ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି। ଏହା ଶୋଭାଚନ୍ଦ୍ରପୁର ମୌଜା ପାକିଡ଼ି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମାଣ କରାଯାଇଛି। ଉକ୍ତ କୋଠାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସରିଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟୋକଲ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ଏହି ସମୟରେ ଜିଲା ଦୌରାଜଜ୍‌ ବିଜୟ କୁମାର ବେହେରା, ରେଜିଷ୍ଟ୍ରାର ପ୍ରଭାକର ଗଁଥିଆ ଉପସ୍ଥିତ ଥିଲେ। କୋର୍ଟ ପରିସର, ବିଚାର ଗୃହ ସହ ସମସ୍ତ କୋଠରି ବୁଲି ଦେଖିଥିଲେ। ପାଚେରି ନିର୍ମାଣ କାହିଁକି ହୋଇନାହିଁ ବୋଲି ହାଉସିଂ ବିଭାଗର ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ନିର୍ମାଣାଧୀନ କୋଠାର ପଛପଟେ ଥିବା ପାହାଡ଼ କାଟି କ୍ବାର୍ଟର୍ସ ନିର୍ମାଣ କରିବା, କୋର୍ଟ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଶେରଗଡ଼ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ସ୍ବାଇଁ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଜିଲା କୋର୍ଟ କର୍ମଚାରୀ, ଶେରଗଡ଼ ବାର୍‌ର ସମସ୍ତ ଓକିଲ ଓ କର୍ମଚାରୀ, ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହାଇକୋର୍ଟ ବିଚାରପତି ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟ ବୁଲି ଦେଖିଥିଲେ। ଏଠାରେ ଜେଏମଏଫସି , ସବଜଜ୍‌ କୋର୍ଟର କାର୍ଯ୍ୟ ଓ ବିଚାର ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ସ୍ଥିତି ପରଖିଥିଲେ। କୋର୍ଟରେ ପୁରୁଣା ମାମଲା ଗୁଡ଼ିକର ଫଇସଲା ଓ ବିଚାରଧୀନ ମାମଲା ଗୁଡ଼ିକର ଗତିଶୀଳତା ନେଇ ଉପସ୍ଥିତ ଜଜ୍‌ ଓ ଓକିଲ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କୋର୍ଟ କୋଠା ଓ ପ୍ରସ୍ତାବିତ ଜେଏମଏଫସି ଜଜ୍‌ଙ୍କ ବାସଗୃହ ନିମନ୍ତେ ଚିହ୍ନଟ ସ୍ଥାନ ଆଦି ଦେଖିଥିଲେ।
ବିଚାର ବିଭାଗୀୟ ଅଦାଲତର ନୂତନ କୋଠା ନିର୍ମାଣ ଲାଗି ଚିହ୍ନଟ ଜାଗାକୁ ମଧ୍ୟ ହାଇକୋର୍ଟ ବିଚାରପତି ଷଡ଼ଙ୍ଗୀ ପରିଦର୍ଶନ କରିଛନ୍ତି। ଆସିକା ବ୍ଲକର ବାବନପୁର ହାଇସ୍କୁଲ ସଂଲଗ୍ନ ଚିହ୍ନଟ ଜାଗାକୁ ସେ ବୁଲି ଦେଖିଥିଲେ। ଏହି ସମୟରେ ଗଞ୍ଜାମ ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା, ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, ବିରଷ୍ଠ ଦଓ୍ବୋନୀ ବିଚାରପତି ସୌଦାମିନୀ ବିଶ୍ୱାଳ, କନିଷ୍ଠ ଦଓ୍ବୋନୀ ବିଚାରପତି ସମାପିକା ସମଦର୍ଶନୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ୱେତା ଦାସ, ଭଞ୍ଜନଗର ଉପଜିଲାପାଳ ଜ୍ୟୋତିଶଙ୍କର ରାଏ, ଏସ୍‌ଡିପିଓ ଉମାଚନ୍ଦ୍ର ସିଂ, ତହସିଲଦାର ସଞ୍ଜୟ କୁମାର ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଚାରପତିଙ୍କ ସହ ଆସିକା ରାଜସ୍ବ ଡାକବଙ୍ଗଳାଠାରେ ଆଇନଜୀବୀମାନଙ୍କ ସହିତ ଆଲୋଚନା କରିଥିଲେ। ଓକିଲ ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ଛବିଳରାମ ମିଶ୍ର, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା, ସରୋଜ ତ୍ରିପାଠୀ, ଅଜିତ୍‌ ଚୌଧୁରୀ ପ୍ରମୁଖ ବିଚାରପତିଙ୍କ ସହ ଅଦାଲତ କୋଠା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ।
ବିଚାରପତି ଜଷ୍ଟିସ ଷଡ଼ଙ୍ଗୀଙ୍କୁ କବିସୂର୍ଯ୍ୟନଗର ଡାକବଙ୍ଗଳାଠାରେ ଭବ୍ୟ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରୁ ଦେୱାନୀ ବିଚାରପତିଙ୍କ ନିର୍ମାଣଧୀନ କୋଠା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ ପରିଦର୍ଶନ କରିଥିଲେ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଏକ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri