ଅଶ୍ଳିଳ ଆପ୍‌ ଉପରେ ସରକାରଙ୍କ ଚାବୁକ: Ullu, Altt ସମେତ ଏହି ୨୫ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ,୨୫।୭: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ବଡ଼ ନିଷ୍ପତ୍ତି ନେଇ ୨୫ଟି ମୋବାଇଲ ଆପ ଉପରେ କଟକଣା(ବ୍ୟାନ୍‌) ଲଗାଇଛି। ଏହି ଆପ୍‌ଗୁଡ଼ିକ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର କରୁଥିବା ଅଭିଯୋଗ ସହ ଆଇଟି ଆଇନ (IT Act) ଏବଂ ଅନ୍ୟାନ୍ୟ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।
କାହିଁକି ଲଗାଯାଇଛି କଟକଣା?
ସରକାରଙ୍କ ମତରେ, ଏହି ଆପ୍‌ଗୁଡ଼ିକ ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅନୁଚିତ ବିଷୟବସ୍ତୁ ପରିବେଷଣ କରୁଥିଲା, ଯାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଥିଲା। ଏହି ଆପ୍‌ଗୁଡ଼ିକ ବିନା ସେନ୍ସର କିମ୍ବା ନିୟନ୍ତ୍ରଣରେ ଚାଲୁଥିଲା, ଯାହା ଆଇଟି ଆଇନ ୨୦୦୦ ଏବଂ ଅନ୍ୟାନ୍ୟ ସାଇବର ଆଇନର ଉଲ୍ଲଂଘନ କରୁଥିଲା।
କଟକଣା ଲାଗିଥିବା ୨୫ଟି ଆପ୍‌ର ନାମ:
ବ୍ୟାନ ହୋଇଥିବା ଆପ୍‌ଗୁଡ଼ିକ ହେଉଛି: ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hit Prime, Feneo, ShowX, Sol Talkies, Adda TV, HotX VIP, Hulchal App, MoodX, NeonX VIP, ShowHit, Fugi, Mojflix ଏବଂ Triflicks
ଆପ୍‌ଗୁଡ଼ିକ ଉପରେ କ’ଣ ଅଭିଯୋଗ?
ଏହି ଆପ୍‌ଗୁଡ଼ିକ ଉପରେ ଅଶ୍ଳୀଳ ଭିଡିଓ ଏବଂ ଓବେ ସିରିଜ ପ୍ରଦର୍ଶନ, କମ ବୟସ୍କ ବ୍ୟବହାରକାରୀଙ୍କୁ ଟାର୍ଗେଟ କରିବା, ବୟସ ଯାଞ୍ଚ ବିନା ବିଷୟବସ୍ତୁ ପ୍ରଦାନ, ଡାଟା ସୁରକ୍ଷା ଓ ଗୋପନୀୟତା ନିୟମର ଉଲ୍ଲଂଘନ ଏବଂ ଆଇଟି ଆଇନ ଓ ସୂଚନା ପ୍ରସାରଣ ନିୟମର ଅବମାନନା ଭଳି ଅଭିଯୋଗ ରହିଛି।
ଏହି ପଦକ୍ଷେପ କାହିଁକି ଜରୁରୀ?
ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଷୟବସ୍ତୁ ଅଧିକାଂଶ ଏହିପରି ଅଶ୍ଳୀଳ ସିରିଜରୁ ପ୍ରେରଣା ପାଉଥିବା ଜଣାପଡ଼ିଛି। ଏହା ସହଜରେ ଶିଶୁ ଓ କମ ବୟସ୍କଙ୍କ ପାଖରେ ପହଞ୍ଚୁଥିଲା। ଡିଜିଟାଲ ପ୍ଲାଟଫର୍ମରେ ବିନା ସେନ୍ସରସିପ୍‌ରେ ଅଶ୍ଳୀଳ ଓବେ ସିରିଜ ରିଲିଜ ହେଉଥିଲା। ସମାଜରେ ମାନସିକ ଓ ନୈତିକ ଅବକ୍ଷୟକୁ ରୋକିବା ପାଇଁ ଏହି ପଦକ୍ଷେପ ଜରୁରୀ ହୋଇପଡ଼ିଥିଲା।
ଏବେ କ’ଣ ହେବ?
ଏହି ଆପ୍‌ଗୁଡ଼ିକୁ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ହଟାଯିବ। ଯେଉଁ ପ୍ଲାଟଫର୍ମଗୁଡ଼ିକ ଆଇନର ପାଳନ କରୁନାହାନ୍ତି, ସେମାନଙ୍କ ବିରୁଦ୍ଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ କହିବା ଅନୁସାରେ, ଡିଜିଟାଲ ଜଗତରେ ସ୍ବଚ୍ଛ ଓ ସୁସ୍ଥ ବିଷୟବସ୍ତୁକୁ ଅଗ୍ରାଧିକାର ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri