Categories: କୋରାପୁଟ

ଉତ୍ତରପ୍ରଦେଶ ପୀଡ଼ିିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଧାରଣା

କୋରାପୁଟ,୫।୧୦(ସ୍ବ.ପ୍ର.): ଉତ୍ତରପ୍ରଦେଶ ହାଥରସରରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ମାମଲାରେ ସବୁଠି ପୀଡ଼ିିତାଙ୍କୁ ନ୍ୟାୟ ଦାବି ହେଉଛି। ଏ ନେଇ ସୋମବାର ଜିଲା କଂଗ୍ରେସ ପକ୍ଷରୁ କୋରାପୁଟ ଗାନ୍ଧୀପାର୍କ ସମ୍ମୁଖରେ ଧାରଣା ଦିଆଯାଇଛି। ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ନେତୃତ୍ୱରେ କରାଯାଇଥିବା ଏହି ଶାନ୍ତିପୂର୍ଣ୍ଣ ଧାରଣାରେ କଂଗ୍ରେସର ରୁପକ କୁମାର ତୁରୁକ, କୃଷ୍ଣ କୁଲଦୀପ, ରମେଶ ବାଖ୍ୟାଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେଇଥିଲେ।