ଛଦ୍ମଚାଷୀ ଟାର୍ଗେଟ୍‌ ପୂରଣ କଲେ

ପଟ୍ଟାମୁଣ୍ଡାଇ,୯ା୪(ସ୍ବ.ପ୍ର.): ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ମାର୍ଚ୍ଚ ୩୦ରେ ଶେଷ ହେଇଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ଟି ମଣ୍ଡିରୁ ୫୮୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନ ସଂଗ୍ରହ କରାଯାଇଥିବା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି। ମାତ୍ର ୫୮୮୩ ଜଣ ଚାଷୀଙ୍କ ମଧ୍ୟରୁ ପ୍ରାୟ ୪୦ ଭାଗ ଚାଷୀ ଧାନ ଦେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ, ମିଲର, ସମବାୟ ସମ୍ପାଦକଙ୍କ ସହ ସମବାୟ କର୍ମଚାରୀ ଓ ଛଦ୍ମ ଚାଷୀମାନଙ୍କ ଅସାଧୁ ମେଣ୍ଟରେ ପ୍ରକୃତ ଚାଷୀ ବଳି ପଡିଥିବା ନେଇ ଅଭିଯୋଗ ହୋଇଛି। ଧାନ ବିକିବା ପାଇଁ ବ୍ୟାକୁଳ ହେଉଥିବା ଚାଷୀଙ୍କ ସୁଯୋଗ ନେଇ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ସମ୍ପାଦକମାନେ ମୂଲଚାଲ କରି ଇଚ୍ଛା ମୁତାବକ ଧାନ କାଟି ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ। ମାତ୍ର ସେମାନଙ୍କ ଧାନ ୧୦୦ ଭାଗ ଜାଗାରେ ୩୦ ଭାଗ କିଣା ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ଅନେକ ଚାଷୀଙ୍କ ଧାନର ୪୦ରୁ ୫୦ ଭାଗ କିଣିବା ପାଇଁ ବାଧ୍ୟ କରାଯାଉଥିଲା। ଯେଉଁମାନେ ସ୍ବର ଉତ୍ତୋଳନ କରିଥିଲେ ସେମାନଙ୍କ ଧାନ ଆଜି ପର୍ଯ୍ୟନ୍ତ ଘରେ ପଡ଼ି ରହିଛି। ଆଉ କେହି କେହି ବେପାରୀଙ୍କୁ ଦେଇ ଦେଲେଣି ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ କରାଯାଇଛି।
ସଙ୍ଗଠନ ନେତା ବିଜୟ ଦାସ କହିଛନ୍ତି, ଚଳିତବର୍ଷ ଧାନ ଭଲ ହୋଇଥିଲା। ତେଣୁ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରାଇ ଥିଲେ। ଏହି ମୁତାବକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟୋକନ ଦିଆଯାଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୪ଟି ସରକାରୀ ମଣ୍ଡିରେ ଧାନ କିଣା ହୋଇଥିଲା। ସେଥି ମଧ୍ୟରୁ ବଡପଡା, ଖଡିଅଣ୍ଟା, ଶ୍ୟାମସୁନ୍ଦରପୁର, ସଂସାରଫଳ, କଷଣଅଣ୍ଟା ଓ ବଡମୂଳବସନ୍ତ ସମବାୟ ସମିତିରେ ପ୍ରକୃତ ଚାଷୀଙ୍କ ଟୋକନ କାଟି ଦିଆଯାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା। ମାତ୍ର ସମ୍ପାଦକ ସେ ଜମିକୁ ଅନ୍ୟ ଛଦ୍ମ ଚାଷୀଙ୍କ ନାମରେ କରାଇ ନିଜେ ଅନ୍ୟ ଅଞ୍ଚଳରୁ ଧାନ ଆଣି ବିକ୍ରି କରାଇଛନ୍ତି। ସମ୍ପାଦକଙ୍କ କଥାରେ ପରିଚାଳିତ ଛଦ୍ମ ଚାଷୀମାନେ ତାଙ୍କ ନାମରେ ଧାନ ଦେବା ଓ ତାଙ୍କ ଆଖି ସ୍କାନ କରି ସମ୍ପାଦକ ଓ ଛଦ୍ମ ଚାଷୀମାନେ ପଇସା ଉଠାଇ ନେଇଥିବା ନେଇ ଅଭିଯୋଗ ହେଉଛି। ଧାନକିଣାର ସୁପରିଚାଳନା ଲାଗି ଯେଉଁ ସ୍କ୍ବାଡ୍‌ ଗଠନ ହୋଇଛି ତାହା କେବଳ ଔପଚାରିକତା ପାଇଁ ବୋଲିି ସେ ଅଭିଯୋଗ କରିଛନ୍ତି। ଫଳରେ ଚାଷୀଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଏହାର ଏକ ଉଦାହରଣ ବଡପଡ଼ା ସମବାୟ ସମିତିରେ ଦେଖିବାକୁ ମିଳିଛି। ଏଠାରେ ୫୭୩ ଜଣ ଚାଷୀ ଧାନ ଦେବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୩୦୮ଜଣ ଚାଷୀ ଧାନ ଦେଇଥିବା ବେଳେ ୨୬୫ ଜଣ ଚାଷୀ ଧାନ ଦେଇ ନ ପାରି ବାହାରେ କମ୍‌ ଦାମରେ ବିକ୍ରି କରିଛନ୍ତି ବୋଲି ବଡ଼ପଡ଼ାର ଚାଷୀ ଦେବାଶିଷ ମଳିକ, ଦିଲୀପ ମଳିକ, ପ୍ରଶାନ୍ତ ମଳିକ, ସୁଶାନ୍ତ ମଳିକ, ବାବାଜୀ ନାୟକ, ପ୍ରଦୀପ ଦାଶଙ୍କ ସମେତ ପ୍ରାୟ ୬୦ ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଖଡିଅଣ୍ଟା ସମବାୟ ସମିତି ଅଧୀନ ଚାଷୀ ରମେଶ ସ୍ବାଇଁ, ପାରେଶ୍ୱର ନାୟକ, ସଂସାରଫଳର ସୁଶାନ୍ତ ସାମନ୍ତରାୟ, ବସନ୍ତ ବେହେରା, ଶ୍ୟାମସୁନ୍ଦରପୁରର କଳ୍ପତରୁ ମଳିକ, ଗୌରାଙ୍ଗ ମଲିକ, କଷଣଅଣ୍ଟାରୁ ରବୀନ୍ଦ୍ର ଭଟ୍ଟ, ମୁରଲୀ ମଳିକ, ପ୍ରଶାନ୍ତ ମହାନ୍ତି, ଅଶୋକ ଦାସ, ବିକାଶ ମଲିକ ପ୍ରମୁଖଙ୍କ ଧାନ କିଣାଯାଇ ନ ଥିବା ଅଭିଯୋଗ କରିଛନ୍ତି। ସେମାନେ ଏହାର ପ୍ରତିବାଦରେ ରାଜ ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବଡ଼ପଡ଼ା ସମବାୟ ସମିତି ସଭାପତି ଧନୁଞ୍ଜୟ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ଆମେ ଯୋଗାଣ ବିଭାଗ ପାଖରେ ୫୫ ହଜାର କୁଇଣ୍ଟାଲ ରିକ୍ୱାରମେଣ୍ଟ ରଖିଥିଲୁ। ଆମକୁ ୧୩ ହଜାର କୁଇଣ୍ଟାଲ ଧାନ ଦେବାକୁ କୁହାଗଲା। ସେଥିଲାଗି ଏପରି ହୋଇଛି ବୋଲି ସେ କହିଥିଲେ। ଏହା ଉପରେ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରୁ ଏପରି କରିଥିବା ପାକ୍ସ ସମ୍ପାଦକମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri