୬ବର୍ଷ ହେବ ମିଳୁଛି ଆବାସ ପ୍ରତିଶ୍ରୁତି, ଏଣେ ବର୍ଷାରେ ଭାଙ୍ଗିଗଲା ଘର

ତେନ୍ତୁଳିଖୁଣ୍ଟି,୪।୮(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ଗରିବ ବାସହୀନଙ୍କୁ ନିଜ ଯୋଜନାରେ ଘର ଦେଉଛନ୍ତି ବୋଲି ଡିଣ୍ଡିମ ପିଟିବାରେ ହେଳା କରୁନାହାନ୍ତି। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଶଶୀ ପ୍ରଧାନୀ, ପଦ୍ମା ପ୍ରଧାନୀ, ସୁଲୋଚନା ଖରା, ଦିନା ହରିଜନ ଭଳି ଲୋକଙ୍କୁ ଘର ମିଳିନାହିଁ। ସେମାନଙ୍କୁ ଆବସଗୃହ କାର୍ଯ୍ୟାଦେଶ ବଦଳରେ କେବଳ ପ୍ରତିଶ୍ରୁତି ମିଳୁଛି।
ଗୋପୀ ପ୍ରଧାନୀଙ୍କ ବିଧବା ସ୍ତ୍ରୀ ଶଶୀ ପ୍ରଧାନୀ ନିଜର ୪ ସନ୍ତାନଙ୍କ ସହ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ାରେ ରୁହନ୍ତି। ୨୦୨୨ରେ ସ୍ବାମୀଙ୍କ ମୃତ୍ୟୁ ପରେ ଝୁପୁଡ଼ି ଘରେ ରହୁଥିଲେ। କୁଲି କାମ କରି ଜୀବନ ବିତାଉଥିବାବେଳେ ଏବେ ବର୍ଷା ଦାଉ ସାଧୁଛି। ଲଗାଣ ବର୍ଷାରେ ତାଙ୍କ ଝାଟିମାଟି ଘର ଭୁଶୁଡ଼ିଯାଇଛି। ଆବାସ ଘର ମିଳିବ ବୋଲି ୬ବର୍ଷ ହେବ ଶୁଣାଯାଉଥିବା ଶଶୀ କହିଛନ୍ତି। ଥରକୁଥର ବିଭିନ୍ନ କାଗଜପତ୍ର ୱାର୍ଡସଭ୍ୟଙ୍କଠାରୁ ଆରମ୍ଭକରି ପଞ୍ଚାୟତ କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ୍‌ ମଧ୍ୟ ନେଇଛନ୍ତି। ଜିଓ ଟେକ୍‌ ପରେ ଆବାସ ଘର ନିଶ୍ଚିତ ମିଳିବ ଶଶୀ ଭାବିଥିଲେ। କିନ୍ତୁ ଜୁନ ମାସରେ ଲୋକଙ୍କୁ ମିଳିଥିବା ଆବାସ ଗୃହ କାର୍ଯ୍ୟାଦେଶରେ ଶଶୀ କିମ୍ବା ତାଙ୍କ ଶାଶୁ ପଦ୍ମାର ନାମ ନଥିଲା। ଗୋପୀଙ୍କ ମୃତ୍ୟୁ ପରେ ପ୍ରାଥମିକତା ଭିତ୍ତିରେ ଆବାସ ଗୃହ ଦିଆଯିବ ବୋଲି ଲୋକ ପ୍ରତିନିଧି ଶଶୀଙ୍କୁ କହିଥିଲେ ମଧ୍ୟ ଏଯାଏ ତାହା ହୋଇପାରିଲା ନାହିଁ। ଶଶୀ ପ୍ରଧାନୀଙ୍କୁ କୌଣସି ଯୋଜନାରେ ଘର ଖଣ୍ଡିଏ ଦେଇ ତାଙ୍କ ଉପରୁ ବୋଝ ସାମାନ୍ୟ ହାଲକା କରିବାକୁ ଦାବି ହୋଇଛି। ଏ ନେଇ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ମୋ ଯୋଗଦାନ ପୂର୍ବରୁ ଆବାସ ହିତାଧିକାରୀ ଚୟନ ହୋଇ ସାରିଥିଲେ। ତଥାପି ଶଶୀଙ୍କ ଭଳି ହିତାଧିକାରୀଙ୍କ ପାଇଁ କ’ଣ କରାଯାଇପାରିବ ଉପରିସ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ପଦକ୍ଷେପ ନେବି ବୋଲି କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ଶଶୀଙ୍କ ପରିବାର ପାଇଁ କ’ଣ ସୁବିଧା କରାଯାଇପାାରିବ ବୋଲି ପଚାରିବାରୁ ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri