ବର୍ଜ୍ୟବସ୍ତୁରେ ଡାକ୍ତରଖାନା ସଂକ୍ରମିତ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ ଏବଂ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ର କେତେକାଂଶରେ ଉଲ୍ଲଂଘନ ହେଉଛି। ୨୦୨୩ରେ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଉଲ୍ଲଂଘନ କରିଥିବା ୩୯ଟି ସରକାରୀ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଡମ୍ବନା ଯେ, ଏଯାଏ ରାଜ୍ୟର ବିଭିନ୍ନ ଡାକ୍ତରଖାନାର ୨୪,୩୬୫ ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ବିଶୋଧନ ହୋଇ ପାରିନାହିଁ। ଫଳରେ ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ଏବେ ବି ସଂକ୍ରମିତ ହେଉଥିବା ଉକ୍ତ ରିପୋର୍ଟରୁ ଜଳଜଳ ଦିଶୁଛି। ଅନ୍ୟପକ୍ଷେ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା ଜଳ, ବାୟୁ ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥ କେତେ ମାତ୍ରାରେ ପ୍ରଭାବିତ ହେଉଛି, ସେ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାଖରେ ଖବର ନ ଥିବା ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ହୋଇଛି। ବିଶେଷକରି ଯାଜପୁର ଜିଲାର ବ୍ୟାସନଗର ସହରକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ବ୍ୟାସ ସରୋବର ଅଞ୍ଚଳରେ ପୋଡ଼ି ଦେଉଥିବା ଦେଖିବାକୁ ମିଳିଛି। ଏଭଳି କାର୍ଯ୍ୟ ଆଇନ ବିରୁଦ୍ଧ ହୋଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।
ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ କମନ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଏବଂ ଡିସ୍‌ପୋଜାଲ ଫେସିଲିଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ଓଡ଼ିଶାରେ ୬ଟି ଏହି ବ୍ୟବସ୍ଥା ରହିଛି। ସ୍ବାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ ୫୨,୧୪୦ ଶଯ୍ୟା ରହିଛି ଓ ସେଥିରୁ ୫୩.୩ ପ୍ରତିଶତ ଅର୍ଥାତ ୨୭,୭୭୫ଟି ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ଉପରୋକ୍ତ ଫେସିଲିଟି ବ୍ୟବସ୍ଥାରେ ବିଶୋଧନ ହେଉଛି। ଏହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ରାଜ୍ୟର ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରର ଡାକ୍ତରୀ ବର୍ଜ୍ୟବସ୍ତୁକୁ କମନ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଏବଂ ଡିସ୍‌ପୋଜାଲ ଫେସିଲିଟି ବ୍ୟବସ୍ଥାରେ ବିଶୋଧନ କରାଇବା ଲକ୍ଷ୍ୟ ରହିଛି। ଏଥିପାଇଁ ପଦକ୍ଷେପ ନିଆଯାଉଛି ଓ ଯେଉଁଠାରେ ଉକ୍ତ ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି, ସେମାନଙ୍କ ସେବା ଅଧିକ ଅଞ୍ଚଳରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଅମାତ କହିଛନ୍ତି।
ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ବିଭିନ୍ନ ବିଧିବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା କାରଣରୁ ଗତ ୭ ବର୍ଷରେ ରାଜ୍ୟର ୨୨୭ଟି ସରକାରୀ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ହୋଇଛି। ତେବେ ୨୦୨୩ରେ ୩୯ ଡାକ୍ତରଖାନା ମଧ୍ୟରୁ କେନ୍ଦୁଝର ଓ ମାଲକାନଗିରି ଜିଲାର ସର୍ବାଧିକ ୯ଟି ଲେଖାଏ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଉକ୍ତ ବିଶୋଧନ ପ୍ରକ୍ରିୟା ପାଇଁ ୩୫ ସଂସ୍ଥା ଆବେଦନ କରିଛନ୍ତି। ସେଥିରୁ ମାତ୍ର ୧୪ ସଂସ୍ଥାର ଦରଖାସ୍ତ ପଞ୍ଜୀକୃତ ହୋଇଛି। ଏଥିରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଅବହେଳା ରହିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଅନୁସାରେ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ, ମଣିଷର କଟା ଅଙ୍ଗ ଇତ୍ୟାଦିକୁ ନ ପୋଡ଼ି ଡଷ୍ଟବିନରେ ପକାଇବା କଥା। ସେହିପରି ବ୍ଲେଡ୍‌, ଛୁଞ୍ଚି, ଭଙ୍ଗା କାଚ ଏବଂ ଅନ୍ୟ ସୂକ୍ଷ୍ମ ବସ୍ତୁ ଆଦି ଜାରକିନରେ ସୁରକ୍ଷିତ ଭାବେ ରଖିବାର ନିୟମ ରହିଛି। ସେହିସବୁକୁ ଡାକ୍ତରଖାନା ଜୈବିକ ବର୍ଜ୍ୟବସ୍ତୁ ବିଶୋଧନାଗାରରେ ବିଶୋଧନ କରିବାର ନିତାନ୍ତ ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟରେ ୨୪ ହଜାରରୁ ଊର୍ଦ୍ଧ୍ୱ ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ବିଶୋଧନ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଉଛି।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନାରେ ଯାଜପୁର ଜିଲା ବ୍ୟାସନଗର ପୌରପାଳିକା ବିଫଳ ହୋଇଛି। ସହରରୁ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁ ବ୍ୟାସସରୋବର ନିକଟ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ଼ ଭଳି ଗଦା ହୋଇଛି। ଏହାସହ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ଅଞ୍ଚଳ ପରିସର ଦେଇ ଚଳାଚଳ କରୁଥିବା ଲୋକଙ୍କ ନାକ ଫାଟି ପଡୁଛି। ଏଥିରେ ପୌରପାଳିକା କର୍ତ୍ତୃପକ୍ଷ କେବଳ ପରିମଳ ସେବାରେ ବ୍ୟତିକ୍ରମ କରୁନାହାନ୍ତି, ବରଂ ଆପରାଧିକ କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri