ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ ଲୋକମାନେ ଅଧିକ କଷ୍ଟ ପାଉଛନ୍ତି। ଏଭଳି ସ୍ଥିତିରେ ସହରାଞ୍ଚଳର ବାସହୀନ ଲୋକଙ୍କ ରାତ୍ରିଯାପନ ପାଇଁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳରେ ତାଲା ଝୁଲୁଛି। ଏହା କାମରେ ଲାଗୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ସହରାଞ୍ଚଳ ଜୀବିକା ମିଶନ ପକ୍ଷରୁ ସୁବର୍ଣ୍ଣପୁର ସହରରେ ନିର୍ମିତ ହୋଇଛି ଆଶ୍ରୟସ୍ଥଳ। ପୌର ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଦୁଇମହଲା କୋଠା ବିଶିଷ୍ଠ ଏହି ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ୨୦୨୪ ମାର୍ଚ୍ଚ ୧୧ରେ ସୋନପୁର ବିଧାୟକ ତଥା ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଆଶ୍ରୟ ସ୍ଥଳକୁ ଉଦ୍‌ଘାଟନ କରିଥିଲେ। ତେବେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ସହରର ଅସହାୟ ବାସହୀନ ମଣିଷମାନେ ପୁରୁଣା ଡାକ୍ତରଖାନା ଅବା ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି।
ସୁବର୍ଣ୍ଣପୁର ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡ ଅଧିନ ମଝିପଡାରେ ପ୍ରାୟ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଦିବାରାତ୍ର ଆଶ୍ରୟ ସ୍ଥଳ। ଏକକାଳୀନ ୫୦ଜଣ ବାସହୀନ ଅସହାୟ ମଣିଷ ଏହି ଆଶ୍ରୟ ସ୍ଥଳରେ ରହିପାରିବାର ସୁବିଧା ରହିଛି। ୫୦ଟି ବେଡ୍‌ ପଡିଥିବା ବେଳେ ଏମାନଙ୍କ ନିତ୍ୟକର୍ମ ଲାଗି ସବୁ ପ୍ରକାର ସୁବିଧା ରହିଛି। ତେବେ ଉଦ୍‌ଘାଟନ ପରେ ଏହି କୋଠାରେ ତାଲା ଝୁଲୁଛି। ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ସହାୟତାରେ ଏହି ଯୋଜନା ସଠିକ୍‌ ଭାବେ କାର୍ଯ୍ୟକାରି ହୋଇପାରିନି। ସହରର ଅସହାୟ, ଭିକ୍ଷାବୃତ୍ତି କରୁଥିବା ମଣିଷଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ, ରିକ୍ସା ଚାଳକ, ଶ୍ରମଜୀବୀ ମହିଳା ପୁରୁଷ, ବୟସ୍କ ବୃଦ୍ଧା ବୃଦ୍ଧମାନେ ଏଠାରେ ରହିବାକୁ ନିୟମ ରହିଛି। ସହରାଞ୍ଚଳରେ ଥିବା ବାସହରାଙ୍କୁ ଚିହ୍ନଟ କରି ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା ରହିଛି। ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଅଛି। ଏପରିକି ଆଶ୍ରୟ ସ୍ଥଳରେ ଆବଶ୍ୟକ ଶଯ୍ୟା, ମଶାରୀ, ବିଶୁଦ୍ଧ ପାନୀୟ ଜଳ ଓ ସିସି କ୍ୟାମେରାର ବ୍ୟବସ୍ଥା କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସହରର ନିରାଶ୍ରୟମାନେ ଏହାର ଲାଭ ନେଇ ପାରୁନାହାନ୍ତି। ଯେଉଁମାନଙ୍କ ପାଇଁ ଏହି ଆଶ୍ରୟସ୍ଥଳ ନିର୍ମାଣ ହୋଇଛି ସେମାନେ ପ୍ରବଳ ଜାଡରେ ଖୋଲା ଆକାଶ ତଳେ, ପୁରୁଣା ଡାକ୍ତରଖାନା ବାରଣ୍ଡାରେ, ବସ୍‌ଷ୍ଟାଣ୍ଡ ଓ ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଯଦ୍ୱାରା ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ କୁହନ୍ତି, ଜିଲା ସଦର ମହକୁମାରେ ଆଶ୍ରୟ ସ୍ଥଳ ନିର୍ମାଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଜିଲା ପ୍ରଶାସନ ଓ ପୌର ପ୍ରଶାସନର ଅବହେଳା ପାଇଁ ଆଶ୍ରୟ ସ୍ଥଳରେ ତାଲା ଝୁଲୁଛି। ବାସହରାଙ୍କୁ ସେବା ଯୋଗାଇବା ପାଇଁ ପ୍ରଶାସନର ଆନ୍ତରିକତା ନାହିଁ। ନିର୍ବାଚିତ ଲୋକ ପ୍ରତିନିଧି ଏ ଦିଗରେ ଆଦୌ ଯତ୍ନବାନ ନଥିବା ମନେ ହେଉଛି। ଅନ୍ୟପକ୍ଷେରେ ପ୍ରଗତି ନାମକ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଆଶ୍ରୟ ସ୍ଥଳ ପରିଚାଳନା ପାଇଁ ମନୋନୀତ ହୋଇଛି। ତେବେ ପୌର ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସହିତ ଚୁକ୍ତିନାମା ହୋଇ ନ ଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri