ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା;ଜିଡିପିର ସ୍ପଷ୍ଟ ଚିତ୍ର ମିଳୁନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ ଏଥିରୁ ବାହାରିବା ଲାଗି ଅଧିକ ସମୟ ଲାଗିପାରେ ବୋଲି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସିଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି। ନଭେମ୍ବର ୧୯ରେ ୩ଟି ସଂସ୍ଥା ଯଥା-ଅକ୍ସଫୋର୍ଡ ଇକୋନୋମିକ୍ସ, ବାର୍କଲେ ଏବଂ ମୁଡିସ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ଭିନ୍ନ ଭିନ୍ନ ଆକଳନ କରିଛନ୍ତି।
କରୋନା ପ୍ରକୋପ ଶେଷ ହେବା ପରେ ମଧ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ଏଠାକାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଅଧିକ ସଂଘର୍ଷ କରିବାକୁ ପଡିବ। ଏଥିରୁ ସମ୍ପୂର୍ଣ୍ଣ ବାହାରକୁ ବାହାରିବା ଲାଗି ଭାରତକୁ ୨୦୨୫ ଯାଏ ସମୟ ଲାଗିବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଛି। ଗୁରୁବାର ଅନ୍ୟ ଏକ ରେଟିଂ ଏଜେନ୍ସି ମୁଡିସ ଏହାର ରିପୋର୍ଟରେ କହିଛି, ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୬% ଖସିବ। ଭାରତର ବିକାଶ ହାରକୁ ନେଇ ପୂର୍ବରୁ କରିଥିବା ଆକଳନରେ ଏହା ଏବେ ପରିବର୍ତ୍ତନ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ୧୧.୫% ଖସିବ ବୋଲି ମୁଡିସ ପୂର୍ବରୁ କହିଥିଲା। ଭାରତ ସରକାର ନିକଟରେ ଘୋଷଣା କରିଥିବା ପ୍ୟାକେଜ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଯୋଗଦାନ ରଖିବା ନେଇ ମୁଡିସ ପ୍ରକାଶ କରିଛି। ଅପରପକ୍ଷରେ ଅନ୍ୟ ଏକ ଏଜେନ୍ସି ବାର୍କଲେ କହିଛି, ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୮.୫% ଛୁଇଁବ। ଏହି ଅବଧିରେ ବିକାଶ ହାର ୭% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଥିଲା।
ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଯେଉଁ ଅବସ୍ଥା ଦେଇ ଗତି କରୁଛି, ତାକୁ ନେଇ କୌଣସି ଏଜେନ୍ସି ଠିକ୍‌ ଭାବେ ଆକଳନ କରିପାରୁନାହାନ୍ତି। ଚଳିତ ବର୍ଷ ଜିଡିପି ଋଣାତ୍ମକ (ନେଗେଟିଭ) ରହିବ। ଏହାକୁ କେହି ଟାଳିପାରୁନାହାନ୍ତି। ଅପରପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ଆଶାଠାରୁ ଅଧିକ ହେବ ବୋଲି କିଛି ଏଜେନ୍ସି ମତ ରଖିଛନ୍ତି। ଏଜେନ୍ସିଗୁଡିକର ଏଭଳି ଆକଳନରେ ଜିଡିପିର ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ଇକୋନୋମିକ୍ସର ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ବିଭାଗ ମୁଖ୍ୟ ପ୍ରିୟଙ୍କା କିଶୋର କହିଛନ୍ତି, କରୋନା ପୂର୍ବରୁ ଭାରତୀୟ ବଜାରରେ ବାଲାନ୍ସ ସିଟ୍‌ ଚାପଗ୍ରସ୍ତ ହୋଇଥିଲା। ମହାମାରୀ ଏହି ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ଆଗାମୀ ୫ ବର୍ଷରେ ଭାରତର ବିକାଶ ହାର ୪.୫% ସ୍ତର ରହିପାରେ। ଏହା ମହାମାରୀ ଆଗରୁ ୬.୫% ରହିଥିଲା। ଯୋଗାଣ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ହ୍ୟୁମାନ କ୍ୟାପିଟାଲ ବା ମାନବଗତ ପୁଞ୍ଜିର ଯୋଗଦାନ କୋଭିଡ୍‌ ପୂର୍ବ ସ୍ତରରେ ରହିଛି। ମହାମାରୀ ଯୋଗୁ ବାଲାନ୍ସ ସିଟ୍‌ରେ ଚାପ ବଢିବ। ନିବେଶଧାରା ପୂର୍ବ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ ବୋଲି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୦ ପୂର୍ବରୁ ଭାରତ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ବ୍ୟାଙ୍କ ଏନ୍‌ପିଏ, କମ୍ପାନୀ ବାଲାନ୍ସ ଶିଟ୍‌, ଅଣବିତ୍ତ ପ୍ରତିଷ୍ଠାନଗୁଡିକର ଖରାପ ଅବସ୍ଥା ଏବଂ ବେରୋଜଗାରୀ ହାର ଉଚ୍ଚରେ ରହିଥିଲା। ଅପରପକ୍ଷରେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବ ଏବଂ ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ସମସ୍ୟା ବଢିବା ନେଇ ଏହି ରିପୋର୍ଟରେ ଆଶଙ୍କା କରାଯାଇଛି। ଫଳରେ ଅଭିବୃଦ୍ଧି କୋଭିଡ୍‌-୧୯ ପୂର୍ବ ସ୍ଥିତିକୁ ଫେରିବା ଲାଗି ଅଧିକ ସମୟ ଲାଗିବ। ଆର୍ଥତ୍କ ସ୍ଥିତି ଖରାପ ହେବା ସତ୍ତ୍ୱେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଭାବେ ଗଢି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଉପାୟ ଘୋଷଣା କରିଛନ୍ତି। ମାତ୍ର ଚାହିଦା ବଢାଇବା ଦିଗରେ ସରକାରୀ ପଦକ୍ଷେପଗୁଡିକ ସହାୟକ ହୋଇପାରିନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri