ବିନା ନୋଟିସରେ ଭାଙ୍ଗିଲେ ଘର, ମାମଲା ପହଞ୍ଚିଲା ଥାନାରେ

ଗଞ୍ଜାମ,୯।୨(ଡି.ଏନ୍‌.ଏ.): ଗଞ୍ଜାମ ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ କନ୍ଧ ଶତପଥୀ ଓ ତାଙ୍କ ପରିବାର ରହି ଆସୁଛନ୍ତି। ବିନା ନୋଟିସରେ ମନ୍ଦିର ଜାଗା କହି ମନ୍ଦିର ମାଲିକ ମଙ୍ଗଳବାର ଶତପଥୀଙ୍କ ଘରକୁ ଜେସିବି ଦ୍ୱାରା ଭାଙ୍ଗି ଦେଇଛନ୍ତି। କନ୍ଧଙ୍କ ସ୍ତ୍ରୀ ସୁଦଷ୍ଣା ଘର ନ ଭାଙ୍ଗିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ l ଏ ନେଇ କନ୍ଧଙ୍କ ପୁଅ ମନୋରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି l ଶତପଥୀଙ୍କ ଘର ଠାରୁ କିଛି ଦୂରରେ ଜଗନ୍ନାଥ ମନ୍ଦିର ରହିଛି l ଉକ୍ତ ମନ୍ଦିରରେ କନ୍ଧ ଶତପଥୀ ବର୍ଷ ବର୍ଷ ଧରି ଠାକୁରଙ୍କ ପୂଜା କରିଆସୁଛନ୍ତି।