Posted inଖେଳ

ପାକିସ୍ତାନୀ ଖେଳାଳିଙ୍କ ଉପରେ ଲାଗିଲା ‘ବ୍ୟାନ୍‌’, ଚାମ୍ପିଅନ୍ସ ଟ୍ରଫି ହାରିବା ପରେ ଏହି ବଡ଼ ଲିଗ୍‌ରୁ…

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଲିଗ ‘ହଣ୍ଡ୍ରେଡ ଡ୍ରାଫ୍ଟ’ରେ ଜଣେ ବି ପାକିସ୍ତାନୀ ଖେଳାଳି ବିକ୍ରି ହୋଇନାହାନ୍ତି। ଏହି ଲିଗ୍‌ ଲାଗି ୪୫ ଜଣ ଖେଳାଳି ସେମାନଙ୍କ ନାମ ଦେଇଥିଲେ। କିନ୍ତୁ ଗୋଟିଏ ବି ଦଳ ସେମାନଙ୍କ ଉପରେ ବାଜି ଲଗାଇ ନ ଥିଲେ। ବଡ଼ କଥା ହେଉଛି ମହିଳା ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତା ପାଇଁ ଡ୍ରାଫ୍ଟରେ ଥିବା ପାଞ୍ଚ ଜଣ ପାକିସ୍ତାନୀ ମହିଳା ଖେଳାଳିଙ୍କୁ ମଧ୍ୟ କୌଣସି କ୍ରେତା ମିଳିନାହିଁ। ନସିମ ଶାହ, ଶାଦାବ ଖାନ, ହାସନ ଅଲି, ଶାନ ମାସୁଦ, ସୈମ ଆୟୁବଙ୍କ ଭଳି ଖେଳାଳି ଦି ହଣ୍ଡ୍ରେଡ୍‌ ଖେଳିବାକୁ ଚାହୁଁଥିଲେ। କିନ୍ତୁ କେହି ସେମାନଙ୍କୁ କିଣି ନାହାନ୍ତି। ଏହି ଖବର ପାକିସ୍ତାନର କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ନିରାଶାଜନକ ବୋଲି କୁହାଯାଉଛି।

‘ଦ ହଣ୍ଡ୍ରେଡ୍‌’ର ୨୦୨୫ ସିଜିନ ପାଇଁ ପ୍ଲେୟାର୍ସ ଡ୍ରାଫ୍ଟରେ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ପୁରୁଷ ଡ୍ରାଫ୍ଟରେ ପାକିସ୍ତାନର ୪୫ ଜଣ ଖେଳାଳି ପଞ୍ଜିକରଣ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଦଳଗୁଡ଼ିକ ଦ୍ୱାରା ଚୟନ କରାଯାଇ ନ ଥିଲା। ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ, କାରଣ ଗତ ସିଜିନରେ ପାକିସ୍ତାନୀ ଖେଳାଳିମାନେ ’ଦି ହଣ୍ଡ୍ରେଡ’ରେ ଭଲ ପ୍ରଦର୍ଶନ କରିଥିଲେ। ଏହି ଲିଗରେ ଓସାମା ମିର, ହାରିସ ରଉଫ, ଇମାଦ ୱାସିମ ଏବଂ ଶାହିନ ଆଫ୍ରିଦିଙ୍କ ଭଳି ଖେଳାଳି ଖେଳିଥିଲେ।

ତେବେ ଚଳିତ ବର୍ଷ ‘ଦ ହଣ୍ଡ୍ରେଡ୍‌’ରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଫ୍ରାଞ୍ଚାଇଜଗୁଡ଼ିକରେ ବାହ୍ୟ ନିବେଶକୁ ଆମନ୍ତ୍ରଣ କରିଥିଲା ଏବଂ ବର୍ତ୍ତମାନ ଆଠଟି ଦଳ ମଧ୍ୟରୁ ଚାରିଟିର ମାଲିକ IPL ଟିମ୍‌ ଅଛନ୍ତି। ପ୍ରଶ୍ନ ହେଉଛି, କ’ଣ ଆଇପିଏଲ ଫ୍ରାଞ୍ଚାଇଜ ଯୋଗୁ ପାକିସ୍ତାନ କ୍ଷତି ସହିଛି? କହିବାକୁ ଗଲେ ୨୦୦୮ ମୁମ୍ବାଇ ଆକ୍ରମଣ ପରଠାରୁ ପାକିସ୍ତାନୀ ଖେଳାଳିମାନଙ୍କୁ IPLରେ ଖେଳିବାକୁ ଅନୁମତି ଦିଆଯାଇନାହିଁ । ଏଥର ଦ ହଣ୍ଡ୍ରେଡ୍‌ରେ ପାକିସ୍ତାନୀ ଖେଳାଳିଙ୍କ ହଠାତ ବାଦ୍‌ ପଡ଼ିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ ଅନ୍ୟ ଚାରୋଟି ଦଳ, ଯାହା ଆଇପିଏଲ ଦଳଗୁଡ଼ିକର ମାଲିକାନା ନୁହେଁ, ସେମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କୁ କାହିଁକି କିଣି ନାହାନ୍ତି?

ଦକ୍ଷିଣ ଆଫ୍ରିକାର SA୨୦ ଲିଗର ସମସ୍ତ ଛଅଟି ଦଳ ମଧ୍ୟ IPL ଫ୍ରାଞ୍ଚାଇଜିଗୁଡ଼ିକର ମାଲିକାନାରେ ଅଛି ଏବଂ ଏପର୍ଯ୍ୟନ୍ତ ଜଣେ ହେଲେ ପାକିସ୍ତାନୀ ଖେଳାଳି ଏହି ଲିଗରେ ସ୍ଥାନ ପାଇନାହାନ୍ତି। ’ଦି ହଣ୍ଡ୍ରେଡ’ରେ ଆଇପିଏଲର ନିବେଶ ପରେ, ପାକିସ୍ତାନୀ ଖେଳାଳିମାନଙ୍କ ଉପରେ ’ସଫ୍ଟ ବ୍ୟାନ୍‌’ ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଇଥିଲା। ତଥାପି, ଇସିବି ଅଧ୍ୟକ୍ଷ ରିଚାର୍ଡ ଗୋଲ୍ଡ ଗତ ମାସରେ ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନୀ ଖେଳାଳିଙ୍କ ଅଂଶଗ୍ରହଣ ପ୍ରଭାବିତ ହେବ ନାହିଁ। କିନ୍ତୁ ଡ୍ରାଫ୍ଟ ପରେ ଏବେ ପାକିସ୍ତାନୀ ପ୍ରଶଂସକମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri