କର୍ମ ଓ କର୍ମଫଳଦାତା

ଅନୀତା ପଟ୍ଟନାୟକ

 

ଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ୱ ଏବଂ ପୁରୀ ସହରକୁ ଏକ ନବ ବଧୂପରି ସଜା ଯାଇଥାଏ। ଶ୍ରୀ ନାମ୍ନୀ ଜଣେ ମହିଳା ପୁରୀର ସୌନ୍ଦର୍ଯ୍ୟକୁ ଦେଖି ଅଭିଭୂତ ହୋଇପଡ଼ିଥା’ନ୍ତି। ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଦିବସରେ ଖୁବ୍‌ ଜନଗହଳି ଦେଖାଦେଇଥାଏ। ସୁରକ୍ଷା ଦୃଷ୍ଟିକୋଣରୁ ପୁରୀ ଶ୍ରୀମନ୍ଦିର ଓ ସହର ପୋଲିସ ଛାଉଣୀରେ ପରିଣତ ହୋଇଥାଏ। ଦୂରଦର୍ଶନ ଜରିଆରେ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଟିଭିର ବ୍ୟବସ୍ଥା ବି କରାଯାଇଥାଏ। ଶ୍ରୀ ଦେଖିଲା, ପୁରୀର ଅଭୂତପୂର୍ବ ସାଜସଜ୍ଜା ଶୃଙ୍ଖଳା, ଦର୍ଶନାର୍ଥୀଙ୍କ ପାଇଁ ହୋଇଥିବା ଆୟୋଜନ ପାଇଁ ସରକାରଙ୍କ ସେବାକୁ ଜନସାଧାରଣ ଖୁବ ପ୍ରଶଂସା କରୁଥିଲେ।
ଶ୍ରୀ ପାନ୍ଥଶାଳାରେ ଶୋଇଥିବା ସମୟରେ ଜଗନ୍ନାଥଙ୍କୁ ସ୍ବପ୍ନରେ ଦେଖିଲା। ପୁରୀର ସାଜସଜ୍ଜା, ପରିକ୍ରମା ପ୍ରକଳ୍ପ, ପତିତମାନଙ୍କ ସାଜସଜ୍ଜା ଓ ତିନି ବିଗ୍ରହଙ୍କର ସାଜସଜ୍ଜା ବିଷୟରେ ଦିନସାରା ଭାବିଥିବାରୁ ଶ୍ରୀ ଏପରି ଏକ ସ୍ବପ୍ନ ଦେଖିଥିଲା ବୋଲି ଅନୁମାନ କଲା। ସେ ସ୍ବପ୍ନରେ ଦେଖିଥିଲା ଜଗନ୍ନାଥ ତାକୁ କହୁଛନ୍ତି, ପ୍ରେମର ସହ ଯେଉଁ ସମ୍ପର୍କ କରାଯାଏ ତାହା କରଣୀୟ। ସେ କର୍ତ୍ତବ୍ୟକୁ ଆମେ ଭଲ କାମ ବୋଲି ଭାବିପାରିବା। ଏକଥା ସେ କହିଛନ୍ତି କି ନାହିଁ ଶ୍ରୀ ସ୍ବପ୍ନରେ ଦେଖିଲା ବଡ଼ଭାଇ ବଳଭଦ୍ର କହୁଛନ୍ତି- ଶ୍ରୀ! ତୁମେ ଆଜି ମନେରଖ, ପ୍ରେମ ବିରହିତ କର୍ମ ସର୍ବଦା ବର୍ଜନୀୟ। ପ୍ରେମ ବିରହିତ କର୍ମକୁ ଭୁଲ୍‌କର୍ମ ବା ଖରାପ କାମ ବୋଲି ଧରାଯାଏ। ଶ୍ରୀ ଦେଖିଲା, ମା’ ସୁଭଦ୍ରା ତା’ର ମୁଣ୍ଡକୁ ଆଉଁଶି ଦେଇ କହୁଛନ୍ତି ନିଜର କୌଣସି ସ୍ବାର୍ଥ ନ ଥାଇ ଅନ୍ୟର ମଙ୍ଗଳ ପାଇଁ ଯେଉଁ କର୍ମ କରାଯାଏ ତାହା ଦିବ୍ୟକର୍ମ। ଏପରି କାର୍ଯ୍ୟ ସଂପାଦନ କଲେ ଦିବ୍ୟ ଆଶିଷ ମିଳେ।
ଶ୍ରୀ ସ୍ବପ୍ନରେ ଦେଖିଲା, ତିନି ଠାକୁର ଏପରି କହି ହସ ହସ ମୁହଁରେ ତାକୁ ଚାହିଁଛନ୍ତି। ଶ୍ରୀ ପଚାରିଲା- ଆପଣମାନେ କ’ଣ କହିବାକୁ ଚାହୁଁଛନ୍ତି ଯେ କର୍ମ ତିନି ପ୍ରକାରର। ଯଥା ଭଲ କର୍ମ, ମନ୍ଦକର୍ମ ଓ ଦିବ୍ୟ କର୍ମ। ଏହା ବିଜ୍ଞାନସମ୍ମତ ଯେ କର୍ମ ଅନୁଯାୟୀ ଫଳପ୍ରାପ୍ତି ହୋଇଥାଏ। କଦଳୀ ଗଛ ପୋତି ସେଥିରେ ପିଜୁଳି ଫଳ ଆଶା କରାଯାଇପାରେନା। ଶ୍ରୀ ସ୍ବପ୍ନରେ ଦେଖିଲା, ବଳଭଦ୍ର କହୁଛନ୍ତି ତୁମେ ଠିକ୍‌ କହିଛ ଶ୍ରୀ, ଭଲ କାମର ଭଲ ଫଳ ମିଳେ। ଖରାପ କର୍ମର ଖରାପ ଫଳ ମିଳେ ଓ ଦିବ୍ୟ କାର୍ଯ୍ୟରେ ଦିବ୍ୟଫଳ ମିଳେ। ଜଗନ୍ନାଥ ଶ୍ରୀକୁ କହିଲେ, ଲୋକମାନେ ମତେ ଅଯଥାରେ ନିନ୍ଦା କରନ୍ତି। ସେମାନେ ଜନ୍ମ ଜନ୍ମାନ୍ତରର କର୍ମଫଳକୁ ଭୋଗ କରୁଥିବା ସମୟରେ ମିଛରେ ମତେ ନିନ୍ଦନ୍ତି ଓ ଗାଳି ଦିଅନ୍ତି। ମାତା ସୁଭଦ୍ରା କହିଲେ, ଏଠାକୁ ତ ଅନେକ ଭକ୍ତ ଆସୁଛନ୍ତି ହେଲେ ସେମାନେ ନିଜ ବିଷୟରେ ସଚେତନ ନୁହନ୍ତି। ସେମାନେ କର୍ମ ନ କରି ଫଳ ଆଶା କରୁଛନ୍ତି। ଜଣେ ମନୁଷ୍ୟ ପ୍ରତିଦିନ ଚିନ୍ତା କରିବା ଉଚିତ ଯେ ସେ କେତୋଟି ଭଲ କାମ, କେତୋଟି ମନ୍ଦକାମ ଓ କେତୋଟି ଦିବ୍ୟକର୍ମ କରିଛି।
ଆଜି ଯେଉଁ ଜଗନ୍ନାଥ ପ୍ରକଳ୍ପ ଓ ପୁରୀ ସହରର ସାଜସଜ୍ଜାକୁ ଦେଖି ତୁ, ଅଗଣିତ ଭକ୍ତ ମୋର ପ୍ରଶଂସକ ଅଭିଭୂତ ହେଉଛ ଏହା ଏକ ଦିବ୍ୟକର୍ମ। ଏଥିରେ କୌଣସି ସ୍ବାର୍ଥ ଜଡ଼ିତ ନ ଥିବାରୁ ମୋ ପ୍ରତି ଉତ୍ସର୍ଗୀକୃତ ହୋଇଥିବାରୁ ଏହା ଭଲକାମ ନୁହେଁ କି ମନ୍ଦ କାର୍ଯ୍ୟ ନୁହେଁ ଏହା ଦିବ୍ୟକାର୍ଯ୍ୟ ସହ ତୁଳନୀୟ। ଶ୍ରୀ ନିଜର ଅତୀତ କର୍ମ ବିଷୟରେ ଚିନ୍ତାକରି ଦୁଃଖିତ ହେଲା। ଜୀବନର ଅନେକ ସମୟ କେବଳ ଭଲକାର୍ଯ୍ୟ ଓ ମନ୍ଦକାର୍ଯ୍ୟରେ ସାରିଦେଇଥିବାରୁ ଅନୁତପ୍ତ ହେଲା ଏହି କିଛି ଦିନ ହେବ। ଦିଅଁଙ୍କ ଆଗରେ ବସି ସେ ଧ୍ୟାନ କରୁଛି। ମଙ୍ଗଳ ଆଳତି ଦେଖିବା ପାଇଁ ଧାଇଁ ଆସୁଛି। ନିଜେ ନଖାଇ ଆନନ୍ଦ ବଜାରରେ ସେ ଧରିଥିବା ଖାଦ୍ୟକୁ ଅନ୍ୟ କେହି ମାଗିଲେ ଦେଇପାରୁଛି। କିଛିଟା ବସ୍ତ୍ର ସେ ଦୁଃଖୀରଙ୍କୀଙ୍କୁ ଦେଇପାରିଛି, କିନ୍ତୁ ଏତିକି ସ୍ବାର୍ଥବିରହିତ ପ୍ରେମଯୁକ୍ତ କର୍ତ୍ତବ୍ୟ କ’ଣ ଭଗବାନଙ୍କୁ ପାଇବା ପାଇଁ ଯଥେଷ୍ଟ? ସେ ସ୍ବପ୍ନରେ ଦେଖୁଛି ତିନି ଠାକୁର କହୁଛନ୍ତି ତାହା ଯଥେଷ୍ଟ ନ ଥିଲେ ଆମେ ତୋ ସ୍ବପ୍ନରେ ଆସିନଥାନ୍ତୁ। ଏପରି କର୍ମକୁ ତୁ ତୋର ଜୀବନର ବ୍ରତ ଭାବେ ଗ୍ରହଣ କର। ଶ୍ରୀର ସ୍ବପ୍ନ ଭାଙ୍ଗିଗଲା। ସନ୍ଧ୍ୟା ଆଳତିର ସମୟ ହୋଇଯାଇ ଥିବାରୁ ସେ ତରତର ହୋଇ ପାନ୍ଥଶାଳାରୁ ବାହାରି ଆସିଲା।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦,
ସିଡିଏ, କଟକ, ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?