Categories: ଖେଳ

ଘୁଞ୍ଚିଲା ଭାରତୀୟ ମହିଳା ଦଳର ଅଷ୍ଟ୍ରେଲିଆ ଗସ୍ତ

ମେଲବୋର୍ନ,୩୧।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର କୁହାଯାଇଛି। ଫଳରେ କୋଭିଡ୍‌-୧୯ କାରଣରୁ ଭାରତୀୟ ମହିଳା ଦଳ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରେଇ ରହିଛି। ଭାରତୀୟ ମହିଳା କ୍ରିକେଟରମାନେ ଅନ୍ତିମ ଥର ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିରେ ଭାଗ ନେଇଥିଲେ। ଏଥିପୂର୍ବରୁ ଭାରତୀୟ ମହିଳା ଦଳ ଗତ ମାର୍ଚ୍ଚରେ ଟି୨୦ ବିଶ୍‌କପ୍‌ ଖେଳିଥିଲା। ଏହି ଇଭେଣ୍ଟରେ ଉପବିଜେତା ଟିମ୍‌ ଇଣ୍ଡିଆ ସେବେଠାରୁ କୌଣସି ଅନ୍ତର୍ଜାତୀୟ ସିରିଜ୍‌ କିମ୍ବା ମ୍ୟାଚ୍‌ ଖେଳି ନାହିଁ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା। ଜାନୁୟାରୀ ୨୨ରେ କାନ୍‌ବେରାରେ ପ୍ରଥମ ମ୍ୟାଚ୍‌ ହେବାକୁ ଥିବାବେଳେ ବଳକା ଦୁଇ ମ୍ୟାଚ୍‌ ୨୫ରେ ଓ ୨୮ରେ ବଳକା ଯଥାକ୍ରମେ ମେଲବୋର୍ନ ଓ ହୋବାର୍ଟଠାରେ ଖେଳାଯିବାର ଥିଲା। ଏହି ସିରିଜ୍‌କୁ ଏବେ ଆସନ୍ତା ମାର୍ଚ୍ଚ-ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଛି।

Share