ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ବର୍ଷ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର ପୌର କର୍ତ୍ତୃପକ୍ଷ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ଆବର୍ଜନା ଉଠୁନାହିଁ। ନିୟୋଜିତ ସଫେଇ କର୍ମଚାରୀଙ୍କଠାରୁ ପ୍ରାୟ ୨ ଗୁଣା ଅଧିକ କର୍ମଚାରୀଙ୍କ ନାମରେ ବିଲ ଉଠାଣ ହେଉଛି। ଏଥିରେ ଭାଗବଣ୍ଟା କରି ସହରର ପରିମଳ ବ୍ୟବସ୍ଥା ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଫଳରେ ସମ୍ପୃକ୍ତ ୱାର୍ଡବାସୀ କୁଢ କୁଢ ଅଳିଆ,ଆବର୍ଜନା ଓ ନର୍ଦ୍ଦମାନର ଦୁର୍ଗନ୍ଧରେ ଦହଗଞ୍ଜ ହେଉଛନ୍ତି। ମଶାଙ୍କ ବଂଶ ବୃଦ୍ଧି ପାଇଛି। ଦିନବେଳା ବି ଘରେ ଶାନ୍ତିରେ ବସି ହେଉନାହିଁ । କଠିନ ବର୍ଜ୍ୟବସ୍ତୁର ଠିକ ପରିଚାଳନା କରି ନ ପାରିବା ଅଭିଯୋଗରେ ଏହି ପୌରାଞ୍ଚଳ ଖୁବଶୀଘ୍ର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି।
ଏନ୍‌ଜିଟି କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନରେ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରିଛି। ଏହାର ବ୍ୟତିକ୍ରମ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜୋରିମାନା ସ୍ବରୂପ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂରାଜସ୍ବ ଆକାରରେ ଆଇନ ଅନୁଯାୟୀ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌରପରିଷଦ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି। ଏହି ସହରର ପରିସୀମା କ୍ରମଶଃ ବଢିବାରେ ଲାଗିଛି। କିନ୍ତୁ ନୂତନ ବସ୍ତି ଅଞ୍ଚଳକୁ ରାସ୍ତାଘାଟ, ଡ୍ରେନେଜ ଓ ପାନୀୟ ଜଳ ସୁବିଧା ଦେବାରେ ପୌର ପରିଷଦ ବିଫଳ ହୋଇଛି। ନୂତନ ବସ୍ତି ଅଞ୍ଚଳକୁ ପକ୍କା ରାସ୍ତା ଓ ଡ୍ରେନେଜ ନିର୍ମାଣ କରିବାକୁ ପୌର ପରିଷଦ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି କୁଆଡେ ୨୦ ହଜାର ଟଙ୍କା ଲେଖାଏଁ ଦାବି କରୁଥିବା ଶୁଣିବାକୁ ମିଳିଛି। କିନ୍ତୁ ସମ୍ପୃକ୍ତ ବସ୍ତି ଅଞ୍ଚଳବାସୀ ଏହି ଅର୍ଥ ଦେଇ ନ ପାରିଲେ ଡ୍ରେନେଜ ଓ ପରିବେଶ ସମସ୍ୟାରେ ସେମାନେ ରୁନ୍ଧି ହେଉଛନ୍ତି। ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଞ୍ଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି। ସହରବାସୀଙ୍କ ମତଦାନରେ କାଉନସିଲ ଓ ପୌରାଧ୍ୟକ୍ଷା ନିର୍ବାଚିତ ହେଉଛନ୍ତି। ଯଦ୍ୱାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ସହରର ପରିମଳ ବ୍ୟବସ୍ଥା ପାଇଁ ଆସୁଥିବା ଅନୁଦାନ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି। ଜଣେ କାଉନସିଲରଙ୍କ ସହ ଏନେଇ ଆଲୋଚନା ବେଳେ ସେ କହିଥିଲେ ନିର୍ବାଚନ ସମୟରେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଛି, ତାହା କିଭଳି ଆଉ ଆଦାୟ ହୋଇ ପାରିବ। ଏଭଳିଭାବେ ଅଧ୍ୟକ୍ଷା ଓ କାଉନସିଲରଙ୍କ ପାରିବାପଣିଆ ଓ ବିକାଶର ଦୃଷ୍ଟିଭଙ୍ଗୀ ଅଭାବରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡ଼ିକର ଅପମାନ ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସହରର ସଫେଇ କାର୍ଯ୍ୟ ପାଇଁ ମାସିକ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଠିକାସଂସ୍ଥା ପକ୍ଷରୁ ଆବଶ୍ୟକ ସଫେଇ କର୍ମଚାରୀ ନିୟୋଜନ ନ କରି କେବଳ ଲାଭ ଜଗିବାରେ ବ୍ୟସ୍ତ ଥିବା କୁହାଯାଉଛି। ଏହାଦ୍ୱାରା ରାସ୍ତାପାର୍ଶ୍ୱରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚିଛି। କୌଣସି ମଶା ମରା ଔଷଧ କାମରେ ଲାଗୁନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉ ନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri