ଚିକିତ୍ସକ ରହୁ ନ ଥିବାରୁ ଡାକ୍ତରଖାନାରେ ଝୁଲୁଛି ତାଲା

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟ ସରକାର ସମସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଗୁରୁତ୍ୱ ଦେଉଛନ୍ତି। ହାତପାଆନ୍ତରେ ସ୍ବାସ୍ଥ୍ୟସେବା ପାଇବା ଏହାର ଉଦ୍ଦେଶ୍ୟ ଥିବାବେଳେ ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଏହାର ବାସ୍ତବତା ଭିନ୍ନ। କୁକୁଡାଖଣ୍ଡି ବ୍ଲକ ବାଲିପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକଳଚିତ୍ର ଏହାକୁ ସ୍ପଷ୍ଟ କରୁଛି। ଡାକ୍ତର ରହୁନଥିବାରୁ ଉକ୍ତ ହସ୍‌ପିଟାଲରେ ପ୍ରାୟ ସମୟ ତାଲା ଝୁଲୁଛି। ରୋଗୀମାନେ ସେବା ନ ପାଇ ଫେରୁଥିବା ଘଟଣା ସମସ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।

ବ୍ରହ୍ମପୁରଠାରୁ ଦିଗପହଣ୍ଡି ୧୭ନଂ. ରାଜ୍ୟ ରାଜପଥ କଡ଼ରେ ରହିଛି ବାଲିପଡା ପଞ୍ଚାୟତ। ପୂର୍ବରୁ ସ୍ବାସ୍ଥ୍ୟ ସେବା ପାଇଁ ଏଠାକାର ଲୋକେ ବ୍ରହ୍ମପୁର କିମ୍ବା ଦିଗପହଣ୍ଡି ଉପରେ ନିର୍ଭରଶୀଳ ଥିଲେ। ଏହାକୁ ଦୃଷ୍ଟିରେ ରଖି ବାଲିପଡା ପଞ୍ଚାୟତରେ ୧୯୯୪ରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏହି କେନ୍ଦ୍ର ଉପରେ ବ୍ଲକର ଡେଙ୍ଗାପଦର, ବାଲିପଡା, ରୋହିଗାଁ, ଲାଞ୍ଜିଆ ଓ ବଉଳଝୋଳି ଆଦି ୫ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଜଣେ ଆୟୁଷ ଓ ଅନ୍ୟ ଜଣେ ଏମବିବିଏସ ଡାକ୍ତର ଏଠି ଅଛନ୍ତି। ଏହା ବ୍ୟତୀତ ଜଣେ ଫାର୍ମାସିଷ୍ଟ, ଝାଡୁଦାର ଜଣେ ଓ ସୁରକ୍ଷା କର୍ମୀ ୨ଜଣ ଅଛନ୍ତି। ଦୁଇଜଣ ଷ୍ଟାଫ ନର୍ସ ମଞ୍ଜୁର ହୋଇଥିଲେ ବି କେହି ନାହାନ୍ତି। ଡାକ୍ତରମାନେ ମନମୁତାବକ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଫାର୍ମାସିଷ୍ଟ ହିଁ ଏହି କେନ୍ଦ୍ର ସମ୍ଭାଳୁଥିବା ଲୋକେ ପ୍ରକାଶ କରିଛନ୍ତି। କିନ୍ତୁ ଡାକ୍ତରଙ୍କ ସହ ଅନ୍ୟମାନଙ୍କ ପାଇଁ କ୍ୱାର୍ଟର୍ସ ବି ନିର୍ମାଣ କରାଯାଇଛି। କିନ୍ତୁ କେହି ରହୁନାହାନ୍ତି। ଏଠାକୁ ବହୁ ରୋଗୀ ଆସୁଛନ୍ତି। ସେମାନଙ୍କୁ ଡାକ୍ତର ନାହାନ୍ତି ବୋଲି କହି ସୁରକ୍ଷା କର୍ମୀ ଫେରାଇ ଦେଉଛନ୍ତି। ଅଧିକାଂଶ ସମୟ ଏଭଳି ସ୍ଥିତି ଉପୁଜୁଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଲୋକେ ସେଠାକୁ ନ ଯାଇ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ରାଜ୍ୟ ରାଜପଥ ହୋଇଥିବାରୁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଦୁର୍ଘଟଣାଗ୍ରସ୍ତଙ୍କୁ ନିକଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ମିଳିବା ନେଇ ଏହି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲେ ବି ତାହା ଫଳପ୍ରଦ ହେଉନାହିଁି। ରୋଗୀମାନେ ଆସିବାବେଳେ ସ୍ବାସ୍ଥ୍ୟ କେନ୍ଦ୍ର ବନ୍ଦ ରହୁଥିବାରୁ ବ୍ରହ୍ମପୁର କିମ୍ବା ଦିଗପହଣ୍ଡି ନେବାବେଳେ ରୋଗୀ ଅଧିକ ଗୁରୁତର ହୋଇପଡୁଥିବା ଏବଂ ବେଳେ ବେଳେ ମୃତ୍ୟୁ ହୋଇଯାଉଥିବା ବି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଏହି କେନ୍ଦ୍ର ପ୍ରତିଷ୍ଠା କରିବା ଲୋକଙ୍କ କାମରେ ଆସୁନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଶୁକ୍ରବାର ରୋହିଗାଁ ପଞ୍ଚାୟତର ନଳିହାଡ ଗାଁର ସୁଶୀଳା ସାହୁ ଡାଇରିଆରେ ଆକ୍ରାନ୍ତ ହୋଇ ମଧ୍ୟାହ୍ନରେ ବାଲିପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡାକ୍ତର ନଥିବାରୁ କିଛି ସମୟ ଅପେକ୍ଷା କରିଥିଲେ। ପରିବାର ଲୋକ ବାଧ୍ୟ ହୋଇ କୁକୁଡାଖଣ୍ଡି ମେଡିକାଲକୁ ନେଇଥିଲେ। ସେତେବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ସେଠାରେ ଡାକ୍ତର ରହୁନଥିବା କୌଣସି ଅଭିଯୋଗ ଆସିନାହିଁ। ଏନେଇ କୁକୁଡାଖଣ୍ଡି ମେଡିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଯଦି ପ୍ରମାଣ ମିଳେ ତେବେ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁନିସିପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଆନ୍ଧ୍ରର ୩୦ ବିଡ଼ିଓ

ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri