ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା;ଜିଡିପିର ସ୍ପଷ୍ଟ ଚିତ୍ର ମିଳୁନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ ଏଥିରୁ ବାହାରିବା ଲାଗି ଅଧିକ ସମୟ ଲାଗିପାରେ ବୋଲି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସିଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି। ନଭେମ୍ବର ୧୯ରେ ୩ଟି ସଂସ୍ଥା ଯଥା-ଅକ୍ସଫୋର୍ଡ ଇକୋନୋମିକ୍ସ, ବାର୍କଲେ ଏବଂ ମୁଡିସ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ଭିନ୍ନ ଭିନ୍ନ ଆକଳନ କରିଛନ୍ତି।
କରୋନା ପ୍ରକୋପ ଶେଷ ହେବା ପରେ ମଧ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ଏଠାକାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଅଧିକ ସଂଘର୍ଷ କରିବାକୁ ପଡିବ। ଏଥିରୁ ସମ୍ପୂର୍ଣ୍ଣ ବାହାରକୁ ବାହାରିବା ଲାଗି ଭାରତକୁ ୨୦୨୫ ଯାଏ ସମୟ ଲାଗିବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଛି। ଗୁରୁବାର ଅନ୍ୟ ଏକ ରେଟିଂ ଏଜେନ୍ସି ମୁଡିସ ଏହାର ରିପୋର୍ଟରେ କହିଛି, ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୬% ଖସିବ। ଭାରତର ବିକାଶ ହାରକୁ ନେଇ ପୂର୍ବରୁ କରିଥିବା ଆକଳନରେ ଏହା ଏବେ ପରିବର୍ତ୍ତନ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ୧୧.୫% ଖସିବ ବୋଲି ମୁଡିସ ପୂର୍ବରୁ କହିଥିଲା। ଭାରତ ସରକାର ନିକଟରେ ଘୋଷଣା କରିଥିବା ପ୍ୟାକେଜ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଯୋଗଦାନ ରଖିବା ନେଇ ମୁଡିସ ପ୍ରକାଶ କରିଛି। ଅପରପକ୍ଷରେ ଅନ୍ୟ ଏକ ଏଜେନ୍ସି ବାର୍କଲେ କହିଛି, ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୮.୫% ଛୁଇଁବ। ଏହି ଅବଧିରେ ବିକାଶ ହାର ୭% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଥିଲା।
ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଯେଉଁ ଅବସ୍ଥା ଦେଇ ଗତି କରୁଛି, ତାକୁ ନେଇ କୌଣସି ଏଜେନ୍ସି ଠିକ୍‌ ଭାବେ ଆକଳନ କରିପାରୁନାହାନ୍ତି। ଚଳିତ ବର୍ଷ ଜିଡିପି ଋଣାତ୍ମକ (ନେଗେଟିଭ) ରହିବ। ଏହାକୁ କେହି ଟାଳିପାରୁନାହାନ୍ତି। ଅପରପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ଆଶାଠାରୁ ଅଧିକ ହେବ ବୋଲି କିଛି ଏଜେନ୍ସି ମତ ରଖିଛନ୍ତି। ଏଜେନ୍ସିଗୁଡିକର ଏଭଳି ଆକଳନରେ ଜିଡିପିର ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ଇକୋନୋମିକ୍ସର ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ବିଭାଗ ମୁଖ୍ୟ ପ୍ରିୟଙ୍କା କିଶୋର କହିଛନ୍ତି, କରୋନା ପୂର୍ବରୁ ଭାରତୀୟ ବଜାରରେ ବାଲାନ୍ସ ସିଟ୍‌ ଚାପଗ୍ରସ୍ତ ହୋଇଥିଲା। ମହାମାରୀ ଏହି ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ଆଗାମୀ ୫ ବର୍ଷରେ ଭାରତର ବିକାଶ ହାର ୪.୫% ସ୍ତର ରହିପାରେ। ଏହା ମହାମାରୀ ଆଗରୁ ୬.୫% ରହିଥିଲା। ଯୋଗାଣ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ହ୍ୟୁମାନ କ୍ୟାପିଟାଲ ବା ମାନବଗତ ପୁଞ୍ଜିର ଯୋଗଦାନ କୋଭିଡ୍‌ ପୂର୍ବ ସ୍ତରରେ ରହିଛି। ମହାମାରୀ ଯୋଗୁ ବାଲାନ୍ସ ସିଟ୍‌ରେ ଚାପ ବଢିବ। ନିବେଶଧାରା ପୂର୍ବ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ ବୋଲି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୦ ପୂର୍ବରୁ ଭାରତ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ବ୍ୟାଙ୍କ ଏନ୍‌ପିଏ, କମ୍ପାନୀ ବାଲାନ୍ସ ଶିଟ୍‌, ଅଣବିତ୍ତ ପ୍ରତିଷ୍ଠାନଗୁଡିକର ଖରାପ ଅବସ୍ଥା ଏବଂ ବେରୋଜଗାରୀ ହାର ଉଚ୍ଚରେ ରହିଥିଲା। ଅପରପକ୍ଷରେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବ ଏବଂ ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ସମସ୍ୟା ବଢିବା ନେଇ ଏହି ରିପୋର୍ଟରେ ଆଶଙ୍କା କରାଯାଇଛି। ଫଳରେ ଅଭିବୃଦ୍ଧି କୋଭିଡ୍‌-୧୯ ପୂର୍ବ ସ୍ଥିତିକୁ ଫେରିବା ଲାଗି ଅଧିକ ସମୟ ଲାଗିବ। ଆର୍ଥତ୍କ ସ୍ଥିତି ଖରାପ ହେବା ସତ୍ତ୍ୱେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଭାବେ ଗଢି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଉପାୟ ଘୋଷଣା କରିଛନ୍ତି। ମାତ୍ର ଚାହିଦା ବଢାଇବା ଦିଗରେ ସରକାରୀ ପଦକ୍ଷେପଗୁଡିକ ସହାୟକ ହୋଇପାରିନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri