ଘୁମୁସର ଇତିହାସର କରାଯାଉଛି ପ୍ରଚାରପ୍ରସାର: ମନର କଥା ବଖାଣିଲେ ବିଧାୟକ

ଭଞ୍ଜନଗର,୨୯।୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ୫ମ ଅଧିବେଶନ ଗୁରୁବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଘୁମୁସର ଇତିହାସର ପ୍ରଚାର ପ୍ରସାର ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଘୁମୁସର ଇତିହାସର ମୁକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ବର୍ତ୍ତମାନ କରାଯାଉଛି । ଏଥିସହ ଅନ୍ୟାନ୍ୟ ଐତିହାସିକ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଛାତ୍ର ନେତା ହେବା ପରେ ଲୋକ ପ୍ରତିନିଧି ଭାବେ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିଲି। ଲୋକ ପ୍ରତିନିଧି ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଭଳି କିଛି ବିଶିଷ୍ଠ ବ୍ୟକ୍ତି ମୋତେ ସରକାରୀ ଚାକିରି କରିବା ପାଇଁ ପରାମର୍ଶ ଦେଇଥିଲେ। ଚାକିରି ପାଇଁ ଅନେକ ସୁଯୋଗ ପାଇଥିଲି। କିନ୍ତୁ ଲୋକ ପ୍ରତିନିଧି ହୋଇ ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ଥିଲା। ବର୍ତ୍ତମାନ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେବାପରେ ଲୋକଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ଚେଷ୍ଟିତ ବୋଲି ବିଧାୟକ ନାୟକ ସଭାରେ କହିଥିଲେ। ଦକ୍ଷିଣ ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଇତିହାସ ଉପରେ ପ୍ରଥମ ଅଧିବେଶନରେ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ନାୟକଙ୍କ ଦ୍ବାରା ଘୁମୁସର ଗବେଷଣା ପ୍ରତିଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏଥିସହ ଡ ଶ୍ୟାମା ପ୍ରସାଦ ମିଶ୍ର, ନେତାଜୀ ବିଷୋୟୀଙ୍କ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ତାମିଲନାଡୁ କେନ୍ଦ୍ରୀୟ ବିଶବିଦ୍ୟାଳୟ ତିରୁଭାରୁର ଅବସରପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡ ଭଗବାନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୭୫୩ ରୁ ୧୮୫୬ ପର୍ଯ୍ୟନ୍ତ ଫରାସୀ ଏବଂ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଘୁମୁସର ଭଞ୍ଜ ରାଜବଂଶ ଲଢ଼େଇ ଜାସରଖିଥିଲା ବୋଲି କହିଥିଲେ। ୧୦୩ ବର୍ଷର ଘୁମୁସର ବିଦ୍ରୋହ ଥିଲା ଆଧୁନିକ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଘୁମୁସର ବିଦ୍ରୋହ ଭାରତ ଇତିହାସର ଦୀର୍ଘତମ ବିଦ୍ରୋହ ବୋଲି ଡ ସାହୁ କହିଥିଲେ।
ଫରାସୀ ଏବଂ ବ୍ରିଟିଶ ଶାସକଙ୍କ ଅନ୍ୟାୟ ଏବଂ ଅତ୍ୟାଚାର ବିରୁଦ୍ଧରେ ଏହି ଲଢେଇ ହୋଇଥିଲା। ଏଥିସହ ସେ କହିଥିଲେ ଯେ ବିପ୍ଳବୀ ବୀର ଚକରା ବିଷୋୟୀ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଘୁମୁସର ବିଦ୍ରୋହ ପରିଚାଳନା କରି ପ୍ରବଳ ପରାକ୍ରମୀ ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲେ। ବ୍ରିଟିଶ ସରକାରଙ୍କ ବେଙ୍ଗଲ ପ୍ରେସିଡେନ୍ସି, ମାନ୍ଦ୍ରଜ ପ୍ରେସିଡେନ୍ସି, କେନ୍ଦ୍ରୀୟ ପ୍ରେସିଡେନ୍ସିର ମିଳିତ ବିରାଟ ସୈନ୍ୟବାହିନୀ ବହୁ ଚେଷ୍ଟା କଲାପରେ ୍ଯଯଯ ଚକରାଙ୍କୁ ବନ୍ଦୀ କରିପାରିନଥିଲା। ଚକରାଙ୍କୁ ଧରିବା ପାଇଁ ବ୍ରିଟିଶ ଶାସକ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ। କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ଚକରାଙ୍କ ପ୍ରତି ଅତ୍ୟନ୍ତ ଭଲ ପାଇବା ଥିବା ଯୋଗୁଁ ବ୍ରିଟିସ ସୈନ୍ୟବାହିନୀ ତାଙ୍କୁ ଧରି ପାରି ନ ଥିଲା । ଏଥିସହ ଚକରା ନିଜର ମନ୍ତ୍ର( ପାଲଟା ବାଘ ମନ୍ତ୍ର) ବଳରେ ବ୍ରିଟିଶ ସୈନ୍ୟବାହିନୀ ଠାରୁ ଖସିଯିବାରେ ସକ୍ଷମ ହେଉଥିଲେ ବୋଲି ଶ୍ରୀ ସାହୁ କହିଥିଲେ। ସଭାପତି ଡ ସନ୍ତୋଷ କୁମାର ଆପଟ ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ତପନ କୁମାର ମିଶ୍ର ବିବରଣୀ ପାଠ କରିଥିଲେ।

ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘୁମୁସର ଇତିହାସ ଉପରେ ଆହୁରି ଅଧିକ ଗବେଷଣା ଆବଶ୍ୟକ ରହିଛି ବୋଲି କହିଥିଲେ। ଇନ୍ଦିରା ଗାନ୍ଧୀ ମୁକ୍ତ ବିଶବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଧେଶକ ଡ ବିଜୟ କୁମାର ସାହୁ, ମେଜର ରମା ରମଣ ପାଢ଼ୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଦାମୋଦର ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଦକ୍ଷିଣ ଓଡ଼ିଶା ଇତିହାସ ସମାଜର ସମ୍ପାଦକ ଡ ଶିବ ପ୍ରସାଦ ଦାସ, ଚାନ୍ଦିପୁଟ ଆଇ ଏମ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କେଶପୂର୍‌ ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡ ବିନୋଦ ବିହାରୀ ପଟ୍ଟନାୟକ, କରଞ୍ଜିଆ ସୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ଡ ରବିନ୍ଦ୍ର କୁମାର ଦାସ, ଧରାକୋଟ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଡ ସୁଜିତ୍ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ ଜେନା,ଡ ଶିରିସ କୁମାର ଷଡଙ୍ଗୀ, ଲୋକନାଥ ମହାନ୍ତି, ଆଶୋକ ସାଇଁ, ଡ ରବିନ୍ଦ୍ର ମିଶ୍ର, ଜଗବନ୍ଧୁ ଜେନା, ଦୁର୍ଗା ମାଧବ ଦାସ,ଅଜୟ ବିଶ୍ବାଳ, ମାଧବ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସଭାକୁ ଡ ଶ୍ୟାମା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଗବେଷକ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri