Posted inଗଜପତି

କର୍ଦ୍ଦମାକ୍ତ ଅବସ୍ଥାରେ ରାଜରାସ୍ତା

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଗାରବନ୍ଧା-ଲାବଣ୍ୟଗଡ ରାଜ ରାସ୍ତା କର୍ଦ୍ଦମାକ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତାର ଏକ ପଖୋରୀ ଖନନ ଲାଗି ବହୁ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାଦିନେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିବାରୁ ତୁରନ୍ତ ଏହାକୁ ଖନନ କରାଯାଉଛି । ଅପରପକ୍ଷରେ ବର୍ତ୍ତମାନ ଘୋଷଯାତ୍ରା ଆରମ୍ଭ ହୋଇଥିବାରୁ ପ୍ରଶାସନିକ ବ୍ୟସ୍ଥତାର ଫାଇଦା ଉଠାଉ ଠିକାଦାର ଜଣକ ଶନିବାରରୁ ଏହି ଖନନ କାମ ଆରମ୍ଭ କରିଛନ୍ତି । ଏହି ପଖୋରୀ ଖନନ ଯୋଗୁ ଟ୍ରାକ୍ଟର ମାଧ୍ୟମରେ କର୍ଦମାକ୍ତ ସାମଗ୍ରୀ ଗୁଡିକୁ ବୁହାଯାଇ ଅନ୍ୟତ୍ର ପକାଯାଉଛି । ଏହା ରାଜପଥ ଦେଇ ଯାତାୟାତ କରୁଥିବାରୁ ରାସ୍ତାର ପ୍ରାୟ ଅଧିକାଂଶ ସ୍ଥାନ କର୍ଦ୍ଦମାକ୍ତ ହୋଇପଡିଛି। ଫଳରେ ଯାତାୟାତ କରୁଥିବା ଯାନବାହାନ ଗୁଡିକ ଏହି କାଦୁଅ ରାସ୍ତାର ସଂସ୍ପର୍ଷରେ ଆସି ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ପ୍ରାୟ ୩ରୁ୪ ଗାଡି ଏହି କାଦୁଅ ରାସ୍ତା ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ । ଏପରି ବର୍ଷା ଦିନରେ ପଖୋରୀ ଖନନ କରାଯାଉଥିବା ଏବଂ ଠିକାଦାର ବେଫିକର ଭାବେ ଲୋକଙ୍କ ଜୀବନ ସହ ଖେଳ ଖେଳି ରାସ୍ତାକୁ କର୍ଦ୍ଦମାକ୍ତ କରୁଥିବାକୁ ନେଇ ସାଧାରଣରେ ନା ପସନ୍ଦ କରାଯାଇଥିବା ବେଳେ ଏପରି କାର୍ଯ୍ୟକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri