Categories: ବାଣିଜ୍ୟ

‘କାର୍ଯ୍ୟକ୍ଷେତ୍ରରେ ନିରାପତ୍ତାକୁ ଗୁରୁତ୍ୱ’

ଭୁବନେଶ୍ୱର,୩୦।୧୨:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିରାପତ୍ତାଜନିତ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ସେଫ୍ଟି ସାନ୍ତା ଜରିଆରେ କମ୍ପାନୀର ପ୍ଳାଣ୍ଟ ଓ ଟାଉନଶିପ ଅଞ୍ଚଳରେ ଉକ୍ତ ନିରାପତ୍ତା ଅଭିଯାନର ପ୍ରଚାରପ୍ରସାର କରାଯାଇଥିଲା। ଏପରିକି କମ୍ପାନୀର ସୁରକ୍ଷା କର୍ମଚାରୀମାନେ ମଧ୍ୟ ସାନ୍ତା କ୍ଲଜ୍‌ ବେଶ ପରିଧାନ କରି ପ୍ଲାଣ୍ଟ ସାଇଟ ଓ ଘରକୁ ଘର ବୁଲି ବିଭିନ୍ନ କାର୍ଯ୍ୟରେ ନିରାପତ୍ତା ବିଷୟ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଆନନ୍ଦ ମହୋତ୍ସବ କରିବା ବ୍ୟତୀତ ଝାରସୁଗୁଡ଼ାରେ ସୁରକ୍ଷା ସାନ୍ତା ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା। ଏଥିରେ ଅଗ୍ନି ନିରାପତ୍ତା ବାହିନୀ, ବ୍ୟକ୍ତିଗତ ପ୍ରତିରକ୍ଷା ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଓ ବୈଦ୍ୟୁତିକ ଯନ୍ତ୍ରପାତିର ସୁରକ୍ଷା ଦିଗରେ ମଧ୍ୟ ବ୍ୟାପକ ସଚେତନତା ସମସ୍ତଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ଏ ସମ୍ପର୍କରେ ବେଦାନ୍ତ ଲିଃ.ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, କମ୍ପାନୀର କର୍ମକ୍ଷେତ୍ର ପରିସରରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡକୁ ବଜାୟ ରଖିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ବିଶେଷକରି ନିରାପତ୍ତା ସାନ୍ତା ଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ଆମେ ତା’ର ପ୍ରଚାରପ୍ରସାରକୁ ଏକ ମଜାଳିଆ ଶୈଳୀରେ ସବୁ ମହଲରେ ପ୍ରସାର କରିପାରିଥିବାରୁ ବେଶ୍‌ ଆନନ୍ଦିତ ଅଛୁ। ଏପରିକି କମ୍ପାନୀର ବୈଷୟିକ ଜ୍ଞାନକୌଶଳ ଓ ଆଚରଣ ପଦ୍ଧତିକୁ ସୁରକ୍ଷା ସହ ଜଡ଼ିତ କରିବା ଲାଗି ଏଭଳି ପ୍ରୟାସ ଜାରି ରହିଛି।

Share