ପଦାରେ ପଡ଼ିଲା ଭାଜପାର ଗୋଷ୍ଠୀ କନ୍ଦଳ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପାରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ଶୁକ୍ରବାର କେନ୍ଦୁଝର ଲୋକ ସଭା ମଣ୍ଡଳୀର ସମୀକ୍ଷା ବୈଠକରେ ବର୍ତ୍ତମାନର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତଙ୍କୁ ଆକ୍ରମଣ କରିବା ଘଟଣା ବିବାଦ ଲୋକଲୋଚନକୁ ଆସିଛି। କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ସଞ୍ଜୀବ ମହାନ୍ତି ଓ ସଂଯୋଜକ ଶୁକଦେବ ମହାନ୍ତଙ୍କ ଉପସ୍ଥିତିରେ ଘଟଣା ଘଟିଥିବାରୁ ଏହି ବାର୍ତ୍ତା ରାଜ୍ୟ ଓ କେନ୍ଦ୍ର ସଂଗଠନରେ ପହଞ୍ଚତ୍ଛି।

ସମୀକ୍ଷା ବୈଠକରେ କେନ୍ଦୁଝର ଲୋକ ସଭାର ୭ ବିଧାନସଭାର ବିଧାୟକ ପ୍ରାର୍ଥୀ, ପ୍ରଭାରୀ ଓ ସଂଯୋଜକମାନେ ଉପସ୍ଥିତ ଥିଲେ। ଚମ୍ପୁଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ, ପ୍ରଭାରୀ ଓ ସଂଯୋଜକଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଲୋକ ସଭା ପ୍ରଭାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ବିନା ରାଜ୍ୟ ଅନୁମୋଦନରେ ମଣ୍ଡଳ ସଭାପତି ପରିବର୍ତ୍ତନ କରାଯିବା ଏବଂ ଏ ନେଇ କାହିଁକି ସମସ୍ତଙ୍କୁ ଅବଗତ କରାଗଲା ନାହିଁ ବୋଲି ପୂର୍ବତନ ସଭାପତି ରାଧାକାନ୍ତ ପ୍ରଶ୍ନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଭାପତି ଅଂଶୁମାନ ସବୁଜ ତାଙ୍କ ଉପରକୁ ମୋବାଇଲ ଫିଙ୍ଗିବା ସହ ଗାଳିଗୁଲଜ କରିଥିଲେ। ରାଧାକାନ୍ତ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ପଡ଼ିଥିଲା। ଘଟଣା ନେଇ ରାଧାକାନ୍ତ ଥାନାକୁ ଯାଇ ନ ଥିବା ବେଳେ ତାଙ୍କ ଉପରକୁ ମୋବାଇଲ ଫିଙ୍ଗାଯାଇଥିବା କଥା ସ୍ବୀକାର କରିଛନ୍ତି। ପୁରୁଣା ନେତା ଓ କର୍ମୀଙ୍କୁ ପ୍ରାଧାନ୍ୟ ଦିଆ ନ ଯିବାକୁ ନେଇ ଭାଜପାରେ ପୁଞ୍ଜୀଭୂତ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସଂଗଠନ ଗୁରୁତ୍ୱ ନ ଦେଲେ ଦଳର ସ୍ଥିତି ଦୁର୍ବଳ ହୋଇ ୨୦୨୪ ନିର୍ବାଚନରେ ଜିଲାରେ ଭାଜପା ଶୂନ ହୋଇଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି ଯେ, ଘଟଣା ସେଭଳି ନୁହେଁ ା ସାମାନ୍ୟ ଘଟଣାକୁ ବଡ଼ କରାଯାଉଛି। ତେବେ ଘଟଣା ଯାହା ହେଉନା କାହିଁକି ଏହି ଘଟଣା ରାଜ୍ୟ ଓ କେନ୍ଦ୍ର ଦଳୀୟ ନେତୃତ୍ୱ ପାଖରେ ପହଞ୍ଚତ୍ ସାରିଛି। ଆସନ୍ତା ମାସରେ କେନ୍ଦୁଝର ଦାୟିତ୍ୱରେ ଥିବା କେନ୍ଦ୍ର ଆଦିବାସୀ ସମ୍ବଳ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଜିଲା ଗସ୍ତରେ ଆସୁଥିବାରୁ ତା’ ପୂର୍ବରୁ ଏହି ବିବାଦ ସମାଧାନ ନ ହେଲେ ନିଶ୍ଚିତ ଭାବରେ ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri