ଖାଦ୍ୟ ନାଁରେ ଜହର ବିକୁଛନ୍ତି ହୋଟେଲ ମାଲିକ

କୋରେଇ,୧୮ା୯(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପାଣିକୋଇଲି ନିକଟରୁ ଏନ୍‌ଏଚ୍‌ ୨୦ ରଗଡ଼ି ଛକ ଓ ଯାଜପୁର ରୋଡ୍‌ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଆଇନଭାବେ ଶତାଧିକ ହୋଟେଲ ଓ ଢାବା ସହିତ ହଜାରରୁ ଊର୍ଦ୍ଧ୍ୱ ଫାଷ୍ଟଫୁଡ଼ ଦୋକାନ ଗଢ଼ିଉଠିଛି। ଏଠାରେ ଖାଦ୍ୟ ନାଁରେ ଲୋକଙ୍କୁ ଜହର ଦିଆଯାଉଥିବା ଅଭିଯୋଗ ହୋଇଛି। ମାଲିକମାନେ ସାଧାରଣ ଲୋକଙ୍କୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ବଡ଼କଥା ହେଉଛି ୯୦ ପ୍ରତିଶତ ହୋଟେଲରେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ)ର ଲାଇସେନ୍ସ ନାହିଁ। ଖାଦ୍ୟ ନିରାପତ୍ତା ବିଭାଗର କେତେଜଣ ଅଧିକାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ ଅଧିକାଂଶ ହୋଟେଲ ସୁରକ୍ଷିତ ଭାବେ ଚାଲୁଛି। ଶତାଧିକ ହୋଟେଲରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ଦିଆଯାଉଛି। ଅନେକସ୍ଥାନରେ ଦିନେ ରୋଷେଇ କରି ଉକ୍ତ ଖାଦ୍ୟକୁ ଶେଷ ନ ହେବା ଯାଏ ୪-୫ ଦିନ ରଖି ବିକ୍ରି କରାଯାଉଛି। ସେହିପରି ଅନେକ ଫାଷ୍ଟଫୁଡ ଦୋକାନୀ ମଧ୍ୟ କ୍ଷତିରୁ ବଞ୍ଚିବାକୁ ଏହି ପ୍ରଣାଳୀ ଆପଣାଉଥିବା ପରିଲକ୍ଷିତ ହେଉଛି। ଫଳରେ ଏହାର ପ୍ରଭାବ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି। ହୋଟେଲ ଓ ଫାଷ୍ଟଫୁଡ଼ ଦୋକାନଗୁଡ଼ିକର ବାସୀ ଖାଦ୍ୟ ଖାଇ ହଜାର ହଜାର ଲୋକ ରୋଗଗ୍ରସ୍ତ ହେଉଥିବା ନଜରକୁ ଆସୁଛି। ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ହୋଟେଲ ମାଲିକମାନେ ବାସୀ ଖାଦ୍ୟ ଲୋକଙ୍କୁ ପରଷୁଛନ୍ତି।
କେବେ କେମିତି ଚଢ଼ାଉ କରି ସାମାନ୍ୟ ଅର୍ଥ ଆଦାୟ କରି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ନିଜ ପକେଟ ଗରମ କରି ଚାଲିଯାଉଥିବା ଚର୍ଚ୍ଚା ହେଉଛି। ଫଳରେ ହୋଟେଲ ମାଲିକଙ୍କ ମନମାନି ବଢ଼ି ଚାଲିଛି। ଗ୍ରାହକଙ୍କୁ ମନ ମୁତାବକ ବାସୀ ଖାଦ୍ୟ ବିକ୍ରି କରି ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ବିଶେଷ କରି ଯାଜପୁର ଜିଲାରେ ଏହା ବଢ଼ି ଚାଲିଛି। ସେହିପରି ଯାଜପୁର ରୋଡର କେତେକ ହୋଟେଲରେ ସୁସ୍ବାଦୁ ଖାଦ୍ୟ ପାଇଁ ବ୍ୟାପକ ଭାବେ କେମିକାଲ ତଥା ରାସାୟନିକ ପଦାର୍ଥ ମିଶାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହାକୁ ଯାଞ୍ଚ କରାଯାଉନାହିଁ। ଟଙ୍କା ଦେଇ ଲୋକେ ଖାଦ୍ୟ ନାମରେ ଜହର କିଣୁଥିବା ଅଭିଯୋଗ ହେଉଛି। ଫଳରେ ଜିଲା ସ୍ବାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ନିଷ୍କ୍ରିୟ ଥିବା ପରି ମନେ ହେଉଛି। ଏ ସମ୍ପର୍କରେ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ରକେଶ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲା ଦାୟିତ୍ୱରେ ଅଛନ୍ତି। ହେଲେ କର୍ମଚାରୀ ଅଭାବରୁ ସେତେଟା ଧରପଗଡ଼ ହୋଇପାରୁନାହିଁ। ଯେଉଁ ଅଞ୍ଚଳରୁ ଅଭିଯୋଗ ଆସୁଛି ସେଠାରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ଜିଲାର ସମସ୍ତ ଅଞ୍ଚଳରେ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri