ରତ୍ନଭଣ୍ଡାର ଚାବି ହଜେଇବା ଘଟଣା: ଥାନାରେ ପହଞ୍ଚିଲା ମାମଲା, ପୁରୀ ଜିଲାପାଳ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ଭଣ୍ଡାରର ପ୍ରକୃତ ଚାବି କୁଆଡେ ଗଲା, କିଏ ନେଲା ଓ ଚାବି ଥାଉ ଥାଉ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି ସରକାରରେ ଜିଲାପାଳ ଚାବି ହଜିନି ଡୁପ୍ଳିକେଟ ଚାବି ଥିବା କହିଥିଲେ କିନ୍ତୁ ଏଥର ସେହି ଡୁପ୍ଲିକେଟ ଚାବିରେ ବି ତାଲା ନ ଫିଟିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୧୯୭୮ ପରେ ପୁରୀରେ ୩୦ ଜଣ ଜିଲାପାଳ ବଦଳିଛନ୍ତି। ତେଣୁ କାହା ସମୟରେ ଚାବି ହଜିଲା ଓ କାହାକୁ ଦାୟୀ କରାଯିବ, ତାକୁ ନେଇ ଦ୍ୱନ୍ଦ୍ବ ବଢୁଛି। ବାହାର ରତ୍ନଭଣ୍ଡାରର ଚାବି ଅତି ସହଜରେ ଫିଟିଥିବାବେଳେ ଭିତର ରତ୍ନଭଣ୍ଡାର ଚାବି ଫିଟି ନ ଥିଲା। ଯାହାପରେ ଅଡୁଆ ତାଲା ଭାଙ୍ଗିବାକୁ ପଡିଥିଲା। ଏବେ ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ବଢିବାରେ ଲାଗିଛି । ଚାବି କୁଆଡେ ଗଲା ଆଉ ଡୁପ୍ଲିକେଟ ଚାବି ଥାଇ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ୬ବର୍ଷ ଭିତରେ ଚାବି କୁଆଡେ ଗଲା ଏନେଇ ଖୋଳତାଡ ଆରମ୍ଭ ହୋଇଛି। ତେବେ ପୂର୍ବତନ ଜିଳାପାଳ ଏନେଇ କ’ର ମିଛ କହିଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ନା ଆ କେଉଁ ଜିଲାପାଳ ଏହାକୁ ହଜେଇ ଦେଇଛନ୍ତି ଏ ପ୍ରଶ୍ନ ମଧ୍ୟ ମୁଣ୍ଡ ଟେକିଛି।

୨୦୧୮ରେ ତତକାଳୀନ ସରକାର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଚାବି ନ ମିଳିବାରୁ ଡୁପ୍ଲିକେଟ ଚାବି ଅଛି ବୋଲି ଖୋଦ ତତକାଳୀନ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ। ତେଣୁ ଏବେ ବିବାଦ ଥାନାରେ ପହଞ୍ଚିଛି । ପୂର୍ବତନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଏତଲା ଦେଇଛି ।

୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ଅଳଙ୍କାର ଅଣାଯାଇଥିଲା । ଅର୍ଥାତ ସେତେବେଳେ ରତ୍ନଭଣ୍ଡାରର ଅସଲି ଚାବି ଥିଲା । ତା ପରେ ଭିତର ଭଣ୍ଡାର ଖୋଲାଯାଇ ନ ଥିଲା । ଏହାରି ଭିତରେ ୩୦ ଜଣ ପୁରୀ ଜିଲାପାଳ ହୋଇଛନ୍ତି । ତେଣୁ କାହା ସମୟରେ ଚାବି ହଜିଛି ସେ ନେଇ ପ୍ରଶ୍ନ ଉଠିଛି । ଅରବିନ୍ଦ ଅଗ୍ରୱାଲ ୨୨ ଅଗଷ୍ଟ ୨୦୧୪ରୁ ୮ ଅଗଷ୍ଟ ୨୦୧୮ ଯାଏଁ ପୁରୀ ଜିଲାପାଳ ଥିଲେ । ତେଣୁ ସେ ସମୟରେ ସେ ଯଦି ଡୁପ୍ଲିକେଟ ଚାବି କଥା କହିଥିଲେ, ତାହାହେଲେ ସେହି ଚାବି ଏହି ୬ ବର୍ଷ ଭିତରେ କୁଆଡେ ଗଲା ତାକୁ ନେଇ ସନ୍ଦେହ ବଢିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri