କଟରଙ୍ଗ ବିସ୍ଥାପିତଙ୍କ ଆମରଣ ଅନଶନ

ଅନୁଗୋଳ ଅଫିସ, ୨।୧୧: ବିସ୍ଥାପନ ପ୍ୟାକେଜରୁ ବଞ୍ଚତ୍ତ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର କଟରଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି। ଏହାର ପ୍ରତିବାଦରେ ୨୯ ବିସ୍ଥାପିତ ପରିବାର ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଆମରଣ ଅନଶନରେ ବସିଥିଲେ। ଡିଏଫ୍‌ଓ, ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ହସ୍ତକ୍ଷେପ ଏବଂ ନିର୍ଭର ପ୍ରତିଶ୍ରୁତି ପରେ ସେମାନେ ଅନଶନ ଭାଙ୍ଗିଛନ୍ତି। ତେବେ ଦାବି ପୂରଣ ନ ହେଲେ ଡିସେମ୍ବର ୬ରେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପନ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କଟରଙ୍ଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ୟାକେଜ୍‌ ତାଲିକାଭୁକ୍ତ ହୋଇନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ସମ୍ପୃକ୍ତ ୨୯ ପରିବାର ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପୂର୍ବରୁ ସେମାନେ ମା’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରି ଏକ ଶୋଭାଯାତ୍ରାରେ ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ଟିକରପଡ଼ା ସରପଞ୍ଚ ସୌମ୍ୟରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ତ୍ରିନାଥ ସାହୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଅନଶନରେ ବସିଥିଲେ।
ଅଭିଯୋଗ ଅନୁଯାୟୀ, କ୍ଷତିଗ୍ରସ୍ତ ଗ୍ରାମବାସୀ କଟରଙ୍ଗ ଗ୍ରାମର ମୂଳ ବାସିନ୍ଦା। ସେମାନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥାଆନ୍ତି। ତେବେ ଅଭୟାରଣ୍ୟରୁ ଗ୍ରାମ ବିସ୍ଥାପନ ନେଇ ସରକାରୀସ୍ତରରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନ ଥିବାରୁ ୨୯ ପରିବାର ପ୍ୟାକେଜ୍‌ ତାଲିକାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ସେମାନେ ଅଗଷ୍ଟ ୯ ଆନ୍ଦୋଳନ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅନୁଗୋଳ ଉପଜିଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମନ୍ବୟ ସଭାରେ ଯୁଗ୍ମ କମିଟି ଦ୍ବାରା ପୁନର୍ବାର ସର୍ଭେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଯୁଗ୍ମ କମିଟି ଗଁାକୁ ଯାଇ କାଗଜପତ୍ର ଯାଞ୍ଚ କରିଥିଲା। ତେବେ ଏଥିପୂର୍ବରୁ ବନବିଭାଗ ଦ୍ୱାରା ଗ୍ରାମର ସମସ୍ତ ଘର ଭାଙ୍ଗି ଦିଆଯାଇଥିଲା। ବନ ବିଭାଗର ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ଡିଏଫ୍‌ଓ ଏବଂ ପୋଲିସ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ତଥାପି ଜମିବାଡ଼ି ବାବଦ କ୍ଷତିପୂରଣ ଏବଂ ପ୍ୟାକେଜ୍‌ ମିଳି ନ ଥିଲା। ଏହାର ପ୍ରତିବାଦରେ ସେମାନେ ମଙ୍ଗଳବାର ଆମରଣ ଅନଶନ କରିଥିଲେ। ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କା, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂ ଅନଶନକାରୀଙ୍କୁ ବୁଝାଶୁଝା କରିଥିଲେ। ଏହି ଅବସରରେ ୨୦ ଦଫା ସମ୍ବଳିତ ଏକ ସ୍ମାରକପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର୍‌ଙ୍କୁ ପ୍ରଦାନ କରାଯାଇଥିଲା। ଦାବି ସମ୍ପର୍କରେ ପ୍ରଶାସନ ଅବଗତ ଅଛି ଏବଂ କମିଟି ମାଧ୍ୟମରେ ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପ୍ରଶାସନିକ ଅଧିକାରୀଙ୍କଠାରୁ ପାଣିପିଇ ବିସ୍ଥାପିତ ପରିବାର ଅନଶନ ଭଙ୍ଗ କରିଥିଲେ।
ପୂର୍ବତନ ସରପଞ୍ଚ ତ୍ରିନାଥ ସାହୁଙ୍କ ନେତୃତ୍ୱରେ ରୀତା ପ୍ରଧାନ, ସୁକାନ୍ତି ଦାସ, ମୋହନ ନାଏକ, ନାରଣ ଦାସ, ବରୁଣ ଦାସ, ବିରଞ୍ଚତ୍ ବେହେରା, ଅଞ୍ଜନା ନାଏକ, ଅଞ୍ଜଳି ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲା। ଆଇନଜୀବୀ ପ୍ରସନ୍ନ କୁମାର ବେହେରା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri