ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ ଲୋକମାନେ ଅଧିକ କଷ୍ଟ ପାଉଛନ୍ତି। ଏଭଳି ସ୍ଥିତିରେ ସହରାଞ୍ଚଳର ବାସହୀନ ଲୋକଙ୍କ ରାତ୍ରିଯାପନ ପାଇଁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳରେ ତାଲା ଝୁଲୁଛି। ଏହା କାମରେ ଲାଗୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ସହରାଞ୍ଚଳ ଜୀବିକା ମିଶନ ପକ୍ଷରୁ ସୁବର୍ଣ୍ଣପୁର ସହରରେ ନିର୍ମିତ ହୋଇଛି ଆଶ୍ରୟସ୍ଥଳ। ପୌର ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଦୁଇମହଲା କୋଠା ବିଶିଷ୍ଠ ଏହି ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ୨୦୨୪ ମାର୍ଚ୍ଚ ୧୧ରେ ସୋନପୁର ବିଧାୟକ ତଥା ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଆଶ୍ରୟ ସ୍ଥଳକୁ ଉଦ୍‌ଘାଟନ କରିଥିଲେ। ତେବେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ସହରର ଅସହାୟ ବାସହୀନ ମଣିଷମାନେ ପୁରୁଣା ଡାକ୍ତରଖାନା ଅବା ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି।
ସୁବର୍ଣ୍ଣପୁର ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡ ଅଧିନ ମଝିପଡାରେ ପ୍ରାୟ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଦିବାରାତ୍ର ଆଶ୍ରୟ ସ୍ଥଳ। ଏକକାଳୀନ ୫୦ଜଣ ବାସହୀନ ଅସହାୟ ମଣିଷ ଏହି ଆଶ୍ରୟ ସ୍ଥଳରେ ରହିପାରିବାର ସୁବିଧା ରହିଛି। ୫୦ଟି ବେଡ୍‌ ପଡିଥିବା ବେଳେ ଏମାନଙ୍କ ନିତ୍ୟକର୍ମ ଲାଗି ସବୁ ପ୍ରକାର ସୁବିଧା ରହିଛି। ତେବେ ଉଦ୍‌ଘାଟନ ପରେ ଏହି କୋଠାରେ ତାଲା ଝୁଲୁଛି। ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ସହାୟତାରେ ଏହି ଯୋଜନା ସଠିକ୍‌ ଭାବେ କାର୍ଯ୍ୟକାରି ହୋଇପାରିନି। ସହରର ଅସହାୟ, ଭିକ୍ଷାବୃତ୍ତି କରୁଥିବା ମଣିଷଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ, ରିକ୍ସା ଚାଳକ, ଶ୍ରମଜୀବୀ ମହିଳା ପୁରୁଷ, ବୟସ୍କ ବୃଦ୍ଧା ବୃଦ୍ଧମାନେ ଏଠାରେ ରହିବାକୁ ନିୟମ ରହିଛି। ସହରାଞ୍ଚଳରେ ଥିବା ବାସହରାଙ୍କୁ ଚିହ୍ନଟ କରି ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା ରହିଛି। ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଅଛି। ଏପରିକି ଆଶ୍ରୟ ସ୍ଥଳରେ ଆବଶ୍ୟକ ଶଯ୍ୟା, ମଶାରୀ, ବିଶୁଦ୍ଧ ପାନୀୟ ଜଳ ଓ ସିସି କ୍ୟାମେରାର ବ୍ୟବସ୍ଥା କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସହରର ନିରାଶ୍ରୟମାନେ ଏହାର ଲାଭ ନେଇ ପାରୁନାହାନ୍ତି। ଯେଉଁମାନଙ୍କ ପାଇଁ ଏହି ଆଶ୍ରୟସ୍ଥଳ ନିର୍ମାଣ ହୋଇଛି ସେମାନେ ପ୍ରବଳ ଜାଡରେ ଖୋଲା ଆକାଶ ତଳେ, ପୁରୁଣା ଡାକ୍ତରଖାନା ବାରଣ୍ଡାରେ, ବସ୍‌ଷ୍ଟାଣ୍ଡ ଓ ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଯଦ୍ୱାରା ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ କୁହନ୍ତି, ଜିଲା ସଦର ମହକୁମାରେ ଆଶ୍ରୟ ସ୍ଥଳ ନିର୍ମାଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଜିଲା ପ୍ରଶାସନ ଓ ପୌର ପ୍ରଶାସନର ଅବହେଳା ପାଇଁ ଆଶ୍ରୟ ସ୍ଥଳରେ ତାଲା ଝୁଲୁଛି। ବାସହରାଙ୍କୁ ସେବା ଯୋଗାଇବା ପାଇଁ ପ୍ରଶାସନର ଆନ୍ତରିକତା ନାହିଁ। ନିର୍ବାଚିତ ଲୋକ ପ୍ରତିନିଧି ଏ ଦିଗରେ ଆଦୌ ଯତ୍ନବାନ ନଥିବା ମନେ ହେଉଛି। ଅନ୍ୟପକ୍ଷେରେ ପ୍ରଗତି ନାମକ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଆଶ୍ରୟ ସ୍ଥଳ ପରିଚାଳନା ପାଇଁ ମନୋନୀତ ହୋଇଛି। ତେବେ ପୌର ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସହିତ ଚୁକ୍ତିନାମା ହୋଇ ନ ଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା ଦେଲେ ମୋକିମ୍, ନୂଆ ଦଳର ନାଁ କଲେ ଘୋଷଣା!

କଟକ,୨୭।୧: ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା…

ଲାଲ ବିକିନିରେ ଭାଇରାଲ ହେଲା ଡାକ୍ତରାଣୀରୁ ମଡେଲ ସାଜିଥିବା ମାନୁଷୀଙ୍କ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଏବଂ ପୂର୍ବତନ ମିସ ୱାଲର୍‌ଡ ମାନୁଷୀ ଚିଲ୍ଲର ପୁଣି ଥରେ ତାଙ୍କ ଗ୍ଲାମରସ ଷ୍ଟାଇଲ ପାଇଁ ଖବରରେ ଅଛନ୍ତି। ସମ୍ପ୍ରତି ତାଙ୍କର କିଛି…

ରାଗରେ ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା…

ପଟ୍ଟାମୁଣ୍ଡାଇ,୨୭।୧(କଳ୍ପତରୁ ନାୟକ)- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ…

ଜିଲା ପ୍ରଶାସନର ଖାମଖିଆଲ ମନୋଭାବ: ଜିଲାପାଳଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ଦେବଗଡ,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଯେକୌଣସି କାର୍ଯ୍ୟକ୍ରମ ସରିଲା ପରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଯଦ୍ୱାରା ଜନସାଧାରଣଠୁ ଆରମ୍ଭ…

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ଖୁସିଖବର ଦେଲେ ରଣବୀର: ବହୁତ ରୋମାଞ୍ଚକର…

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ କାମ ଚାଲିଛି। ରଣବୀରଙ୍କ ଦୁଇଟି ପ୍ରମୁଖ…

ଭୀଷ୍ମଗିରି ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାଙ୍କ ମୃତଦେହ, ବିଳମ୍ବିତ ରାତିରେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬…

ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସିସି କ୍ୟାମେରା…

ଗଜପତି,୨୭।୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଠାରେ ଥିବା ଅସ୍ଥାୟୀ ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri