଚ୍ଛା ଥିଲେ ମଧ୍ୟ ତେଜସ୍ୱୀ ତାଙ୍କୁ ସୀମିତ ଅଞ୍ଚଳରେ ପ୍ରଚାର କରିବାକୁ ଦେଇଥିଲେ।

ସୂତ୍ରରୁ ଜଣାପଡ଼ିଛି ଯେ ସଞ୍ଜୟ ଯାଦବ ରୋହିଣୀଙ୍କୁ ବାରମ୍ବାର ରାଜନୀତି ଛାଡ଼ି ସିଙ୍ଗାପୁର ଫେରିଯିବାକୁ କହିବା ସହ ଅପମାନିତ କରୁଥିଲେ। ଏହି ଆଭ୍ୟନ୍ତରୀଣ କଳହ ଲାଲୁଙ୍କ ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଣାପଡ଼ିଛି ଏବଂ ବିହାର ନିର୍ବାଚନ ପରାଜୟ ଏହି ବିବାଦକୁ ଚରମ ସୀମାରେ ପହଞ୍ଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri